ETV Bharat / state

ଦିନକ ପରେ ପୁରୀ 11ନମ୍ୱର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ଶକ୍ତି ପ୍ରଦର୍ଶନ

author img

By

Published : Apr 30, 2023, 1:48 PM IST

ମେ 2 ତାରିଖରେ ପୁରୀ ଜିଲ୍ଲା 11 ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତାରିଖ ଯେତେ ନିକଟ ହେଉଛି ବିଜେଡି ତାର ପ୍ରସ୍ତୁତି ସେତେ ଜୋରଦାର କରିଛି । ଅଧିକ ପଢନ୍ତୁ

bjd preparation for zila parishad by election
ଦିନକ ପରେ ପୁରୀ 11ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ

ପୁରୀ: ମେ' 2 ତାରିଖରେ ପୁରୀ ଜିଲ୍ଲା 11 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଦିନକ ପରେ 11 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ ହେବ । ଏନେଇ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ନିର୍ବାଚନ ପୂର୍ବରୁ ବିଜେପି କ୍ୟାମ୍ପ ଖାଲି ହେବାରେ ଲାଗିଛି । କିଛି ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ନେତାଙ୍କୁ ଦଳରେ ସାମିଲ କରି ବିଜେଡ଼ି ଶକ୍ତି ପ୍ରଦର୍ଶନ କରିଛି ।

୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ । ଚର୍ଚ୍ଚାରେ ଥିବା ଏହି ଉପ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି । ନିର୍ବାଚନକୁ ଜିତିବା ପାଇଁ କଳ ବଳ କୌଶଳ ଖଟାଇ ଲଗାଇ ଦେଇଛି ବିଜେଡ଼ି । ମିଶ୍ରଣ ପର୍ବ ଆୟୋଜନ କରିଛି ବିଜୁ ଜନତା ଦଳ । 11 ନମ୍ବର ଜୋନର ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କୁ ବିଜେଡ଼ିରେ ସାମିଲ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବରେ ଇତିଭୁଆଁ ଓ ଗଡଭିଙ୍ଗୁରା ଗ୍ରାମ ପଞ୍ଚାୟତର ବିଜେପି ନେତା ଓ ଶତାଧିକ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ଶପଥ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିକାଶବାଦୀ ଚିନ୍ତାଧାରାକୁ ସବୁଆଡେ ବେଶ୍ ପ୍ରଶଂସା କରାଯାଉଥିବାରୁ ଏହାକୁ ନେଇ ବିଭିନ୍ନ ଦଳରୁ ବରିଷ୍ଠ ନେତାମାନେ ଦଳ ଛାଡି ବିଜେଡ଼ିରେ ମିଶୁଛନ୍ତି । ବାଲିଘାଇ ନିକଟ ମିଲ୍କ ସିଟି ଠାରେ ଆୟୋଜିତ ବିଜେଡ଼ି ମିଶ୍ରଣ ପର୍ବରେ ଇତିଭୂଆଁ ଓ ଗଡଭିଙ୍ଗୁରା ଗ୍ରାମପଞ୍ଚାୟତର ନେତା ଓ କର୍ମୀମାନଙ୍କୁ ସ୍ବାଗତ କରିଥିଲେ ସାଂସଦ ପିନାକୀ ମିଶ୍ର । ଆସନ୍ତା ୨ ତାରିଖରେ ପୁରୀ ଜିଲ୍ଲା ୧୧ ନଂ ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ପୁଣି ବିଜେଡ଼ିକୁ ପୁରୀ ଆସନରେ ବିଜୟୀ କରିବା ପାଇଁ ବିଜେଡ଼ିରେ ମିଶିଥିବା ନୂଆ ନେତାଙ୍କ ସହ କର୍ମୀମାନେ ସଂକଳ୍ପ ନେଇଛନ୍ତି ।

ଏହି ଅବସରରେ ସାଂସଦ ପିନାକୀ ମିଶ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଜିଲ୍ଲାପରିଷଦ ପ୍ରାର୍ଥୀ ଭାଗିରଥି ସେନାପତି, ବିଜେଡ଼ି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ୧୧ ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେନାପତିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସାଂସଦ ପିନାକୀ ମିଶ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି । ସମସ୍ତେ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବକୁ ସମର୍ଥନ କରି ଓଡ଼ିଶାର ପ୍ରଗତିରେ ସହଯୋଗ କରିବାକୁ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିରେ ସାମିଲ୍ ହୋଇଥିବା ନୂଆ ନେତା ଓ କର୍ମୀମାନଙ୍କୁ ଆହ୍ଵାନ ଦେଇଛନ୍ତି ।

ଏହା ବି ପଢନ୍ତୁ... ଉଦଘାଟନ ହୋଇପାରୁନି ନବନିର୍ମିତ ବସଷ୍ଟାଣ୍ଡ, ବଢୁଛି ଜନଅସନ୍ତୋଷ

ପ୍ରକାଶଥାଉ କି, ଗତ 2022 ସେପ୍ଟେମ୍ବର 24 ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଳକର 11 ନମ୍ବର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନେଶ୍ଵର ସ୍ଥିତ ବାସଭବନରୁ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମୃତ୍ୟୁ ପଛର କାରଣ ଏବେ ବି ଜଣାପଡିନାହିଁ । ତେଣୁ ଖାଲି ପଡିଥିବା ଆସନ ପାଇଁ ମେ' 2 ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.