ETV Bharat / state

ବିଜେଡିର ଜନସମ୍ପର୍କ ପଦଯାତ୍ରା, ମହେଶ୍ବରଙ୍କ ଗଡ଼ରେ ଶୁଭାଶିଷଙ୍କ ପାୱାର ସୋ’

author img

By

Published : Nov 2, 2022, 9:08 AM IST

ପୁରୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମ ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ପୁରୀ ନେତୃତ୍ବ ଭାର କାହା ହାତକୁ ଯାଉଛି ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଅଧିକ ପଢ଼ନ୍ତୁ

ବିଜେଡିର ଜନସମ୍ପର୍କ ପଦଯାତ୍ରା: ମହେଶ୍ବରଙ୍କ ଗଡ଼ରେ ଶୁଭାଶିଷଙ୍କ ପାୱାର ସୋ

ପୁରୀ: ମହେଶ୍ବରଙ୍କ ଗଡ଼ରେ ବିଜେଡି ଯୁବନେତା ଶୁଭାଶିଷଙ୍କ ପାୱାର ସୋ’ । ଜନ ସଂପର୍କ ପଦଯାତ୍ରା ଆଳରେ ପୁରୀରେ ଶକ୍ତି ପ୍ରଦର୍ଶନ କଲେ ଯୁବନେତା ତଥା ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ । ୪ ହଜାର ଲୋକଙ୍କୁ ନେଇ ବିଶାଳ ଜନ ସଂପର୍କ ପଦଯାତ୍ରା । ପୁରୀରେ ବିଜେଡି ନେତୃତ୍ଵ ଆଗାମୀ ଦିନରେ କାହା ହାତରେ ରହିବ ସେ ନେଇ ଜୋର୍ ଧରିଲା ଚର୍ଚ୍ଚା ।

ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପଦଯାତ୍ରା ଆଳରେ ଯୁବନେତା ତଥା ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ସିଧା ସଳଖ ନିଜର ଶକ୍ତି ପ୍ରଦର୍ଶନ କରି ପୁରୀରେ ଆଗାମୀ ଦିନରେ ନେତୃତ୍ଵ ନେବାକୁ ଦବଦବା ଜାହିର କରିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯିବା ପରେ ଆରମ୍ଭ ହୋଇଥିଲା ଜନସମ୍ପର୍କ ପଦଯାତ୍ରା । ବଡ଼ଦାଣ୍ଡର ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି ବିଶାଳ ପଦଯାତ୍ରା ବିଜୁ ଯୁବ ଜନତା ଦଳର ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମେଡିକାଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ଦିଗରେ ବିଜେଡିର ନେତା ଓ କର୍ମକର୍ତ୍ତା ମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶୁଭାଶିଷ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା, କର୍ମୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଦୃଢ ସଙ୍କଳ୍ପ ନେଇଥିଲେ ।

ତେବେ ଯୁବ ନେତା ଶୁଭାଶିଷଙ୍କ ପ୍ରତି ଦିନକୁ ଦିନ ବିଜେଡି ନେତାଙ୍କ ଭିତିରି ସମର୍ଥନ ବଢ଼ୁଥିବାବେଳେ ଆଗାମୀ ଦିନରେ ପୁରୀ ନେତୃତ୍ବ ଭାର କାହା ହାତକୁ ଯାଉଛି ସେନେଇ ଚର୍ଚ୍ଚା ଜୋର୍ ଧରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.