ବ୍ରହ୍ମଗିରି: ଚିଲିକା ଉପକୂଳବର୍ତ୍ତୀ ବାହ୍ୟ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟରେ ବ୍ରହ୍ମଗିରି ରେଞ୍ଜରେ 4ଟି ଦଳରେ 30ଜଣ କର୍ମୀ ନିୟୋଜିତ ଅଛନ୍ତି ।
ଚିଲିକା ଉପକୂଳବର୍ତ୍ତୀ ବାହ୍ୟ ଚିଲିକାରେ ବିଭିନ୍ନ ଜିଲ୍ଲାରେ ଚଳିତ ମାସ 3 ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା । ପାଗ ଅନୁକୂଳ ନଥିବା ହେତୁ ବ୍ରହ୍ମଗିରି ରେଞ୍ଜରେ ବୁଧବାର ଦିନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି ।
4ଟି ଦଳ ଗଠନ କରାଯାଇ ବାହ୍ୟ ଚିଲିକା କୂଳବର୍ତ୍ତୀ ଗୋଲରା, ବୁଢ଼ାକେରା, ସୁନାମୁହିଁ, କପିଳେଶ୍ବରପୁର, ଖଜୁରୀଆ ଓ କାଠୁଆଡି ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଛି । ଏଥିରେ ପୁରୀ ଡିଏଫଓ, ଏସିଏଫ, ବ୍ରହ୍ମଗିରି ରେଞ୍ଜର, ପକ୍ଷୀ ବିଶାରଦ ଓ ପରିବେଶବିତଙ୍କ ସହ ପ୍ରାୟ 30 ଜଣ କର୍ମୀ ନିୟୋଜିତ ଅଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