ପୁରୀ ଗସ୍ତରେ 5T ସଚିବ, ଉନ୍ନତିମୂଳକ ପ୍ରକଳ୍ପର କଲେ ସମୀକ୍ଷା - 5 ଟି ସଚିବ ଭି କେ ପାଣ୍ଡିଆନ୍
ଆଜି ସକାଳୁ 5T ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ
ପୁରୀ: ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ୍(5T Secretary VK Pandian Visits Puri) । ଆଜି ସକାଳୁ ପାଣ୍ଡିଆନ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଐତିହ୍ୟ କରିଡର କାର୍ଯ୍ୟ, ଶ୍ରୀଜଗନ୍ନାଥ ଷ୍ଟାଡିୟମ, ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ, ସିଦ୍ଧମହାବୀର ରେଳ ଓଭର ବ୍ରିଜ୍, ପର୍ଯ୍ୟଟକ ତଥା ସହରବାସୀଙ୍କ ଗମନାଗମନରେ ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ବିଶ୍ବ ଐତିହ୍ୟ ନଗରୀରେ ପରିଣତ ହେବାକୁ ଯାଉଛି ପୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସହରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ କାର୍ଯ୍ୟର ଅଗ୍ରଗତି କିଭଳି ଚାଲିଛି ସେ ନେଇ 5ଟି ସଚିବ ଭିକେ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ସମୀକ୍ଷା କରିଛନ୍ତି । ୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀ ଥିଲେ ।
ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ଦାଖଲ, ଗାଏବ ହୋଇଗଲା ଶ୍ରଦ୍ଧାଞ୍ଜଳି ନାଁ
୨୦୨୪ ସୁଦ୍ଧା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଶେଷ ହେବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ 5T ସଚିବ। ପରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଚାଲିଥିବା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ 5T ସଚିବ । ସେପଟେ 5 ଟି ସଚିବ କୋଣାର୍କ ଗସ୍ତରେ ଯାଇ ଚନ୍ଦ୍ରଭାଗା ବିଚର ଉନ୍ନତି ମୂଳକ କାର୍ଯ୍ୟ, କୋଣାର୍କକୁ 6 ଲେନ ରାସ୍ତା, ରିଂ ରୋଡ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ପରେ ସେ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ଯାଇ ଏହା ଉନ୍ନତି କରଣ କାର୍ଯ୍ୟ କିଭଳି ହୋଇ ପାରିବ ସେ ନେଇ ଅନୁଧ୍ୟାନ କରିଥିଲେ ।
ଓଡ଼ିଶା ସେତୁ ନିର୍ମାଣ ନିଗମର ଡିଜାଇନ୍ ଲେ ଆଉଟକୁ 5ଟି ସଚିବ ଦେଖିଥିଲେ । ଏ ନେଇ OBCC ଏକ ଡ୍ରାଫ୍ଟଶୀଘ୍ର ସରକାରଙ୍କୁ ଦେବା ପରେ ମଙ୍ଗଳା ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ । ସେପଟେ କୋଣାର୍କରୁ କାକଟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ 172 କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତିକରଣ କରାଯିବା ନେଇ ସୂଚନା ମିଳିଛି ।
ଇଟିଭି ଭାରତ, ପୁରୀ