ETV Bharat / state

ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ବିଜେଡ଼ିର ବାଜିମାତ୍‌

author img

By

Published : Nov 17, 2022, 12:01 PM IST

ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନନରେ ବାଜି ମାରିଲା ବିଜେଡି । ଅଧ୍ୟକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ଛୋଟରାୟ । ଅଧିକ ପଢନ୍ତୁ

ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ କିଶୋର କୁମାର

ପୁରୀ: ଶେଷ ହୋଇଛି ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପଦ ନିର୍ବାଚନ । କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ବାଜିମାତ କରିଛନ୍ତି ଶାସକ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ(BJD) । ଅବ୍ୟାହତ ରହିଲା ବିଜେଡ଼ିର ସଫଳତା । ଉକ୍ତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ଛୋଟରାୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ବୁଧବାର ବ୍ୟାଙ୍କ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ଛୋଟରାୟ ବାଜିମାତ କରିଥିଲେ । ଫଳାଫଳ ଘୋଷଣା ହେବାପରେ କିଶୋର କୁମାର ଛୋଟରାୟ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସହ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ, ନେତା ଓ କର୍ମୀଙ୍କୁ ବିଜୟର ଶ୍ରେୟ ପ୍ରଦାନ କରିଥିଲେ ।

ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ବିଜେଡ଼ିର ବାଜିମାତ୍‌

ବିଜୟ ପରେ ବ୍ୟାଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ ନୂତନ ଅଧ୍ୟକ୍ଷ । ନିର୍ବାଚନ ସମୟରେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେଡି ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଆଦିବାସୀ ମେଳି, ଯୋଗ ଦେଲେ ୧୦ ଜିଲ୍ଲାର ଆଦିବାସୀ

ବ୍ୟାଙ୍କର ୧୫ ଗୋଟି ସଭାପତି ପଦ ନିମନ୍ତେ ପୂର୍ବରୁ ଭୋଟ ହୋଇଥିଲା, ୧୫ଟି ଜୋନ୍‌ରୁ ୧୨ଟି ଜୋନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ, ଦୁଇଟି ଜୋନରେ ବିଜେପି ସମର୍ଥିତ ଓ ଗୋଟିଏ ଜୋନରେ ମିଳିତ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ବ୍ୟାଙ୍କର ଅଧ୍ୟକ୍ଷ ପଦ ବିଜେଡି ଅତିଆର କରିବା ଏକ ପ୍ରକାର ନିଶ୍ଚିନ୍ତ ଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.