ETV Bharat / bharat

କିପରି ପ୍ରସ୍ତୁତ ହୁଏ ତିରୁପତି ଲଡୁ, ଜାଣନ୍ତି କି ? - Tirupati Laddu

author img

By ETV Bharat Odisha Team

Published : 2 hours ago

Tirupati Laddu: ତିରୁମାଳା ତିରୁପତି ମନ୍ଦିରରେ କିପରି ପ୍ରସ୍ତୁତ ହୁଏ ଲଡୁ । ପ୍ରସାଦ ପ୍ରସ୍ତୁତିରେ କଣ କଣ ସାମଗ୍ରୀ ହୁଏ ବ୍ୟବହାର । ଚାଲନ୍ତୁ ଜାଣିବା ।

Tirupati Laddu
Tirupati Laddu (RKC)

ଅମରାବତୀ: ଆସ୍ଥା ବିଶ୍ବାସର ପ୍ରତୀକ ପ୍ରଭୁ ତିରୁପତି ବାଲାଜୀ । କାଇଁ କେଉଁ ଆଡୁ ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ତିରୁମାଳା ତିରୁପତି ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରଭୁ ବାଲାଜୀଙ୍କ ଦର୍ଶନ ସହ ପ୍ରସାଦରେ ମିଳୁଥିବା ଲଡୁ ପାଇଗଲେ ଭକ୍ତର ମନ ହୁଏ କୁଣ୍ଢେମୋଟ । ଆପଣ ଜାଣନ୍ତି କି କିପରି ପ୍ରସ୍ତୁତ ହୁଏ ତିରୁପତି ବାଲାଜୀରେ ମିଳୁଥିବା ପ୍ରସାଦ ଲଡୁ । କେଉଁ କାଳରୁ ମନ୍ଦିରରେ ଚାଲି ଆସୁଛି ଲଡୁ ପ୍ରସାଦ ପ୍ରଥା ? ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାବୁ କିପରି ତିରୁପତିରେ ପ୍ରସ୍ତୁତ ହୁଏ ଲଡୁ ।

  • କେବେଠୁ ଲଡୁ ପରମ୍ପରା ?

ତିରୁମାଳାରେ ମିଳୁଥିବା ଲଡୁ ସ୍ବତନ୍ତ୍ର । ଏପରି ଲଡୁ ହୁଏତ ଆଉ କେଉଁଠି ପ୍ରସ୍ତୁତ କରାଯାଇନପାରେ। 1500ରୁ ବିଂଶ ଶବ୍ଦାଦୀ ମଧ୍ୟରେ ତିରୁପତି ମନ୍ଦିରରେ ପ୍ରସାଦ ରୂପେ ଲଡୁର ପରମ୍ପରା ଆରମ୍ଭ ହୋଇଥିଲା । ସେହି ସମୟରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭୋଗ ବା ପ୍ରସାଦ ଆକାରରେ ଭକ୍ତଙ୍କୁ ଦିଆଯାଉଥିଲା । ଏପରିକି ସେ ସମୟରେ ଅନ୍ନ ପ୍ରସାଦର ବ୍ୟବସ୍ଥା ମନ୍ଦିରରେ ନଥିଲା । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଆକାରରେ ଲଡୁକୁ ଦିଆଯାଉଥିଲା । ବିଶ୍ବାସ ରହିଛି ଯେ ଏହାକୁ ଗ୍ରହଣ କଲେ ଭୋକ ହୁଏନି । ତେବେ ବ୍ରିଟିଶ ଅମଳରୁ ମନ୍ଦିରରେ ଲଡୁ ପ୍ରସାଦ ଆକାରରେ ଲାଗି ହେଇଆସୁଛି । ଉନବିଂଶ ଶବ୍ଦାବ୍ଦୀର ମଧ୍ୟ ବେଳକୁ ମନ୍ଦିରରେ ମିଠା ବୁନ୍ଦି ଦେବାର ପ୍ରଚଳନ ଆରମ୍ଭ ହେଲା । ପରେ ପରେ 1940ରେ ମିଠା ବୁନ୍ଦିରୁ ଛୋଟ ଛୋଟ ଲଡୁ ଆକାରରେ ଦିଆଗଲା । ଦିନ ପରେ ଦିନ ବଦଳିବା ପରେ ଛୋଟ ଛୋଟ ଲଡୁର ସ୍ଥାନ ଏବେ ଲଡୁ ନେଇଛି ।

Tirupati Laddu
Tirupati Laddu (RKC)
  • ଲଡୁ ପଛର କାହାଣୀ:

ଲଡୁର ଅନେକ ନାଁ ରହିଛି । ଯେମିତି ସଂସ୍କୃତରେ, ଲଡ୍ଡୁକାମୁ, ଲତିକାମୁ, ଅଡ୍ଡୁକାମୁ କୁହାଯାଏ । ସେହିପରି ତେଲୁଗୁରେ ଲାଡବାମୁ, ତାମିଲରେ ଇଲାଟଟୁ, ଲଟ୍ଟୁକା ନାଁରେ ମଧ୍ୟ ଜଣାଯାଏ । କୁହାଯାଏ ଲଡୁର ବର୍ଣ୍ଣନା 12ଶହ ଶବ୍ଦାଦୀରେ ‘ମନସୋଲ୍ଲାସ ଗ୍ରନ୍ଥମ୍‌’ରେ କରାଯାଇଛି । ବୁନ୍ଦିକୁ ଏକାଠି କରିବାକୁ ଲଡୁ କୁହାଯାଏ ।

