ETV Bharat / state

Pipili Bypoll; ଅପରାଜିତାଙ୍କ ମାରାଥନ ପ୍ରଚାର, 30 ହଜାର ଭୋଟରେ ଜିତିବୁ କହିଲା BJD - ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ଶେଷ ହେଲା ପିପିଲି ଉପନିର୍ବାଚନର ପ୍ରଚାର । ଆସନ୍ତା ୩୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ଆଜି ଥିଲା ପ୍ରଚାରର ଶେଷ ତାରିଖ । ଆଜି ଅନ୍ତିମ ଦିବସରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଲଗାଇ ଦେଇଥିଲେ ପୁରା ଦମ । ଅଧିକ ପଢନ୍ତୁ...

PipiliBypoll
PipiliBypoll
author img

By

Published : Sep 27, 2021, 8:12 PM IST

ପିପିଲି/ପୁରୀ: ଶେଷ ହେଲା ପିପିଲି ଉପନିର୍ବାଚନ ପ୍ରଚାର । ଆସନ୍ତା ୩୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ଆଜି ଥିଲା ପ୍ରଚାରର ଶେଷ ତାରିଖ । ଆଜି ଅନ୍ତିମ ଦିବସରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଲଗାଇ ଦେଇଥିଲେ ପୁରା ଦମ । ତେବେ ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମୈଦାନକୁ ଓହ୍ଲାଇଥିଲେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ।

PipiliBypoll; ଶେଷ ଦିନରେ ଅପରାଜିତାଙ୍କ ମାରାଥନ ପ୍ରଚାର

ଅପରାଜିତା ଆଜି ପିପିଲି, ଡେଲାଙ୍ଗରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଥିଲେ ଭୋଟ ଭିକ୍ଷା । ପ୍ରଚାର ଅବସରରେ ଅପରାଜିତା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ ସାରା ଦେଶ ପସନ୍ଦ କରୁଛି । ପିପିଲିବାସୀ ମଧ୍ୟ ବିଜେପିକୁ ଆର୍ଶୀବାଦ ଦେଇ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ କରିବାର ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ସେହିପରି ଅପରାଜିତା କହିଛନ୍ତି ପିପିଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ହେବ ବିକାଶ କାର୍ଯ୍ୟ ଆଗକୁ ଯାଇ ପାରିନାହିଁ । ଲୋକଙ୍କ ମଧ୍ୟରେ ସରକାର ବିରୋଧରେ ଜନ ଆକ୍ରୋଶ ରହିଛି।

ଏଣୁ ମତଦାତା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ବିଜୟ କରାଇବେ ବୋଲି ଅପରାଜିତା କହିଛନ୍ତି। ଆଜି ଅପରାଜିତାଙ୍କ ସମେତ ବିଜେପିର ବିଧାୟକ ଓ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ଅନ୍ୟପଟେ ଶାସକ ବିଜେଡି ମଧ୍ୟ ପ୍ରଚାର ଶେଷ ଦିନରେ ପୁରା ଶକ୍ତି ଲଗାଇ ଦେଇଥିଲା । ଦଳ ପକ୍ଷରୁ ମାଳ ମାଳ ନେତା, ବିଧାୟକ, ସାଂସଦ ଓ କର୍ମୀ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମାଗିଛନ୍ତି ଭୋଟ । ପିପିଲି ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ଦଳ ସଭା ସମିତି ଆୟୋଜନ କରିବା ସହ ଡୋର ଟୁ ଡୋର ବୁଲି ଭୋଟ ମାଗିଛି ।

ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, ପିପିଲିବାସୀଙ୍କ ଭଲ ପାଇବା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା , ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିକାଶ କାର୍ଯ୍ୟ ପାଇଁ ଲୋକ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବେ । ସେହିପରି ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ କହିଛନ୍ତି ପିପିଲି ନିର୍ବାଚନ ମଣ୍ଡଳୀରେ ଜନମତ ବିଜେଡି ସପକ୍ଷରେ ରହିଛି। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣ ବେଶ ଖୁସି ଅଛନ୍ତି। ପିପିଲି ଉପ-ନିର୍ବାଚନରେ ବିଜେଡି 30 ହଜାର ରୁ ଅଧିକ ଭୋଟର ଜିତିବ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.