ETV Bharat / state

ପିପିଲିରେ ଆଉ ଜଣଙ୍କୁ ଦଳିଦେଲା ଦନ୍ତା

author img

By

Published : Feb 23, 2020, 6:53 PM IST

Updated : Feb 23, 2020, 7:18 PM IST

ପିପିଲିରେ ଆଉ ଜଣଙ୍କୁ ମାରିଲା ଦନ୍ତା
ପିପିଲିରେ ଆଉ ଜଣଙ୍କୁ ମାରିଲା ଦନ୍ତା

18:45 February 23

ପିପିଲିରେ ଆଉ ଜଣଙ୍କୁ ଦଳିଦେଲା ଦନ୍ତା

ପୁରୀ: ପିପିଲି ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ ଜାରି ରହିଛି । ପୁଣି ଆଉ ଜଣେ ବ୍ୟକ୍ତିଙ୍କୁ ଦଳି ମାରି ଦେଇଛି ଦନ୍ତା । ମୃତକ ହେଲେ ସଅଁପୁର ପଞ୍ଚାୟତ ରାଜତଇଁ ଗ୍ରାମର ଗୁରୁବାରୀ ମହାପାତ୍ର । ହାତୀ ଆକ୍ରମଣରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 4କୁ ପହଞ୍ଚିଛି । ସକାଳେ 3 ଜଣ ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ।  

ସେପଟେ ଦନ୍ତା ହାତୀକୁ ବନ ବିଭାଗ କାବୁ କରିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ରାତିରେ ହାତୀ ଘଉଡାଇବା କାର୍ଯ୍ୟ କରିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି । ସେହିପରି ସରକାରୀ ନିୟମ ଅନୁଯାୟୀ ମୃତକଙ୍କୁ 4 ଲକ୍ଷ କ୍ଷତିପୂରଣ ମିଳିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 23, 2020, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.