ETV Bharat / state

ଚିଲିକା ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ - ଯୁବଗୋଷ୍ଠୀ ସହଯୋଗରେ ଚାଲିଛି ସେଭ ଚିଲିକା ମିଶନ

ଚିଲିକା ସୁରକ୍ଷାରେ ଲାଗିପଡିଛନ୍ତି ଯୁବଗୋଷ୍ଠୀ । କୁସୁବେଣ୍ଟି ପଞ୍ଚାୟତରେ ଯୁବଗୋଷ୍ଠୀ ସହଯୋଗରେ ଚାଲିଛି ସେଭ ଚିଲିକା ମିଶନ । ଅଧିକ ପଢ଼ନ୍ତୁ

ଚିଲିକା ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

author img

By

Published : Oct 3, 2022, 10:06 AM IST

ବ୍ରହ୍ମଗିରି: ଚିଲିକା ସୁରକ୍ଷା ପାଇଁ ଆଗକୁ ଆସିଲେ ଯୁବଗୋଷ୍ଠୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତର ଯୁବଗୋଷ୍ଠୀ ସେଭ ଚିଲିକା ମିଶନ ଆରମ୍ଭ କରିଛନ୍ତି । ଏହି ଯୁବଗୋଷ୍ଠୀ ସଦସ୍ୟ ଏବେ ଚିଲିକା ବଞ୍ଚାଇବା ମିଶନରେ ଲାଗିପଡିଛନ୍ତି । ଜୈବ ବିବିଧତା ପରିଚାଳନା ସମିତି ପକ୍ଷରୁ ଏନେଇ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା ।

ଚିଲିକା ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ଜୈବ ବିବିଧତା ଓ ଚିଲିକାର ସୁରକ୍ଷା ପାଇଁ ପଞ୍ଚାୟତର ଯୁବଗୋଷ୍ଠୀ ଆଗେଇ ଆସି ଶପଥ ନେଇଥିଲେ । ତେବେ ଚିଲିକାରେ ବସବାସ କରୁଥିବା ପ୍ରାଣୀ ମାନଙ୍କ ମଧ୍ୟରୁ ବାଘଡି (fishing cat) ପ୍ରଜାତି ଲୋପ ହେବାକୁ ବସିଲାଣି । ଚିଲିକାର ଏହି ଅଞ୍ଚଳରେ ବାଘଡି ପ୍ରଜାତି ଦେଖିବାକୁ ମିଳିଥାନ୍ତି । ଏହାରି ସୁରକ୍ଷା କରିବା ସହିତ ବିଦେଶାଗତ ପକ୍ଷୀ ମାନଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସମିତିର ସଭାପତି ରାଧାକାନ୍ତ ସାହୁ କହିଥିଲେ । ଯୁବକମାନେ ପଞ୍ଚାୟତର ପ୍ରତି ଗ୍ରାମରେ ସାଇକେଲ ଶୋଭାଯାତ୍ରା କରି ପକ୍ଷୀ, ଚିଲିକା ଏବଂ ଚିଲିକା ବନ୍ୟ ପ୍ରାଣୀ ମାନଙ୍କ ସୁରକ୍ଷା ପାଇଁ ସଚେତନ କରିଥିଲେ ।

ଏନେଇ ସମିତି ସଭାପତି ରାଧାକାନ୍ତ ସାହୁ କହିଛନ୍ତି, ''ଚିଲିକା ହେଉଛି ବିଶ୍ବର ସର୍ବବୃହତ ଜୈବ ମଣ୍ଡଳ । କାରଣ ଚିଲିକାରେ ଗୋଟେ ବିଶ୍ବର ବୁଲୁପ୍ତ ପ୍ରାଣୀ ବାଘଡି ବସବାସ କରୁଥିବା ବେଳେ ବିଭିନ୍ନ ପ୍ରଜାତିର ଗଛ, ଗୁଳ୍ମ ଓ ବିଭିନ୍ନ ପ୍ରଜାତିର ମାଛ ଚିଲିକାରେ ଅଛନ୍ତି । ତେଣୁ ଚିଲିକା ଗୋଟେ ବିଶ୍ବର ବଡ଼ ଜୈବ ମଣ୍ଡଳ ବୋଲି କୁହାଯାଏ । ତେଣୁ ଏହାକୁ ସୁରକ୍ଷା ଦେବା ନିହାତି ଆବଶ୍ୟକ''।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.