ETV Bharat / bharat

JEE-NEET କୋଚିଂ ପାଇଁ ପ୍ରଥମ ଚଏସ 'କୋଟା', ମାସକୁ ୫ ହଜାର କମ୍‌ ଖର୍ଚ୍ଚ - Kota Coaching - KOTA COACHING

KOTA Affordable For JEE-NEET: ଜେଇଇ ମେନ ଏବଂ ନିଟ୍ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜସ୍ଥାନ କୋଟା ପ୍ରଥମ ଚଏସ । କାରଣ କୋଟାରେ ରହିବା, ଖାଇବା ଏବଂ କୋଚିଂ ସବୁଠୁ ଶସ୍ତା । ଅନ୍ୟ ସହର ତୁଳନାରେ ମାସକୁ ୫ ହଜାର ଟଙ୍କା କମ୍‌ ଖର୍ଚ୍ଚରେ ଚଳି ପାରିବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

KOTA Affordable For JEE-NEET
KOTA Affordable For JEE-NEET (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 10:46 PM IST

Updated : Sep 21, 2024, 10:28 AM IST

ଜୟପୁର: କେବଳ ଇଂଜିନିୟରିଂ କିମ୍ବା ମେଡିକାଲ ପ୍ରସ୍ତୁତି ପାଇଁ ନମ୍ବର ୱାନ ନୁହେଁ, ବରଂ ରହିବା, ଖାଇବା, ଯାତାୟତ ଏବଂ ଅନ୍ୟ କୋଚିଂ ପାଇଁ ସବୁଠୁ ପ୍ରକୃଷ୍ଟ ସହର । ଯେଉଁଠି ଅନ୍ୟ ସହର ତୁଳନାରେ ଛାତ୍ରଛାତ୍ରୀଙ୍କ ୫ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‌ ଖର୍ଚ୍ଚ ହୋଇଥାଏ । ଆମେ କହୁଛୁ JEE MAINS and NEET ପରୀକ୍ଷା ପ୍ରସ୍ତୁତି ପାଇଁ ଦେଶର ସବୁଠୁ ଫେବରିଟ୍ ସହର 'କୋଟା' କଥା । ଆସନ୍ତୁ ଜାଣିବା 'କୋଟା' କାହିଁକି ଛାତ୍ରଛାତ୍ରୀଙ୍କ ପ୍ରଥମ ଚଏସ ?

କୋଟା ସହର :

ରାଜସ୍ଥାନର ଏକ ସହର ହେଉଛି କୋଟା । ଯାହା ସାରା ଦେଶରେ କୋଚିଂ ହବ୍‌ ଭାବରେ ପରିଚିତ । ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହେଉଛି କୋଟା । ଦିଲ୍ଲୀ ଏନସିଆର, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଇନ୍ଦୋର ଭଳି ବଡ଼ବଡ଼ ସହରରେ କୋଚିଂର ସୁବିଧା ଥିଲେ ମଧ୍ୟ ପ୍ରତିବର୍ଷ ଲକ୍ଷଲକ୍ଷ ଛାତ୍ରଛାତ୍ରୀ କୋଟାରେ ରହି ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନିଅନ୍ତି । ଏହାସହ ଏଠାରୁ କୋଚିଂ ନେଇ ଅଧିକାଂଶ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉତିନ୍ନ ହୁଅନ୍ତି । ତେବେ କେଉଁ ସୁବିଧା ପାଇଁ ଅନ୍ୟ ସହର ଛାଡ଼ି ଛାତ୍ରଛାତ୍ରୀମାନେ କୋଟାରେ ରହି କୋଚିଂ ନେଉଛନ୍ତି ? କ'ଣ ପାଇଁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କୋଟାରେ କୋଚିଂ ଦେବା ପାଇଁ ପଠାଇଥାନ୍ତି ।

KOTA Affordable For JEE-NEET:
KOTA Affordable For JEE-NEET: (ETV Bharat Odisha)

ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ଖର୍ଚ୍ଚ :

