ETV Bharat / state

ଅଲାରନାଥ ମନ୍ଦିରର ନବକଳେବର ପାଣିର ଗାର, କୁଆଡେ ଗଲା ସରକାରଙ୍କ 8କୋଟି ଟଙ୍କା ?

ଅଧା ରହିଗଲା ଅଲାରନାଥ ମନ୍ଦିର ନବକଳେବର ସ୍ବପ୍ନ। ଅଲାରନାଥ ମନ୍ଦିର ଉନ୍ନତି ପାଇଁ 8 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ସରକାର । 5 ମାସ ପାଖାପାଖି ହେବ ସେହି ଉନ୍ନତି କାଯ୍ୟର କୌଣସି ଚିହ୍ନ ମିଳୁନାହିଁ । ଅଧିକ ପଢ଼ନ୍ତୁ

author img

By

Published : Mar 27, 2023, 8:17 PM IST

Updated : Mar 28, 2023, 12:17 PM IST

ଅଧା ରହିଗଲା ଅଲାରନାଥ ମନ୍ଦିର ନବକଳେବର ସ୍ବପ୍ନ

ବ୍ରହ୍ମଗିରି: ଆଉ କିଛି ମାସ ପରେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ରଥଯାତ୍ରା ପୂର୍ବରୁ ଅଣସର ଘରେ ରୁହନ୍ତି ମହାପ୍ରଭୁ। ତେବେ ଅଣସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ପାଖରେ ଲାଗିଥାଏ ଭକ୍ତଙ୍କ ଭିଡ। ତେଣୁ ସରକାର ବ୍ରହ୍ମଗିରି ଅଲାରନାଥ ମନ୍ଦିର ଉନ୍ନତିକରଣ କାର୍ଯ୍ଯ ଆରମ୍ଭ କରିବା ପାଇଁ ଗତ ନଭେମ୍ବର ମାସ 21 ତାରିଖରେ ବ୍ୟୟବରାଦ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲାରନାଥ ମନ୍ଦିର ଉନ୍ନତି ପାଇଁ 8 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ।

ହେଲେ ଆଜକୁ ପ୍ରାୟ 5 ମାସ ପାଖାପାଖି ହେବ ସେହି ଉନ୍ନତି କାଯ୍ୟର କୌଣସି ସୁରାଗ ମିଳୁନାହିଁ । ଏପରିକି ବ୍ରହ୍ମଗିରି ତହସିଲଦାର ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟର ମୁଖ୍ୟ ଥିବା ବେଳେ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି । ସେପଟେ ସେବାୟତ ଓ ଭକ୍ତ ଆଶା ହରାଇବାରେ ଲାଗିଲେଣି । ଆଗକୁ ଅଣସର ଆସୁଥିବା ବେଳେ ମନ୍ଦିର ମରମତି କାର୍ଯ୍ଯ ସମ୍ପୂର୍ଣ୍ଣ ନହେଲେ ଭକ୍ତ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେବାୟତ କହିଛନ୍ତି ।

ଗତ ବର୍ଷ ଅଗଷ୍ଟ ମାସ 11 ତାରିଖରେ ବ୍ରହ୍ମଗିରି ଗ୍ରସ୍ତ କରି ଅଲାରନାଥ ମନ୍ଦିରରେ ପହଁଚିଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ମନ୍ଦିରରେ ପହଞ୍ଚି ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ବୁଲି ବିଭିନ୍ନ ଉର୍ଣ୍ଣୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ନିଜେ ମନ୍ଦିର ବେଢା ପରିସର, ଆନନ୍ଦ ବଜାର ବୁଲିବା ସହିତ ମନ୍ଦିର ବେଢାରୁ ଜଳ ନିଷ୍କାସନ ଏବଂ ମନ୍ଦିରର ସମସ୍ତ ସୁବିଧା ଅସୁବିଧା ବିଷୟରେ ଅବଗତ ହୋଇଥିଲେ ।

ମନ୍ଦିର ଚୈତନ୍ୟ ମଣ୍ଡପରେ ବସି ଆଲୋଚନା କରିବା ସହ ୧୫ ଦିନ ଭିତରେ ଏକ ପ୍ଲାନ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠା ଯାଇଥିଲା । ତାପରେ ସରକାର ମନ୍ଦିର ଉନ୍ନତିକରଣ କାର୍ଯ୍ୟ ପାଇଁ 8 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଅଲାରନାଥ ମନ୍ଦିର ଐତିହ କ୍ଷେତ୍ର ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହେବାର ଖବର ପାଇବା ପରେ ସେବାୟତ, ଭକ୍ତ ଓ ବ୍ରହ୍ମଗିରିବାସୀଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିଲା ।

ହେଲେ ସଚିବଙ୍କ ପ୍ରତିଶୃତିକୁ 4 ମାସ ପୁରି ଯାଇଥିଲେ ମଧ୍ୟ ନା କୌଣସି କାର୍ଯ୍ୟ ପାଇଁ ଟଙ୍କା ଦେଲା ନା ମନ୍ଦରର ନବକଳେବର କରାଯାଇ ପାରିଛି । ଆଉ ଦିନ କେଇଟା ପରେ ଅଲାରନାଥଙ୍କ ଅଣସର ଯାତ୍ରା ଆରମ୍ଭ ହୋଇଯିବ। ଲକ୍ଷଲକ୍ଷ ଭକ୍ତ ସମାଗମ ହେବେ । ବ୍ରହ୍ମଗିରି ପାଲଟିଯିବ ଦ୍ୱିତୀୟ ଶ୍ରୀକ୍ଷେତ୍ର । ଦେଖିବାକୁ ବାକି ରହିଲା କେବେ ହେବ ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ।

ଇଟିଭା ଭାରତ, ବ୍ରହ୍ମଗିରି

Last Updated : Mar 28, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.