ETV Bharat / state

ଲୁଣା ନଦୀରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର - କଣାସ ଚିଲ୍ଡ୍ରେନ୍ସ ହୋମ

ପୁରୀ ଜିଲ୍ଲା କଣାସ ବ୍ଲକ ଦୟାବିହାରର ଏକ ଚିଲଡ୍ରେନ୍ସ ହୋମରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର । 3 ଦିନ ପରେ ଲୁଣା ନଦୀରୁ ନାବାଳର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଲୁଣା ନଦୀରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର
ଲୁଣା ନଦୀରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର
author img

By

Published : Jun 13, 2021, 10:22 AM IST

ପୁରୀ: ଜିଲ୍ଲା କଣାସ ବ୍ଳକ ଦୟାବିହାରର ଏକ ଚିଲଡ୍ରେନ୍ସ ହୋମରୁ ଜଣେ ନାବାଳକ ନିଖୋଜ ହେବାର ୩ ଦିନ ପରେ ମୃତଦେହ ଉଦ୍ଧାର ହୋଇଛି । ଲୁଣା ନଦୀରୁ ନାବାଳକର ମୃତଦେହ ଉଦ୍ଧାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ବ୍ରହ୍ମଗିରିର ୧୭ ବର୍ଷର ଏହି ନାବାଳକକୁ ଏକ ମାସ ତଳେ ଆରପିଏଫ ପୋଲିସ ମଞ୍ଚେଶ୍ୱରରୁ ଉଦ୍ଧାର କରି ପୁରୀ ଚାଇଲଡ୍ ଲାଇନକୁ ପଠାଇଥିଲା ।

ଜିଲ୍ଲା ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶ କ୍ରମେ ଗତ ମେ ୨୮ ତାରିଖରେ ତାକୁ କଣାସ ନୀଳାଚଳ ସେବା ପ୍ରତିଷ୍ଠାନରେ ରଖାଯାଇଥିଲା ।ତେବେ ସେ ଗତ ୮ତାରିଖରେ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଗତକାଲି(ଶନିବାର) ମୃତଦେହ ଲୁଣା ନଦୀରୁ ମିଳିଛି ।କଣାସ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ କେଉଁଭଳି ପରିସ୍ଥିତିରେ ସମ୍ପୃକ୍ତ ନାବାଳକଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିଲେ ବି ଏଥିରେ ଅନୁଷ୍ଠାନର ଚରମ ଅବହେଳା ବାରି ହୋଇପଡୁଛି ।

ନାବାଳକର ମୃତ୍ୟୁ ପରେ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳକ ନିଖୋଜ ହେଲେ ଓ କେମିତି ତାଙ୍କର ମୃତ୍ୟୁ ହେଲା ସେନେଇ ଅନେକ ପ୍ରଶ୍ନ ଉଠୁଛି । ବାରମ୍ବାର ନୀଳାଚଳ ସେବା ପ୍ରତିଷ୍ଠାନରୁ ଅନ୍ତେବାସୀ ନିଖୋଜ ଖବର ଓ ଏବେ ଶିଶୁ ଯତ୍ନ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.