ପୁରୀ: କୋରୋନା ଆର୍ଥିକ ସହାୟତାରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦୁର୍ନୀତି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପାଣିଆ ଆପଟ ସେବାୟତ । ଲକଡାଉନ ଯୋଗୁଁ ଶ୍ରୀମନ୍ଦିର ସେବାୟତ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପରିବାର ପ୍ରତିପୋଷଣରେ ଯେପରି ସମସ୍ୟା ନହୁଏ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଆର୍ଥିକ ସହାୟତା 5 ହଜାର ଟଙ୍କା ଘୋଷଣା କରିଛି । ସମସ୍ତ ସେବାୟତ ପରିବାରକୁ ଦିଆଯିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଶ୍ରୀମନ୍ଦିରର 22 ଶହ ସେବାୟତ ପରିବାରକୁ 5 ହଜାର ଟଙ୍କା ଦିଆଯାଇଛି ।
ମାତ୍ର ଏହି କୋରୋନା ଆର୍ଥିକ ସହାୟତାରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦୁର୍ନୀତି ହୋଇଥିବା ପାଣିଆ ଆପଟ ସେବାୟତ ଅଭିଯୋଗ କରିଛନ୍ତି । ପଣିଆ ଆପଟ ନିଯୋଗର ଅଭିଯୋଗ ଅନୁଯାୟୀ, ନିଯୋଗ ଦେଇଥିବା ସେବାୟତ ଲିଷ୍ଟରେ ନଥିବା କେତେକ ଅନ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ଯେତେବେଳେ କି ନିଯୋଗର 24 ଜଣ ସେବାୟତଙ୍କ ଭିତରୁ 7 ଜଣ ଆର୍ଥିକ ସହାୟତା ପାଇ ନାହାନ୍ତି । ଯାହାକୁ ନେଇ ପାଣିଆ ଆପଟ ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛି ।
ଏହାସହ କିଛି ଶ୍ରୀମନ୍ଦିର କାର୍ଯ୍ୟଳୟ କର୍ମଚାରୀ ଦୁର୍ନୀତି କରି ଏହି ବେଆଇନ କାର୍ଯ୍ୟ କରିଥିବା ପାଣିଆ ଆପଟ ନିଯୋଗ ଅଭିଯୋଗ ଆଣିଛି । ଏହାକୁ ନେଇ ତଦନ୍ତ ସହ ଦୋଷୀ କର୍ମଚାରୀଙ୍କୁ ଦଣ୍ଡ ଦେବା ଏବଂ କୋରୋନା ଆର୍ଥିକ ସହାୟତାରୁ ବଞ୍ଚିତ ଥିବା ପଣିଆ ଆପଟ ପରିବାରକୁ ଆର୍ଥିକ ସହାୟତା ଦେବାକୁ ନିଯୋଗ ଦାବି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