ETV Bharat / state

ଜଗା ଦର୍ଶନରେ ଅବ୍ୟବସ୍ଥା ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

author img

By ETV Bharat Odisha Team

Published : Nov 20, 2023, 5:30 PM IST

Updated : Nov 20, 2023, 5:59 PM IST

ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କ୍ଷୋଭ । କହିଲେ ଅନେକ କଥା ମୋତେ ବ୍ୟଥିତ କରିଛି । ଅଧିକ ପଢନ୍ତୁ

Biswabhusan Harichandan on Sri Mandir Issue
Biswabhusan Harichandan on Sri Mandir Issue
ଜଗା ଦର୍ଶନରେ ଅବ୍ୟବସ୍ଥା ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

ଭୁବନେଶ୍ବର: ଦିନକୁ ଦିନ ଜଗା ଦର୍ଶନରେ ଅବ୍ୟବସ୍ଥା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବଡ଼ ଦେଉଳଙ୍କୁ ଆସୁଥିବା ଭକ୍ତମାନେ ଏନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଏବେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିବା ବେଳେ ଐତିହ୍ୟକୁ ସଂରକ୍ଷଣ କରାଯାଉ ବୋଲି ମଧ୍ୟ କହିଛନ୍ତି । ଶ୍ରୀମନ୍ଦିରରେ ଥିବା ଅନେକ ଅବ୍ୟବସ୍ଥା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି ।

ନିକଟରେ ଛତିଶଗଡ଼ ରାଜ୍ୟପାଳ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ନିଜେ ହୃଦବୋଧ କରିଥିବା କଥାକୁ ତାଙ୍କ ଆଲେଖ୍ୟ ଜରିଆରେ ଲେଖିଛନ୍ତି । ଏଥିରେ ସେ କହିଛନ୍ତି, "ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଧାଡିରେ ଠିଆ ହୋଇ କଷ୍ଟ ପାଉଛନ୍ତି ଲୋକେ । ସେମାନଙ୍କ ପାଇଁ ବ୍ୟବସ୍ଥା ନାହିଁ । ପ୍ରକଳ୍ପ ହେଉ, ଐତିହ୍ୟ ନଷ୍ଟ ନ ହେଉ । ଐତିହ୍ୟକୁ ସଂରକ୍ଷଣ କରାଯାଉ । ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ । ଗୋଟିଏ ଦ୍ବାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ବାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ । ପୁରୀ ଜଗନ୍ନାଥ ମନ୍ଦିରର କେତେକ ବ୍ୟବସ୍ଥା ଓ କାର୍ଯ୍ୟ ମୋତେ ଅତ୍ୟନ୍ତ ବ୍ୟଥିତ କରିଛି । ଏହା କେବଳ ମୋ ମନରେ ବ୍ୟଥା ଓ ବେଦନା ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ମନର ବେଦନା ।"

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ପୁରିଲା କଣ୍ଟ, ବର୍ଷିଲା କଂଗ୍ରେସ

ସେ ଆହୁରି କହିଛନ୍ତି, "କେଉଁ ବ୍ୟବସ୍ଥାରେ ସୁଧାର ଆସିବା କଥା ତାହା ପ୍ରଶାସନ, ସରକାର ଓ ଲୋକମାନେ ଜାଣିଛନ୍ତି । ଏହା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ । ଧାଡିରେ ଠିଆ ହୋଇ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଭକ୍ତମାନେ । ଭକ୍ତ ଓ ଭଗବାନ ଭିତରେ କୌଣସି ପାର୍ଥକ୍ୟ ସୃଷ୍ଟି କରା ନଯାଉ । ଭକ୍ତ କେମିତି ସୁବିଧାରେ ଦର୍ଶନ କରିବେ ସେଇଟା ଆବଶ୍ୟକ । କାର୍ତ୍ତିକ ମାସ ଅନେକ ଭକ୍ତ ଆସୁଛନ୍ତି ଲୋକଙ୍କ ଯନ୍ତ୍ରଣା ପ୍ରଶାସନ ଅନୁଭବ କରିବା କଥା । ଭକ୍ତ ଦର୍ଶନ କରିବା ସବୁଠୁ ବଡ଼ । ବ୍ୟତିକ୍ରମ ହେଲେ ପ୍ରତିବାଦ କରିବା କଥା । ଠାକୁରଙ୍କୁ କାହିଁକି ଉପାସ ରଖିବେ। ପୁରୀ ଯାଇଥିଲି ଏସବୁ ଆସି ଦେଖି ଭାରି କଷ୍ଟ ଲାଗିଲା । ସେଥିପାଇଁ ଲେଖିଲି ।"

ସୂଚନା ଥାଉ କି ନିକଟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ କରିଥିଲେ । ଏହି ସମୟରେ ସେ ନିଜେ ହୃଦବୋଧ କରିଥିବା କଥାକୁ ତାଙ୍କ ଆଲେଖ୍ୟ ଜରିଆରେ ଲେଖିଛନ୍ତି । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛନ୍ତି । ଯଦି କିଛି ଅଘଟଣ ଘଟେ ତାହାଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 20, 2023, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.