Tirupati Laddu
Tirupati Laddu (RKC)

କେଉଁଠି ତିଆରି ହୁଏ ଲଡୁ:

ତିରୁପତି ମନ୍ଦିର ବକୁଳମାତାଙ୍କ ମୂର୍ତ୍ତି ଅର୍ଥାତ ଗର୍ଭଗୃହ ସାମ୍ନାରେ ଥିବା ରୋଷେଇ ଶାଳାରେ ଏହା ପ୍ରସ୍ତୁତ ହୁଏ । ରୋଷଶାଳାକୁ ପୋଟୁ କୁହାଯାଏ । ଲଡୁ ପ୍ରସ୍ତୁତ ପରେ ତାହାକୁ ବକୁଳମାତାଙ୍କ ମୂର୍ତ୍ତିଙ୍କ ପାଖକୁ ଅଣାଯାଏ । ମାତାଙ୍କୁ ପ୍ରସାଦ ଆକାରରେ ଚଢା ଯାଏ । ଏହା ପରେ ଭଗବାନଙ୍କୁ ଅର୍ପଣ କରାଯାଏ । ଏହି ଲଡୁକୁ ପ୍ରସ୍ତୁତ କରିବା ରହିଛି ସ୍ବତନ୍ତ୍ର ବିଧି ।

  • ଦିତ୍ରମ:

ଦିତ୍ରମ ଏହି ଶବ୍ଦଟି ଆପଣଙ୍କୁ ନୂଆ ଲାଗିପାରେ । ଚାଲନ୍ତୁ ଜାଣିବା ଏହାର ଅର୍ଥ କଣ । ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଲଡୁ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ମାପକୁ ଦିତ୍ରମ କୁହାଯାଏ । ପ୍ରଥମ ଥର ପାଇଁ 1950 ମସିହାରେ ତିରୁମାଳା ତିରୁପତି ମନ୍ଦିରର ଗଭର୍ଣ୍ଣିଂ କାଉନସିଲ ଦିତ୍ରମର ନିଷ୍ପତ୍ତି ନେଇଥିଲେ । ଶ୍ରଦ୍ଧାଳୁ ସଂଖ୍ୟା ବଢୁଥିବା ଦେଖି ଦିତ୍ରମର ପରିମାଣ ମଧ୍ୟ ବଢି ଚାଲିଛି । TTD 2001ରୁ ସଂଶୋଧିତ କରି ପାଳନ କରିଆସୁଛି । ପ୍ରଥମରୁ କେବଳ 5100 ଲଡୁ ପ୍ରସ୍ତୁତ ହେଉଥିଲା । ସେହି ଅନୁସାରେ ସାମଗ୍ରୀ ଦିଆଯାଉଥିଲା । ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବା ପରେ 2001ରେ ଦିତ୍ରମର ସଂଶୋଧନ କରାଯାଇଥିଲା । 5100 ଲଡୁ ପ୍ରସ୍ତୁତ ପାଇଁ 803 କିଲୋ ସାମଗ୍ରୀ ଆବଶ୍ୟକ ।

Tirupati Laddu
Tirupati Laddu (RKC)

ଚାଲନ୍ତୁ ଜାଣିବା ତିରୁପତି ଲଡୁ ପ୍ରସ୍ତୁତି କଣ କଣ ବ୍ୟବହାର ହୁଏ ?

  • ଗାଈ ଘିଅ -165 କିଲୋ
  • ବାଦାମ ଅଟା- 180 କେଜି
  • ଚିନି- 400 କେଜି
  • ଗୁଜୁରାତି- 4 କେଜି
  • କିସମିସ୍‌- 16 କେଜି
  • କଳାକନ୍ଦ(ଏକ ପ୍ରକାର ମିଠା)- 4 କେଜି
  • ମୁଗ ଡାଲି- 30 କେଜି
Tirupati Laddu
Tirupati Laddu (RKC)

ପୂର୍ବରୁ ଲଡୁକୁ ଚୁଲିରେ ପ୍ରସ୍ତୁତି କରାଯାଉଥିଲା । ହେଲେ ଧୂଆଁକୁ ଦୃଷ୍ଟିରେ ରଖି ପରେ ଏହାକୁ ମେସିନ ସାହାଯ୍ୟରେ ପ୍ରସ୍ତୁତି କରାଯାଉଛି ।

କାହିଁକି ଚର୍ଚ୍ଚାରେ ତିରୁପତି ଲଡୁ:

ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ମିଶିଛି ପଶୁ ଚର୍ବି । ଏଭଳି ଅଭିଯୋଗ ଆଣିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ସତ ସାବ୍ୟସ୍ତ ହୋଇଛି । କାରଣ ଲ୍ୟାବରେ ପରୀକ୍ଷା ପରେ ମନ୍ଦିର ଲଡୁରେ ପଶୁ ଚର୍ବି ଥିବା ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି ।

Tirupati Laddu
Tirupati Laddu (RKC)

ଏହା ମଧ୍ୟ ପଢନ୍ତୁ:

TTDର ଚାଞ୍ଚଲ୍ୟକର ବୟାନ, 'ଲଡୁରେ ବ୍ୟବହୃତ ଘିଅ ଗୁଣବତ୍ତାରେ ହୋଇଛି ସାଲିସ'

NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.