କୋଟାରେ ପାଖାପାଖି ୧୫୦ କୋଚିଂ ସେଣ୍ଟର ରହିଛି । ଏଠାରେ ଶୈକ୍ଷିକ ପରିବେଶ ମଧ୍ୟ ଖୁବ ଭଲ । କୋଚିଂ ସେଣ୍ଟରଗୁଡ଼ିକର ସିଷ୍ଟମେଟିକ ଗାଇଡାନ୍ସ ଫଳରେ ଛାତ୍ରଛାତ୍ରୀମାନେ ସହଜରେ ପ୍ରବେଶିକା ପରୀକ୍ଷାରେ ଉତିନ୍ନ ହୁଅନ୍ତି । ଏହା ସହ କୋଟାରେ ସବୁ ଶ୍ରେଣୀର ଲୋକଙ୍କୁ ସୁହାଇବା ଭଳି ଖର୍ଚ୍ଚ ହୋଇଥାଏ । ଜଣେ ଗରିବ ମଧ୍ୟବିତ ପରିବାର ପିଲା ଖୁବ୍‌ କମ୍‌ ଟଙ୍କାରେ ଏଠାରେ କୋଚିଂ ନେଇପାରିବା ଭଳି ସୁବୁଧା ମଧ୍ୟ ଉପଲବ୍ଧ ଅଛି । ସେହିପରି ରହିବା ପାଇଁ କୋଚିଂ ସେଣ୍ଟର ଠାରୁ ମାତ୍ର ଅଳ୍ପ ଦୂରରେ ଅନକେ ହଷ୍ଟେଲ, ପିଜି ଓ ମେସ ରହିଛି । ଯେଉଁଠାରେ ରହିବା ସହ ଖାଇବା ଖର୍ଚ୍ଚ ମଧ୍ୟ ଖୁବ୍‌ କମ ଟଙ୍କାରେ ହୋଇଯାଏ । ଏହାସହ ପାଠପଢ଼ାରେ ଆବଶ୍ୟକ ଉପକରଣ ମଧ୍ୟ ସହଜରେ ମିଳିଯାଏ । କହିବାକୁ ଗଲେ ଅନ୍ୟ ସହର ଅପେକ୍ଷା କୋଟାରେ ମାସକୁ ପାଖାପାଖି ୫୦୦୦ ଟଙ୍କା ପର୍ଯ୍ୟନ୍ତ ସେଭିଂ ହୁଏ ।

ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ:

ଏନେଇ କୋଟା ହଷ୍ଟେଲ ଆସୋସିଏସନର ସଭାପତି ନବୀନ ମିତ୍ତଲ କହିଛନ୍ତି ଯେ, ବଡ ସହରରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ମାସକୁ ଭଡା ପାଖାପାଖି ୧୦ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଛି । ଅଧିକାଂଶ ସ୍ଥାନରେ ହଷ୍ଟେଲରେ ଖାଇବା ସୁବିଧା ଉପଲବ୍ଧ ନାହିଁ । କିନ୍ତୁ କୋଟାରେ ମାସକୁ ମାତ୍ର ୮ରୁ ୧୨ ହଜାର ଟଙ୍କା ମଧ୍ୟରେ ହଷ୍ଟେଲରେ ସିଙ୍ଗିଲ ରୁମ ରହିଛି । ଯେଉଁଥିରେ ୱାଇ-ଫାଇ, ଖାଦ୍ୟ, ଲଣ୍ଡ୍ରି, ପାୱାର ବ୍ୟାକଅପ୍, ହାଉସକିପିଂ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି ।

KOTA Affordable For JEE-NEET:
KOTA Affordable For JEE-NEET: (ETV Bharat)

ହଷ୍ଟେଲ ଠାରୁ ୫୦ରୁ ୫୦୦ ମିଟର ଦୂରରେ କୋଚିଂ ସେଣ୍ଟର:

