ETV Bharat / state

Anant Ambani Visits SriMandir: ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ସ୍ୱାଗତ

author img

By

Published : Jan 24, 2023, 5:42 PM IST

Updated : Jan 24, 2023, 6:56 PM IST

ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିବା ବେଳେ ଅରୁଣ ସ୍ତମ୍ଭକୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଅନନ୍ତ । ଅଧିକ ପଢନ୍ତୁ

Anant Ambani Visits SriMandir
Anant Ambani Visits SriMandir
Anant Ambani Visits SriMandir: ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ସ୍ୱାଗତ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀରେ ପହଞ୍ଚିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ନିଜ ବାହାଘର ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ସେ ପୁରୀ ପହଞ୍ଚିଛନ୍ତି। ପ୍ରଥମେ ଅନନ୍ତ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମଟି ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଛି । ଏହା ପରେ ଅନନ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଅନନ୍ତ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପୂର୍ବରୁ ଅରୁଣ ସ୍ତମ୍ଭ, ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ପରେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ସେପଟେ ଅନନ୍ତ ଅମ୍ବାନୀଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ହୋଇଛି । ଅନନ୍ତଙ୍କୁ ଦେଖିବା ପାଇଁ ପୁରୀବାସୀ ଓ ଏଠାରେ ଥିବା ପର୍ଯ୍ୟଟକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- Anant Ambani in BBSR: ଭୁବନେଶ୍ୱରରେ ପହଞ୍ଚିଲେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ, ବିବାହ ପୂର୍ବରୁ କରିବେ ଜଗା ଦର୍ଶନ

ଅନନ୍ତଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ କର କହିଛନ୍ତି, "ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସାରି ଅନନ୍ତ ସିଧାସଳଖ ମୁକ୍ତିମଣ୍ଡପ ଯାଇ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ। ପରେ ଦେବୀ ବିମଳା, ମା' ଲକ୍ଷ୍ମୀ ଓ କାନପତା ହନୁମାନ ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ବୁଲି ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନନ୍ତ ଅମ୍ବାନୀଙ୍କୁ ଉପହାର ସ୍ବରୂପ ଖଣ୍ଡୁଆ ପାଟ, ଶ୍ରୀମନ୍ଦିର କ୍ୟାଲେଣ୍ଡର, ମହାପ୍ରଭୁଙ୍କ ମାହାର୍ଦ ସହ ରଥ କାଠ ତାଙ୍କୁ ବାଇଶି ପାହାଚରେ ଭେଟି ଦିଆଯାଇଥିଲା । ଏହାକୁ ଗ୍ରହଣ କରିବା ସମୟରେ ଖୁସିରେ ଭାବବିହ୍ବଳ ହୋଇଯାଇଥିଲେ ଅନନ୍ତ ।"

ଅନନ୍ତ ଅମ୍ବାନୀ ମଧ୍ୟ ସେବକ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ଥ ଦାନ କରିଥିଲେ । ଏହାପରେ ସେ ସିଧାସଳଖ ପୁରୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନନ୍ତ ଅମ୍ବାନୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୂଚନା ଥାଉ କି ଗତ ୧୯ ତାରିଖରେ ଅନନ୍ତଙ୍କ ନିର୍ବନ୍ଧ ଶେଷ ହୋଇଛି । ବିବାହ ପୂର୍ବରୁ ସେ ଜଗା ଦର୍ଶନ ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ମଙ୍ଗଳବାର ଅପରାହ୍ନ ୨ଟାରୁ ୨.୩୦ଟା ମଧ୍ୟରେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚିଥିଲେ ଅନନ୍ତ । ଏଥିଲାଗି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଭୁବନେଶ୍ଵର ପହଞ୍ଚିଥିବା ପରେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଦର୍ଶନ ଶେଷ ହେବା ପରେ ସେ ଏଠାରୁ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି ।

ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ଗତକାଲି ଗୁୱାହାଟୀର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ । ଗତ ୧୯ ତାରିଖରେ ଅନ୍ୟତମ ବିଶିଷ୍ଟ ଶିଳ୍ପପତି ବିରେନ ମର୍ଚ୍ଚାଣ୍ଟ ଓ ଶୈଲଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ନିର୍ବନ୍ଧ କରିଥିଲେ ଅନନ୍ତ । ଏଥିରେ ବହୁ ବଲିଉଡ କଳାକାରଙ୍କ ସମେତ ଉଭୟ ପରିବାରର ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହୋଇଥିଲେ । ଏହି ଭବ୍ୟ ଉତ୍ସବ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଆଣ୍ଟିଲା ବାସଭବନରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ନୀତା ଅମ୍ବାନୀଙ୍କ ନେତୃତ୍ବରେ ପୁରା ପରିବାର ବଲିଉଡ଼ ଗୀତରେ ଡ୍ୟାନ୍ସ କରି ବୋହୂ ହେବାକୁ ଯାଉଥିବା ରାଧିକାଙ୍କୁ ସ୍ବାଗତ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Jan 24, 2023, 6:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.