ETV Bharat / state

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି

author img

By ETV Bharat Odisha Team

Published : Sep 26, 2023, 11:51 AM IST

Updated : Sep 26, 2023, 1:45 PM IST

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି । ଏନେଇ ଚଳ ଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଏହା ସହିତ ଆଜି ଶ୍ରୀନଅରରେ ଗଜପତିଙ୍କର ସୁନିଆ ପର୍ବ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

Bamana janma rituals of lord jagannath
ମହାପ୍ରଭୁଙ୍କ ବାମନ ଜନ୍ମନୀତି
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କର ଏହି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ଚଳ ଚଞ୍ଚଳ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପୂଜା ବଢ଼ିବା ପରେ ଶ୍ରୀଜୀଉ ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ । ଏହାପରେ କର୍ପୁର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଭୋଗ ହୋଇଥାଏ ।

ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ ଏବଂ ଚନ୍ଦନ ଅର୍ଗଳି ଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜରେ ମଣ୍ଡଳ କରିଥାଆନ୍ତି । ଏହା ପରେ ତିନି ବାଡ଼ରେ ବନ୍ଦାପନା ଓ ବରୁଣ ପୂଜା ହୋଇଥାଏ । ପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ଵାରା ରତ୍ନସିଂହାସନ ବିଜେ ହୋଇଥାନ୍ତି । ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥାଏ। ଏହାପରେ ଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିଥାଆନ୍ତି ତତ୍ପରେ କୃଷ୍ଣଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଏ । ଏଠାରେ ପଞ୍ଚାମୃତରେ ଦିଅଁଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି, ଜନ୍ମବିଧିମାନ କରାଯାଇଥାଏ ।

ଏହାପରେ ପାଳିଆ ମହାସୁଆର କ୍ଷୀର, ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥାଆନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରିଥାଆନ୍ତି । ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥାଆନ୍ତି । ଏଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବମାନ ମୂର୍ତ୍ତି ପଟି ଯୋଗାଇଥାଆନ୍ତି । ତତ୍ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିଥାଆନ୍ତି । ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରିଥାନ୍ତି ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରିଥାଆନ୍ତି । ଏଠାରେ ପୂଜାପଣ୍ଡା ବସୁଧରା , ଯଜ୍ଞ ପବିତ୍ରା ଲାଗି କରିଥାନ୍ତି ।

ଏହା ବି ପଢନ୍ତୁ...ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି: ଜାଣନ୍ତୁ ଏହାର ମାହାତ୍ମ୍ୟ

ପରେ ପାଣି ପଡ଼ି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥାଏ । ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରିଥାଆନ୍ତି । ଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ିଥାଆନ୍ତି । ଏହାଛଡ଼ା ଆଜି ମଧ୍ୟ ଗରୁଡ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ପରମ୍ପରା ଶ୍ରୀମନ୍ଦିରରେ ପାଳିତ ହେଉଛି । ସେପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ । ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାାନ୍ତି । ରାଜଗୁରୁ ଓ ଶାସନ ବ୍ରାହ୍ମଣମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବେ । ଗଜପତିଙ୍କ ଶ୍ରୀନଅରରେ 16 ଶାସନ ବ୍ରାହ୍ମଣଙ୍କ ଉପସ୍ଥିତିରେ ସୁନିଆ ପର୍ବ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

Last Updated : Sep 26, 2023, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.