ସେହିପରି ଜଣେ ହଷ୍ଟେଲ ପରିଚାଳକ ମୁକୁଲ ଶର୍ମାଙ୍କ କହିବା ଅନୁସାରେ, କୋଟାର ବିଭିନ୍ନ ସ୍ଥାନରେ ଅନେକ କୋଚିଂ ସେଣ୍ଟର ରହିଛି । କୋଟରେ ଥିବା ଘରଗୁଡ଼ିକରେ PG (Paying Guest) ମଧ୍ୟ ଉପଲବ୍ଧ ରହିଛି । ଫଳରେ କୋଟାରେ ରହୁଥିବା ଛାତ୍ରମାନଙ୍କୁ କୋଚିଂ ସେଣ୍ଟରରୁ ଯିବା ଆସିବା ଖର୍ଚ୍ଚ ବହନ କରିବାକୁ ପଡେନାହିଁ । ଅନ୍ୟ ସହରରେ ହଷ୍ଟେଲ ଠାରୁ କୋଚିଂ ସେଣ୍ଟର ଅଧିକ ଦୂରରେ ଥାଏ । ଫଳରେ ଛାତ୍ରଛାତ୍ରୀଙ୍କ ଯିବାଆସିବା ପାଇଁ ବହୁତ ଖର୍ଚ୍ଚ ହୋଇଥାଏ । କୋଟାର ଅଧିକାଂଶ ହଷ୍ଟେଲ କୋଚିଂ ସେଣ୍ଟର ଠାରୁ ମାତ୍ର ଠାରୁ ୫୦ରୁ ୫୦୦ମିଟର ମଧ୍ୟରେ ରହିଛି । ଏହା ବ୍ୟତୀତ ଅନେକ ହଷ୍ଟେଲ ପରିଚାଳକ ଛାତ୍ରଛାତ୍ରୀମାନଙ୍କ ପାଇଁ ଗାଡି ସୁବିଧା ମଧ୍ୟ ଯୋଗାଇ ଦିଅନ୍ତି । କୋଟାର ଅଧିକାଂଶ କୋଚିଂ ସେଣ୍ଟର ସହରାଞ୍ଚଳରେ ଅବସ୍ଥିତ । ତେଣୁ ଏଠାକୁ ଗମନାଗମନର ସୁବିଧା ଭଲ ରହିଛି । ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଜିନିଷ ମଧ୍ୟ କୋଚିଂ ସେଣ୍ଟର ନିକଟରେ ମିଳିଯାଉଛି । ଫଳରେ ଏଥିପାଇଁ ତାଙ୍କୁ ଅନ୍ୟ ଜାଗାକୁ ଯିବାକୁ ପଡ଼େ ନାହିଁ । ଯାହା ସେମାନଙ୍କ ସମୟ ବଞ୍ଚିଥାଏ ।

ମାସକୁ ୫୦୦୦ ଟଙ୍କା କମ୍ ଖର୍ଚ୍ଚ:

ଉତ୍ତରପ୍ରଦେଶର ଜୋନପୁରର ବାସିନ୍ଦା ରତ୍ନାବଳୀ ସିଂ କହିଛନ୍ତି ଯେ, ତାଙ୍କ ପୁଅ ପ୍ରଜ୍ବଳ ସିଂ 2 ବର୍ଷ ଧରି କୋଟାର ଇନ୍ଦ୍ରବିହାରରେ ରହି କୋଚିଂ ନେଉଛନ୍ତି । ସେ ହଷ୍ଟେଲରେ ରୁହେ । ପୁଅର କୋଚିଂ ସେଣ୍ଟର ହଷ୍ଟେଲ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି । ତାଙ୍କ ପୁତୁରା ବେଙ୍ଗାଲୁରୁରେ ରହି କୋଚିଂ ନେଉଥିଲେ । ଯେଉଁଠାରେ ରହିବା ଏବଂ ଖାଇବାର ମୂଲ୍ୟ ବହୁତ ଅଧିକ ଥିଲା । ଅନ୍ୟ ସହର ଅପେକ୍ଷା କୋଟାରେ ମାସକୁ ୫୦୦୦ ଟଙ୍କା କମ୍ ଖର୍ଚ୍ଚ ହୋଇଥାଏ । ତାଙ୍କ ପୁତୁରା ତାଙ୍କ ପୁଅକୁ କୋଟାରେ କୋଚିଂ ନେବା ପାଇଁ ସୁପାରିଶ କରିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କୋଟାରେ ରହି ପଢ଼ାପଢ଼ି କରିବାକୁ କହିଥିଲେ । ପରେ ପୁଅ ଏଠାରେ ଆଡମିଶନ ପାଇଥିଲା । ସେ କହିଛନ୍ତି ଯେ, ଏଠାରେ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସେ ବହୁତ ଖୁସି ।

