ପୁରୀ: ଜୁଆ ଆଡ୍ଡା ଉପରେ ଚଢାଉ କରି ଆକ୍ରମଣର ଶିକାର ହେଲେ ପୋଲିସ । ଶୁକ୍ରବାରରାତିରେ ଖବର ପାଇ କାକଟପୁର ପୋଲିସ ଜୁଆ ଆଡା ଉପରେ ଚଢାଉ କରିଥିଲା ।
ପରେ ଜୁଆଡ଼ିଙ୍କୁ ଗିରଫ କରି ଫେରୁଥିବାବେଳେ, ସହଯୋଗୀଙ୍କ ଆକ୍ରମଣର ଶୀକାର ହୋଇଥିଲା ପୋଲିସ । ଏଥିରେ ଜଣେ ଏସଆଇଙ୍କ ସମେତ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ବର ସିଂ । ସହଯୋଗୀ ମାନେ ପୋଲିସକୁ ଆକ୍ରମଣ କରିବା ସହ ବନ୍ଧୁକ ଛଡାଇ ନେଇ ଯାଇଥିଲେ । ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ମଧ୍ୟ ଜଣାପଡିଛି ।
ଦୁଇ ପୋଲିସ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ 4ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ 12 ହଜାର 3 ଶହ ଟଙ୍କା 8ଟି ମୋବାଇଲ ଜବତ ହୋଇଛି । ଖୁବଶୀଘ୍ର ଆକ୍ରମଣରେ ସଂପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