ETV Bharat / state

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କନିଷ୍ଠ କିରାଣୀ

author img

By

Published : Dec 31, 2020, 7:30 AM IST

ଖଡ଼ିଆଳ ସବ ରେଜିଷ୍ଟର କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସଞ୍ଜୟ କୁମାର ନାଏକ 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ହାତରେ ଗିରଫ । ଅଧିକ ପଢନ୍ତୁ...

ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ କନିଷ୍ଠ କିରାଣୀ

ନୂଆପଡ଼ା: ଖଡ଼ିଆଳ ସବ ରେଜିଷ୍ଟର କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସଞ୍ଜୟ କୁମାର ନାଏକ 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଗିରଫ । ଖଡ଼ିଆଳ ବ୍ଲକ ସୁନାରିସୀକୁଆ ଗ୍ରାମର ପରମେଶ୍ୱର ବାରିକଙ୍କ ସ୍ତ୍ରୀ ଅଞ୍ଜୁ ବାରିକ କୌଣସି ଏକ 30 ଡିସମିଲ ଜମି ରେଜିଷ୍ଟେସନ କରିବା ପାଇଁ ପରମେଶ୍ୱର ବାରିକ କନିଷ୍ଠ କିରାଣୀ ସଞ୍ଜୟ କୁମାର ନାଏକଙ୍କୁ ଯୋଗାଯୋଗ କରିଥିଲେ ।

କିରାଣୀ ଜଣକ ଲାଞ୍ଚ ନେବା ବାହାନାରେ ବହୁତ ହଇରାଣ କରିବାପରେ 30 ଡିସମିଲ ଜମି ରେଜିଷ୍ଟେସନ ବାବଦକୁ 30 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ପରମେଶ୍ୱର ବାରିକ କୋରାପୁଟ ଜୟପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ବୁଧବାର କନିଷ୍ଠ କିରାଣୀ ସଞ୍ଜୟ କୁମାର ନାଏକ ଅଭିଯୋଗ କାରୀ ପରମେଶ୍ୱର ବାରିକଙ୍କଠାରୁ 20 ହଜାର ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜୟପୁର ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.