ETV Bharat / state

ମଣିମା 5Tଙ୍କୁ ଅନେଇ ବସିଛନ୍ତି, ସେ ଆସି ବୁଝେଇଦେଲେ ବନକଲାଗି ହୋଇଯିବ: କଂଗ୍ରେସ

author img

By

Published : Jul 28, 2023, 10:34 PM IST

ମହାପ୍ରଭୁଙ୍କ ବନକଲାଗି ବିବାଦ ବଢ଼ିବାରେ ଲାଗିଛି । ଏନେଇ ଆଜି ପ୍ରେସ୍‌ମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ 5T ସଚିବଙ୍କ ଅପେକ୍ଷାରେ ଅଛନ୍ତି ଏବଂ ସେ ଆସି ସମାଧାନ କଲେ ଶ୍ରେୟ ନେବେ ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ମଣିମା 5Tଙ୍କୁ ଅନେଇ ବସିଛନ୍ତି
ମଣିମା 5Tଙ୍କୁ ଅନେଇ ବସିଛନ୍ତି
ମଣିମା 5Tଙ୍କୁ ଅନେଇ ବସିଛନ୍ତି

ଭୁବନେଶ୍ବର/ପୁରୀ: ଦିନ ଯେତେ ଗଡ଼ୁଛି ମହାପ୍ରଭୁଙ୍କ ବନକଲାଗି ବିବାଦ ସେତେ ତୀବ୍ର ହେଉଛି । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିଲା । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନଥିଲା । ଏହାପରେ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟ ସମ୍ଭବ ହୋଇପାନରିନି । ଆଜିର ବୈଠକରୁ କୌଣସି ନିଷ୍କର୍ସ ବାହାରି ନଥିବାରୁ ଆଗାମୀ ଅଗଷ୍ଟ ୧ ତାରିଖରେ ଆୟୋଜିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି । ତେବେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି କଂଗ୍ରେସ ।

ଆଜିର ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ମଣିମା ତଥା ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମାଙ୍କ ଅନୁପସ୍ଥିତି ପାଇଁ ନୀତି ବନ୍ଦ ହୋଇ ରହିଛି । ଯିଏ ମନ୍ଦିର ପ୍ରଶାସକ ରଞ୍ଜନ ଦାସ ଅଛନ୍ତି, ସେ ଚାହିଁଲେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ି ପାରନ୍ତା । କିନ୍ତୁ ସେ କରିଦେଲେ କାଳେ ମାଇଲେଜ ନେଇଯିବେ, ସେଥିପାଇଁ ଏହି ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ମା' ଲକ୍ଷ୍ମୀଙ୍କ ବାର । ତେଣୁ ସେହିଦିନ ଦତ୍ତ ମହାପାତ୍ର ସେବା କରିବାକୁ ଚାହୁଁଛନ୍ତି । ହେଲେ କଣ ପାଇଁ ତାଙ୍କୁ ସହଯୋଗ କରାଯାଉ ନାହିଁ ? କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଛି ।" ଆଉ କାଳ ବିଳମ୍ବ ନକରି ଚଳନ୍ତି ପ୍ରତିମାଙ୍କୁ ଅପେକ୍ଷା ନକରି ନୀତି କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେବେ ହେବ ବନକଲାଗି ନୀତି ? ନୀତି ସବକମିଟିରେ ବାହାରିଲାନି ନିଷ୍କର୍ସ

ଅନ୍ୟପଟେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ସିଧା ସିଧା 5T ସଚିବଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମହାପ୍ରଭୁଙ୍କ ପାଖରେ ଯାହା ହେଉଛି ଠିକ୍ ହେଉନି । ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବିଭ୍ରାଟ ସୃଷ୍ଟି କରିଥିଲେ । ତେଣୁ ଏହା ଠିକ୍ ନୁହେଁ । ତାଙ୍କୁ କେବେ ଜଗନ୍ନାଥପ୍ରେମୀ କ୍ଷମା ଦେବେନି । ବଡ଼ କଥା ହେଉଛି ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା କୁହନ୍ତି । ହେଲେ ସେ କଣ ପାଇଁ ଚୁପ୍ ଅଛନ୍ତି । ଗଜପତି ତୁରନ୍ତ ହସ୍ତକ୍ଷେପ କରିବା ଉଚିତ ।" ମଣିମା 5Tଙ୍କୁ ଅନେଇ ବସିଛନ୍ତି, ସେ ଆସି ବୁଝେଇଦେଲେ ବନକ ଲାଗି ହୋଇଯିବ ବୋଲି କଂଗ୍ରେସ କଟାକ୍ଷ କରିଛି । ନଖରେ ଛିଣ୍ଡିବା କାମକୁ କୁରାଢ଼ୀ ପ୍ରୟୋଗ କଲେବି ସମାଧାନ ହଉନି । ଶ୍ରୀମନ୍ଦିର ପ୍ରସାଶକ ସମାଧାନ କରିଦେଲେ କାଳେ ସାବାସୀ ନେଇଯିବେ, ତେଣୁ କିଛିଲୋକ ଏକଥା ଚାହୁଁନାହାନ୍ତି ବୋଲି କଂଗ୍ରେସ ଯୁକ୍ତି ବାଢ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.