ମାସକୁ 3000 ଟଙ୍କାରେ ଦିନକୁ ୪ଥର ଖାଇବା :

ମେସ ପରିଚାଳକ ଦିଲୀପ କୁମାର ପାଟନୀ କହିଛନ୍ତି ଯେ, କୋଟାରେ କୋଚିଂ ସେଣ୍ଟର ଥିବା ଅଞ୍ଚଳରେ ଅନେକ ମେସ (MESS) ଅଛି । ଏହି ସମସ୍ତ ମେସରେ ଛାତ୍ରଛାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଉଛି । ହଷ୍ଟେଲରେ ମାସକୁ ୩୫୦୦ ରୁ ୪୦୦୦ଟଙ୍କା ମଧ୍ୟରେ ଦିନକୁ ୪ ଥର ଖାଇବା ଦିଆଯାଏ । ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାରେ ଟିଫିନ ଓ ରାତ୍ରୀ ଭୋଜନ ଯୋଗାଇ ଦିଆଯାଉଛି । ଏହି ସୁବିଧା ପ୍ରାୟ ସମସ୍ତ ହଷ୍ଟେଲରେ ଉପଲବ୍ଧ ଥିବାବେଳେ ସହରରେ ଖୋଲାରେ ଚାଲୁଥିବା ଅନ୍ୟ ମେସରେ ମଧ୍ୟାହ୍ନ ଭୋଜନ ଏବଂ ଜଳଖିଆ ୩୦୦୦ରୁ ୩୫୦୦ଟଙ୍କା ମଧ୍ୟରେ ମିଳାଯାଉଛି ।

ହାତ ପାହାନ୍ତାରେ ଭେରାଇଟି ଖାଇବା :

ଅନ୍ୟ ସହରରେ ପିଲାମାନଙ୍କୁ ଖାଇବା ପାଇଁ କୋଚିଂ ସେଣ୍ଟର ଠାରୁ ବହୁତ ଦୂରରେ ଯିବାକୁ ପଡିଥାଏ । ଏହାସହ ଅନେକ ହଷ୍ଟେଲରେ ମେସ ନଥାଏ । ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଖାଦ୍ୟ ଖାଇବା ପାଇଁ ଯିବାସହ ସମୟ ମଧ୍ୟ ବରବାଦ ହୋଇଥାଏ । କିନ୍ତୁ କୋଟାରେ ରହୁଥିବା ଛାତ୍ରମାନଙ୍କ ପାଇଁ ଏହି ସମୟ ବଞ୍ଚିଥାଏ । ଏହାସହ ଯଦି ପିଲାମାନଙ୍କୁ ଖାଦ୍ୟ ପସନ୍ଦ ନ ଆସେ ଓ ଅନ୍ୟ କିଛି ଖାଇବା ପାଇଁ ଚାହାନ୍ତି ତେବେ ତାହାର ମଧ୍ୟ ବ୍ୟବସ୍ଥା ରହିଛି । କୋଚିଂ ସେଣ୍ଟର ପାଖରେ ଅନେକ ଖାଇବା ଦୋକାନ ମଧ୍ୟ ଅଛି । ଫଳରେ ଖାଇବାକୁ ନେଇ ପିଲାମାନଙ୍କର କୌଣସି ସମସ୍ୟା ହୋଇନଥାଏ । ଏହାସହ ସେମାନଙ୍କ ସମୟ ମଧ୍ୟ ଅପଚୟ ହୋଇନଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ - FREE CHOCING FOR COMPETITIVE EXAM

କମ୍ ଟଙ୍କାରେ ସିଙ୍ଗଲ୍ ରୁମ୍:

