ETV Bharat / state

Chittaranjan Murder Case: ନ୍ୟାୟ ପାଇଁ NHRCରେ ମାମଲା

author img

By

Published : Dec 18, 2021, 8:21 PM IST

Updated : Dec 18, 2021, 9:21 PM IST

ବହୁଚର୍ଚ୍ଚିତ ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ରେ ଏକ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

Chittaranjan Palei Murder: Case filed in NHRC for justice
Chittaranjan Murder Case: ନ୍ୟାୟ ପାଇଁ NHRCରେ ମାମଲା

ଭୁବନେଶ୍ବର: ବହୁଚର୍ଚ୍ଚିତ ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇ (Chittaranjan Palei Murder) ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ରେ ଏକ ମାମଲା ରୁଜୁ ହୋଇଛି । ତୁରନ୍ତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରାଯାଇଛି । ଜଗତସିଂହପୁର ଜିଲ୍ଲା ଭାରତୀୟ ବିକାଶ ପରିଷଦର ସଭାପତି ସୁବ୍ରତ ଦାସ ଏହି ନିବେଦନ କରିଛନ୍ତି ।

ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ନ୍ୟାୟ ପାଇଁ NHRCରେ ମାମଲା

ସୂଚନା ଅନୁଯାୟୀ, ପୁରୀଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଳେଇ ଭୋଜି କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଏହାପରେ ଗତ ୧୧ ତାରିଖ ଦିନ ଚିତ୍ତରଞ୍ଜନଙ୍କର ସନ୍ଦେହ ଜନକ ଭାବରେ ମୃତଦେହ ମିଳିଥିଲା । ଚିତ୍ତରଞ୍ଜନ ପଲେଇ ବରିଷ୍ଠ ବିଜେଡି ନେତା ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାଶବର୍ମାଙ୍କ ପିଏ ଭାବେ କାମ କରି ଆସୁଥିଲେ ।

Chittaranjan Palei Murder: Case filed in NHRC for justice
ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ନ୍ୟାୟ ପାଇଁ NHRCରେ ମାମଲା

ଏହାମଧ୍ୟ ପଢନ୍ତୁ: Chittaranjan Murder Case: ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କଲେ କ୍ରାଇମବ୍ରାଞ୍ଚ ADG

ଚିତ୍ତରଞ୍ଜନଙ୍କ ମୋବାଇଲ, ଗାଡି, ଚପଲ ପୁରୀ ସଦର ଥାନା ଗଡ଼ ମୃଗଶିରା ବ୍ରିଜ ନିକଟରୁ ମିଳିଥିଲା । କିଛି ଦୂରରେ ପୁରୀ ଭାର୍ଗବୀ ନଦୀ କୂଳରେ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିଥିଲା । ଏ ବାବଦରେ ଚିତ୍ତରଞ୍ଜନଙ୍କ ପରିବାର ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାର କମିଶନ ତୁରନ୍ତ ହସ୍ତକ୍ଷେପ କରି ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟାକାଣ୍ଡରେ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 18, 2021, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.