ETV Bharat / state

ପୁରୀରେ କୋଭିଡ କେୟାର ହସ୍ପିଟାଲ ଉଦଘାଟିତ - ପୁରୀ କୋଭିଡ କେୟାର ହସପିଟାଲ ଉଦଘାଟିତ

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲା କୋଭିଡ କେୟାର ହସ୍ପିଟାଲର ଭିଡିଓ କନଫେରନ୍ସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲା କୋଭିଡ କେୟାର ହସ୍ପିଟାଲ ଉଦଘାଟିତ
ଜିଲ୍ଲା କୋଭିଡ କେୟାର ହସ୍ପିଟାଲ ଉଦଘାଟିତ
author img

By

Published : May 21, 2021, 10:38 PM IST

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲା କୋଭିଡ କେୟାର ହସ୍ପିଟାଲର ଭିଡିଓ କନଫେରନ୍ସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୯୦ଟି ସାଧାରଣ ଶଯ୍ୟା, ୨୦ଟି ଆଇସିୟୁ, ୪୦ଟି HDU ଶଯ୍ୟା ରହିଛି, ଯାହା ଭୁବନେଶ୍ବର ଏବଂ କଟକ ଭଳି ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ ।

ଜିଲ୍ଲା କୋଭିଡ କେୟାର ହସ୍ପିଟାଲ ଉଦଘାଟିତ

ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ପାଇପ ଲାଇନ ମାଧ୍ୟମରେ ଅମ୍ଲଜାନ ଯୋଗାଣ ସଂଯୋଗ କରାଯାଇଛି ଏବଂ ଅତ୍ୟାଧୁନିକ ପରୀକ୍ଷଣର ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ସମ୍ ହସପିଟାଲ ସହଯୋଗରେ ଏହି ହସପିଟାଲ ପ୍ରତିଷ୍ଠା କରାଯାଇଛି । ମହାମାରୀ ସମୟରେ ଉକ୍ତ କରୋନା ହସପିଟାଲ ଜିଲ୍ଲାବାସୀଙ୍କ ନିମନ୍ତେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.