ETV Bharat / state

Brown Sugar Peddler Arrest: ପୋଲିସ କବଜାରେ ୩ ଧଳାଜହର ବେପାରୀ

author img

By

Published : Jan 20, 2022, 8:08 AM IST

ରାଜ୍ୟରେ ଦିନକୁ ଦିନ ବଢୁଛି ନିଶା କାରବାର । ଏସଟିଏଫ ଓ ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ

Brown Sugar Peddler Arrest: ପୋଲିସ କବଜାରେ ୩ ଧଳାଜହର ବେପାରୀ
Brown Sugar Peddler Arrest: ପୋଲିସ କବଜାରେ ୩ ଧଳାଜହର ବେପାରୀ

ପୁରୀ : ରାଜ୍ୟରେ ଦିନକୁ ଦିନ ବଢୁଛି ନିଶା କାରବାର । ବ୍ରାଉନସୁଗାର ବେପାରୀଙ୍କ ଭୂସ୍ବର୍ଗ ପୁରୀ ପାଲଟିଥିବା ବେଳେ ଆଜି ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହାସହ ୩ଟି ମୋବାଇଲ, ଦୁଇଟି ବାଇକ ଜବତ କରାଯାଇଛି ।

ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି‌। ବ୍ରାଉନସୁଗାର କାରବାରର ମୁଖ୍ୟ କିଙ୍ଗପିନ ମାନେ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର‌ ସୁବାଷ କୁମାର ଦାସ, ୱଟର ୱର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା।

ଏହାସହ ଅଧିକ ତଦନ୍ତ ଜାରି ରଖିଛି ।ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ.ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.