ଉତ୍ତରପ୍ରଦେଶ ଶାହାଜାହାନପୁର ନିବାସୀ ରାଜୀବ କୁମାର ଗୁପ୍ତାଙ୍କ ପୁଅ ଆର୍ଯ୍ୟନ୍ ଦିଲ୍ଲୀରେ ୨ ବର୍ଷ ରହି ଆଇଆଇଟି ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ କରୁଥିଲେ । ପରେ ସେ କୋଟାରେ ତୃତୀୟ ବର୍ଷ ପାଇଁ ପ୍ରସ୍ତୁତ ହେଉଛନ୍ତି । ରାଜୀବ କୁମାର କହିଛନ୍ତି ଯେ, ପୁଅ ଦିଲ୍ଲୀରେ ଥିବା ସମୟରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ସେଠାରେ ବହୁତ କମ୍ ସିଙ୍ଗଲ୍ ରୁମ୍ ଥିଲା । ଯାହା, ବହୁତ ମହଙ୍ଗା ଥିଲା । ବିନା ଏସି ରୁମ ପାଇଁ ମାସକୁ ପ୍ରାୟ ୮ରୁ ୧୦ହଜାର ଟଙ୍କା ନେଉଥିଲେ । ହେଲେ କୋଟାରେ ସେହି ଟଙ୍କାରେ ଏସିର ୨ଟି ରୁମ୍ ମିଳୁଛି । ଏହା ବ୍ୟତୀତ ଏଠାରେ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଅନ୍ୟ ସହର ଅପୋକ୍ଷା କୋଟାରେ କମ୍‌ ଖର୍ଚ୍ଚରେ ସବୁ ସୁବିଧା ମିଳିଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର ୨୭ରେ OAS ପ୍ରିଲିମ୍ସ, OPSC ୱେବସାଇଟରେ ପୂରା ସୂଚନା - OPSC Prelims Date

ଏହା ମଧ୍ୟ ପଢ଼ନ୍ତୁ...Bonda Boy Cracks NEET: ମାଲକାନଗିରି ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର, ନିଟ୍ ପରୀକ୍ଷା ପାସ୍ ମଙ୍ଗଳା ମୁଦୁଲି, ହେବେ ଡାକ୍ତର - Bonda youth will become a doctor

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା +2 ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେଠୁ ଫର୍ମ ଫିଲଅପ୍‌ - Plus Two Exam Form Fill Up

କମ୍ ଖର୍ଚ୍ଚ ସହ ଶୈକ୍ଷିକ ପରିବେଶ:

ବିହାରର ଆରା ନିବାସୀ ରାନୀ ସିଂଙ୍କ ପୁଅ ସମୀର ସିଂ JEE ପାଇଁ ପ୍ରସ୍ତୁତି କରୁଛନ୍ତି । ରାନୀ ସିଂ କହିଛନ୍ତି ଯେ, କୋଟାରେ ପଢ଼ାପଢ଼ି କରିବା ପାଇଁ ବହୁତ ଭଲ ସୁବିଧା ଅଛି । ପିଅକୁ ଦିଲ୍ଲୀରେ ରଖି କୋଚିଂ ଦେବା ପାଇଁ ଭାବିଥିଲେ । କିନ୍ତୁ ସେଠାରେ ରହିବା ମୂଲ୍ୟ ୧୫ରୁ ୨୦ ହଜାର ଟଙ୍କା ଥିଲା । ଏହା ପରେ ସେ ପୁଅକୁ କୋଟା କୋଚିଂ ଦେଇଥିଲେ । କୋଟାରେ ହଷ୍ଟେଲର ୮ରୁ ୧୨ ହଜାର ଟଙ୍କାରେ ମିଳିଯାଉଛି । ସେଠାରେ ସମସ୍ତ ସୁବିଧା ରହିଛି । କମ୍‌ ଖର୍ଚ୍ଚରେ ପୁଅର ପାଠପଢ଼ା ଭଲରେ ହେଉଛି । ସେ ତାଙ୍କ ସାନ ପୁଅକୁ ଆସନ୍ତା ବର୍ଷ କୋଟାରେ କୋଚି ଦେବେ । ସେ କହିଛନ୍ତି ଯେ, ଏଠାରେ ଶୈକ୍ଷିକ ପରିବେଶ ମଧ୍ୟ ବହୁତ ଭଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2024, 10:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.