ନୂଆପଡା: ନୂଆପଡା ଜ଼ିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ହାତୀବନ୍ଧା ଲିଟିଗୁଡା ଅଂଚଳରେ କାଠ ମାଫିଆଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଚଢ଼ାଉ ହେଉଥିବାର ସୂଚନା ପାଇ କାଠ ବୋଝେଇ ପିକପ ଭ୍ୟାନ ଛାଡି ଡ୍ରାଇଭର ଚମ୍ପଟ ।
କାଠ ମାଫିଆ ଚଖମା ଦେଇ ଖସି ଯାଉଥିବାବେଳେ, କାଠ ବୋଝେଇ ଭ୍ୟାନକୁ କାବୁକଳା ସିନାପାଲି ବନ ବିଭାଗ । ଯେଉଁଥିରେ କି ଲକ୍ଷାଧିକ ମୂଲ୍ୟବାନ ସାଗୁଆନ କାଠ ରହିଛି । ଚଢ଼ାଉ ବେଳେ ସିନାପାଲି ବନାଞ୍ଚଳ ଅଧିକାରୀ ବିମଳ ପ୍ରସାଦ ଟପନୋଙ୍କ ପ୍ରତକ୍ଷ ତତ୍ୱାବଧାନରେ ବନପାଳ ଖଗେଶ୍ୱର ମାଝୀ, ଫରେଷ୍ଟ ଗାର୍ଡ କାହ୍ନା ନାଏକଙ୍କ ସହ ଅନ୍ୟ କର୍ମଚାରି ସାମିଲ ଥଲେ । ଏନେଇ ଜଙ୍ଗଲ ସୁରକ୍ଷା ଆଇନରେ ଏକ ମାମଲା ରୁଜୁହୋଇ ଅଧିକ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