ETV Bharat / state

ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଚାରି ଦ୍ଵାରରେ ପ୍ରବେଶ ଅନୁମତି ଦେବାକୁ ଦାବି - ପରିଚୟପତ୍ର ଦେଖାଇ ମନ୍ଦିରରେ ପ୍ରବେଶ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଅଧିକ ପଢନ୍ତୁ

west gate  open
west gate open
author img

By

Published : Jul 24, 2023, 1:15 PM IST

west gate open

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ବାର । ପରିଚୟପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି ସହରବାସୀ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଦୀର୍ଘଦିନ ପରେ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି।

ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍ କରାଯାଇଛି। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ପତ୍ର ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି। ଅନ୍ୟପଟେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ପୁରୀବାସୀ ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ଦାବି କରିଥିଲେ। ପୁରାଣର ବର୍ଣ୍ଣନା ଅନୁଯାୟୀ ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ଵାର। ଭକ୍ତ ମାନେ ବିଭିନ୍ନ କାମନା ନେଇ ନିର୍ଦ୍ଦିଷ୍ଟ ଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। କିନ୍ତୁ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରଵେଶ ଅନୁମତି ଥିବାରୁ ଏହି ଧର୍ମୀୟ ଅଧିକାର ରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ଭକ୍ତଙ୍କ ଧର୍ମୀୟ ଭାବନାରେ ହସ୍ତକ୍ଷେପକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ଶ୍ରୀ ମନ୍ଦିର ଚାରି ପାଖରେ ଥିବା ସାହି ଗୁଡିକରେ ହଜାର ହଜାର ବାସିନ୍ଦା ରହୁଛନ୍ତି। ପୂର୍ବରୁ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ଦ୍ଵାର ଦେଇ ପ୍ରଵେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ଖୁବ କମ ସମୟରେ ଫେରି ଆସୁଥିଲେ। ହେଲେ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରଵେଶ ନିୟମ ପରେ ସ୍ଥାନୀୟବାସିନ୍ଦା ପୁଣି ବୁଲି ବୁଲି ପଶ୍ଚିମ ଦ୍ୱାର ଆସିବେ। ଫଳରେ ଲୋକଙ୍କୁ ଯାତାୟତରେ ସମସ୍ୟା ହେବ। ବୟସ୍କ ବ୍ୟକ୍ତି ବେଶ୍ ଅସୁବିଧା ଭୋଗିବେ। ଏଣୁ ପୁରୀବାସୀଙ୍କ ପାଇଁ କେବଳ ପଶ୍ଚିମ ଦ୍ୱାର ଖୋଲିବା ଦ୍ୱାରା କିଛି ଲାଭ ହେବନି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଣୁ ପୂର୍ବ ଭଳି ଚାରି ଦ୍ଵାର ଖୋଲିବାକୁ ପୁରୀ ବାସି ଦାବି କରିଛନ୍ତି।

ଅନ୍ୟପଟେ ପୁରୀ ବାହାରୁ ଆସୁଥିବା ଭକ୍ତଙ୍କୁ କେବଳ ସିଂହଦ୍ୱାର ଦେଇ ପ୍ରଵେଶ ନିୟମ ଥିବାରୁ ପ୍ରବଳ ଭିଡ ହେଉଛି। ଲୋକ ମାନେ ଖରାରେ ଠିଆ ହୋଇ କଷ୍ଟ ପାଉଛନ୍ତି। ତେବେ ମହାପ୍ରଭୁଙ୍କ ଆଗରେ ସବୁ ଭକ୍ତ ସମାନ। ଏଣୁ ଭେଦ ଭାବ ନ କରି ଶ୍ରୀ ମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛନ୍ତି ପୁରୀ ବାହାରୁ ଆସିଥିବା ଭକ୍ତ ।

ଏହା ମଧ୍ୟ ପଢନ୍ତୁ- ପୂରଣ ହେଲା ପୁରୀବାସୀଙ୍କ ଦାବି, ଏଥର ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯାଇ ପାରିବେ

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା। ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶା ନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଠନ କରାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ରବିବାର ଦିନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍‌ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖିଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.