ETV Bharat / state

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲା ଆଇନଜୀବୀ କମିଟି, ଚାରି ଦ୍ଵାର ଖୋଲା ନଗଲେ ଆନ୍ଦୋଳନ ଚେତାବନୀ - ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲା ଆଇନଜୀବୀ କମିଟି । ଜାନୁଆରୀ 3 ତାରିଖରେ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲା ନଗଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲା ଆଇନଜୀବୀ କମିଟି

author img

By ETV Bharat Odisha Team

Published : Oct 3, 2023, 7:02 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲା ଆଇନଜୀବୀ କମିଟି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେଉ ନଥିବାରୁ ଭକ୍ତ ଓ ପୁରୀ ବାସିନ୍ଦା ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଶେଷ କରି ପରିକ୍ରମା ପ୍ରକଳ୍ପ ଜାରି ରହିଥିବାରୁ ଶ୍ରୀମନ୍ଦିର ଚାରି ଦ୍ଵାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁନାହନ୍ତି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ପୁରୀର ଏକ ଆଇନଜୀବୀ କମିଟି । ଶ୍ରୀମନ୍ଦିର ଚାରି ଦ୍ଵାର ବୁଲି କିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି ଓ କେବେ ଏହା ସରିବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇନଜୀବୀ କମିଟି।

କମିଟିରେ ଥିବା ବରିଷ୍ଠ ଆଇନଜୀବୀ ତଥା ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଲିଥିବା ହେତୁ 4 ଦ୍ୱାରରେ ପ୍ରବେଶ କରିବା ବର୍ତ୍ତମାନ ସମ୍ଭବ ନୁହେଁ । ତେବେ ଆସନ୍ତା ତିନି ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରି ଜାନୁଆରୀ 3 ତାରିଖରେ ଶ୍ରୀ ମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ପାଇଁ ଦାବି ରହିଛି । ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୀଘ୍ର କମିଟି ଗଠନ କରି ଦୁଇ ମାସ ଭିତରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଉ । ନହେଲେ ପୁଣି ପୁରୀ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ ।"

ଏହା ମଧ୍ୟ ପଢନ୍ତୁ..ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶୁଣାଣି ପରେ ମିଠା ବାଣ୍ଟିଲା ଜଗନ୍ନାଥ ସେନା, 7ଦିନରେ କମିଟି ଗଠନ ଦାବି

ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଗତ କିଛିଦିନ ତଳେ ଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ତେବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦୁଇ ମାସ ଭିତରେ ଶେଷ କରିବା ସହ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଓକିଲ କମିଟି ଏକ ଦାବି ଉପସ୍ଥାପନ କରିଛି । ତେବେ ଏହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚୋନା କରାଯାଇଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ..ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍ କମିଟିର ବୈଠକ, ଜଗନ୍ନାଥ ମନ୍ଦିର ନାମରେ ଥିବା ଜମି ବିକ୍ରିକୁ ନେଇ ଆଲୋଚନା

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.