ETV Bharat / state

ମଇଁଷି କ୍ଷୀର ମହୌଷଧି: କ୍ୟାନସରର ରାମବାଣ ସାଜିବ ଚିଲିକା ମଇଁଷି କ୍ଷୀର !

author img

By

Published : Oct 20, 2022, 9:21 PM IST

ଚିଲିକା ଅଞ୍ଚଳର ମଇଁଷି କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଉପାଦେୟ ଉପାଦନ । ଏହି ଅଞ୍ଚଳର ମଇଁଷି କ୍ଷୀରରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି । ରିପୋର୍ଟ ଅନୁସାରେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି ବହୁ ରୋଗ ପ୍ରତିରୋଧୀ ବ୍ୟାକ୍ଟେରିଆ । ଅଧିକ ପଢନ୍ତୁ

Etv Bharat
Etv Bharat

ବ୍ରହ୍ମଗିରି/ଭୁବନେଶ୍ବର: ଚିଲିକା ଅଞ୍ଚଳର ମଇଁଷି କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଉପାଦେୟ ଉପାଦନ । ଏହି ଅଞ୍ଚଳର ମଇଁଷି କ୍ଷୀର ଓ ଦହିରେ ରୋଗ ପ୍ରତିଷେଧକ ଶକ୍ତି ରହିଛି । ଏହାସହ ଏହି ଅଞ୍ଚଳର ମଇଁଷି କ୍ଷୀରରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।

ଚିଲିକା ମଇଁଷି କ୍ଷୀର ମହୌଷଧି: ରହିଛି ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ଉପାଦେୟ ଉପାଦନ

ରିପୋର୍ଟ ଅନୁସାରେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି ବହୁ ରୋଗ ପ୍ରତିରୋଧୀ ବ୍ୟାକ୍ଟେରିଆ । କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ବି ଭରି ରହିଛି । ଏହି ତଥ୍ୟ ଦେଇଛନ୍ତି, ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।

ସେପଟେ ଏହି ସୂଚନା ମିଳିବା ପରେ ଏବେ ଚିଲିକା ମଇଁଷିକୁ ନେଇ ଚର୍ଚ୍ଚା । ଏହାସହ ମଇଁଷି ପାଳକଙ୍କ ମନରେ ଜାଗ୍ରତ ହୋଇଛି ନୂଆ ଆଶା । ଖାଲି ଏତିକି ନୁହେଁ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ମଇଁଷୀ ବଂଶବୃଦ୍ଧି ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମଇଁଷି ପାଳକ । ଡକ୍ଟର ଡିଗେ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି । ତାଙ୍କ କହିବା ଅନୁସାରେ, ଦେଶରେ ମୋଟ ୧୯ ପ୍ରଜାତିର ମଇଁଷି ରହିଛନ୍ତି । ହେଲେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର । ଏମାନଙ୍କ କ୍ଷୀରରେ ମେଟାବୋଲାଇଟ୍ସ ଏବଂ ଅନ୍ୟାନ୍ୟ ଉପକାରୀ ବ୍ୟାକ୍ଟେରିଆ ଭରି ରହିଛି । ଯାହାକି ମାନବ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ । ଚିଲିକା ଭିତରେ ଥିବା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ କ୍ଷୀରରେ ଏଭଳି ଉପାଦାନ ମିଳିଥାଏ ।

ଅନ୍ୟପଟେ ଚିଲିକା ମଇଁଷିଙ୍କ ଉପରେ ପୂର୍ବରୁ ଗବେଷଣା ଜାରି ରଖିଥିବା ଓୟୁଏଟିର ଆନିମଲ ଜେନେଟିକ ବିଭାଗର ବରିଷ୍ଠ ଗବେଷକ ପ୍ରଫେସର ସୁଶାନ୍ତ ଦାସ କହିଛନ୍ତି, "ଦେଶରେ ଦେଖାଦେଉଥିବା ବିଭିନ୍ନ ପ୍ରଜାତିର ମଇଁଷିଙ୍କ ମଧ୍ୟରୁ ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଅଧିକ ପରିମାଣର ଓମେଗା ଥ୍ରୀ ଫ୍ୟାଟି ଏସିଡ । ସେହି କ୍ଷୀରରେ ଆଉ ୩ଟି ଅତି ଉପକାରୀ ଉପାଦାନ ସହ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ । ଯାହା ଅନ୍ୟ ମଇଁଷୀଙ୍କଠାରେ ଦେଖାଯାଏନି ।"

ଯଦି ଚିଲିକା ମଇଁଷିଙ୍କ କ୍ଷୀରରେ ମଣିଷ ଶରୀର ପାଇଁ ମୁଲ୍ୟବାନ ଦୁର୍ଲଭ ଉପାଦାନ ରହିଛି, ତାହା ହେଉଛି ଇଶ୍ବରଙ୍କ ଅବଦାନ । ଏହି ଦୁର୍ଲଭ ଉପାଦାନର ଅଧିକ ଗବେଷଣା କରିବା ସହ ମାନବଙ୍କ ରୋଗ ପାଇଁ ଆହୁରି କିପରି ରାମବାଣ ହୋଇପାରିବ ସେନେଇ ପଦକ୍ଷେପ ନେବା ଜରୁରୀ । ଏହାସହ ସମୟ ଆସିଛି ଚିଲିକା ମଇଁଷିଙ୍କ ବଂଶବୃଦ୍ଧି ସହ ମଇଁଷି ପାଳକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରାକର ପଦକ୍ଷେପ ନେବା ଦରକାର ।

ଇଟିଭି ଭାରତ, ପୁରୀ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.