ପୁରୀ: ସାରା ଦେଶ ତଥା ଆମ ରାଜ୍ୟରେ ଲୋକେ ସରକାରଙ୍କ ଲକଡାଉନକୁ ନମାନି ରାସ୍ତାରେ ବୁଲୁଛନ୍ତି । ଫଳରେ କୋରୋନା ଧୀରେ ଧୀରେ କାୟା ବିସ୍ତାର କରିବାର ଆଶଙ୍କା ରହିଛି । ତେବେ ଏହି ସମୟରେ ଲୋକେ ଘରୁ ନବାହାରି ଘରେ ରହିବାକୁ ସାରା ଦେଶବାସୀଙ୍କୁ ବାଲୁକା ଶିଳ୍ପୀ ମାନସ ସାହୁ ନିଜ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ଅପିଲ କରିଛନ୍ତି ।
ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲୋକେ ନିଜ ନିଜ ଘରେ ରହି ନିଜକୁ ଏବଂ ନିଜ ପରିବାରକୁ କୋରୋନା କବଳରୁ ରକ୍ଷା ନେଇ ଅନୁରୋଧ କରିଛନ୍ତି ବାଲୁକା ଶିଳ୍ପୀ । ତେବେ ଅନେକ ଲୋକେ କିନ୍ତୁ ଏହାକୁ ଅମାନ୍ୟ କରି ବାହାରେ ବୁଲୁଛନ୍ତି । ଏହା ଦ୍ବାରା କୋରୋନା ସଂକ୍ରମଣ ବୃଦ୍ଧି ପାଇବାର ଅଶଙ୍କା ରହିଛି । ଏହି ପ୍ରସଙ୍ଗକୁ ନେଇ ଏକ ସ୍ୟାଣ୍ଡ ଆନିମେଶନ କରିବା ସହ ଲୋକଙ୍କୁ ଭଲ ବାର୍ତ୍ତା ଦେଇଛନ୍ତି ମାନସ ସାହୁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