ETV Bharat / state

ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରି ଗର୍ଜିଲା କଂଗ୍ରେସ; 'ରାଜ୍ୟବାସୀଙ୍କ ଦାବି ପୂରଣ ନହେଲେ ହେବ ତୀବ୍ର ଆନ୍ଦଳନ' - ରାଜ୍ୟବାସୀଙ୍କ ଦାବି ପୂରଣ ନହେଲେ ହେବ ତୀବ୍ର ଆନ୍ଦଳନ

ସାରା ରାଜ୍ୟରେ ଘରୁ ଘରୁ ତୁଳସୀ ସଂଗ୍ରହ କରି ନେଇ ଶ୍ରୀକ୍ଷେତ୍ରରେ ଗର୍ଜିଲା କଂଗ୍ରେସ । ବାରମ୍ବାର ଦାବି ସତ୍ତ୍ବେ ସରକାର ଶୁଣୁନଥିବା ବିଭିନ୍ନ ଶ୍ରୀକ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗରେ କଂଗ୍ରେସର ବିଶାଳ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରି ଗର୍ଜିଲା କଂଗ୍ରେସ

author img

By ETV Bharat Odisha Team

Published : Dec 1, 2023, 10:04 PM IST

ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରି ଗର୍ଜିଲା କଂଗ୍ରେସ

ପୁରୀ: ଶ୍ରୀକ୍ଷେତ୍ରରେ କଂଗ୍ରେସ କରିଛି ତୁଳସୀ ଯାତ୍ରା । ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ସହ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି, ବେଦାନ୍ତ ନେଇଥିବା ଚାଷଜମି ଚାଷୀଙ୍କୁ ଫେରସ୍ତ, ପୁରୀ ସହରବାସୀଙ୍କ ଜମିଜମା ସମସ୍ୟା ସମାଧାନ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାବି ନେଇ ପୁରୀରେ କଂଗ୍ରେସ ତୁଳସୀ ଯାତ୍ରା କରିଛି । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପିସିସି ରାଜ୍ୟ ପ୍ରଭାରୀ ଡଃ ଚେଲ୍ଲା କୁମାର ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହୋଇଛନ୍ତି । ଓଡ଼ିଶାର ୩୧୪ ବ୍ଳକ୍ ଓ ୧୨୦ ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯାଇଛି । ଏହାକୁ ଭୁବନେଶ୍ଵର ଅଣାଯାଇ ଆଜି ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଅଣାଯାଇଥିଲା । ପୁରୀ ଶରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ବହୁ କଂଗ୍ରେସ ନେତା କର୍ମୀ ସାମିଲ ହୋଇଛନ୍ତି । ଏହି ଅବସରରେ ବହୁ ଦିନରୁ ଲାଗି ରହିଥିବା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ଦୋହରାଇଛି କଂଗ୍ରେସ । ସେହିଭଳି ରତ୍ନ ଭଣ୍ଡାର ଖୋଲି ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ହିସାବ ଦେବାକୁ ଦାବି କରିଛି କଂଗ୍ରେସ । ପୁରୀରେ ଚାଷୀଙ୍କ ଜମି ନେଇଥିବା ବେଦାନ୍ତ ତୁରନ୍ତ ଚାଷୀଙ୍କୁ ଜମି ଫେରସ୍ତ ନକଲେ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ କଂଗ୍ରେସ ଲଢେଇ କରିବ ବୋଲି ତୁଳସୀ ଯାତ୍ରା ଅବସରରେ ଚେତାବନୀ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ

ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା, ଚାଷୀଙ୍କ ଜମି ଫେରାଇବାରେ ମହାପ୍ରଭୁ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କଂଗ୍ରେସ କର୍ମୀ, ନେତା ପ୍ରାର୍ଥନା କରିଛନ୍ତି । ଅନ୍ୟାୟ, ଅନୀତିରୁ ସରକାର କ୍ଷାନ୍ତ ରହିବାକୁ ତୁଳସୀ ଦେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି କଂଗ୍ରେସ କର୍ମୀ । ଶ୍ରୀମନ୍ଦିରର ଗୋଟିଏ ଦ୍ଵାର ଖୋଲା ହେଉଥିବା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କଂଗ୍ରେସ ଗତ ଅକ୍ଟୋବର ୧୬ରେ ପୁରୀରେ ବିଶାଳ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ସଂକୀର୍ତ୍ତନ ସତ୍ୟାଗ୍ରହ ଶ୍ରୀମନ୍ଦିର ସମ୍ମୁଖରେ କରାଯାଇ ସରକାରଙ୍କୁ ସଚେତନ କରିଥିଲା । ହେଲେ ସରକାର ଚେତିଲେ ନାହିଁ । ଏଥିପାଇଁ ପୁଣି ସରକାରଙ୍କୁ ସଚେତନ କରାଇବା ପାଇଁ କଂଗ୍ରେସ ତୁଳସୀ ଯାତ୍ରା କରିଛି । ରାଜ୍ୟବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷରେ ଅଛନ୍ତି । ଏଣୁ ସରକାରଙ୍କ ବିରୋଧରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇଥିବା ବିଜେଡି ସରକାର ବିରୋଧରେ ତୁଳସୀ ଯାତ୍ରାରେ ଓଡ଼ିଶାବାସୀ ସାମିଲ ହେବାକୁ କଂଗ୍ରେସ ଆହ୍ଵାନ ଦେଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.