ETV Bharat / international

ମୋଦିଙ୍କୁ ଦେଖି ଖୁସିରେ କୁଣ୍ଢାଇ ପକାଇଲେ ବାଇଡେନ, କ୍ବାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - Quad Summit

author img

By ETV Bharat Odisha Team

Published : 2 hours ago

Quad Summit: ‘କ୍ୱାଡ ସମ୍ମିଳନୀ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର’ରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ଆମର ପ୍ରାଥମିକତା ବୋଲି କହିଥିଲେ ମୋଦି । ମୋଦିଙ୍କୁ ଦେଖି ବାଇଡେନ ଖୁସି । ଅଧିକ ପଢନ୍ତୁ

QUAD SUMMIT
QUAD SUMMIT (ETV Bharat Odisha)

ଓ୍ବାଂଶିଟନ ଡିସି: ତିନିଦିନିଆ ଆମେରିକା ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତରେ ପ୍ରଥମ ଦିନରେ ଅର୍ଥାତ ଶନିବାର ଆମେରିକାରେ ପହଞ୍ଚିବା ପରେ ୱିଲିଂଟନରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ‘କ୍ୱାଡ ସମ୍ମିଳନୀ’ରେ ଅଂଶଗ୍ରହଣ କରିଥିଲେ ମୋଦି । ଉଦଘାଟନୀ ଭାଷଣରେ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ ଏବଂ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର’ରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ଆମର ପ୍ରାଥମିକତା ବୋଲି କହିଥିଲେ ମୋଦି ।

ନାମ ନନେଇ ଚୀନକୁ ଏମିତି କହିଲେ ମୋଦି:

MODI US VISIT
MODI US VISIT (@narendramodi)

ପ୍ରଧାନମନ୍ତ୍ରୀ ମୋଦି କୌଣସି ଦେଶର ନାମ ନନେଇ କହିଥିଲେ, "ଆମେ କାହାର ବିରୋଧୀ ନୁହଁ, ଆମେ ସମସ୍ତେ ଏକ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ଆଦେଶ, ସାର୍ବଭୌମତ୍ୱ ପ୍ରତି ସମ୍ମାନ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ । '' ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଯୋଗ ଦେଇ କହିଥିଲେ ।

ମାନବ ଜାତି ପାଇଁ କ୍ବାଡ୍‌ ଜରୁରୀ:

ମୋଦି ଆହୁରି ମଧ୍ୟ କହିଥିଲେ, ''ଆମର ବାର୍ତ୍ତା ସ୍ପଷ୍ଟ, କ୍ବାର୍ଡ ଏଠାରେ ଅଛି ସାହାଯ୍ୟ କରିବା, ସହଭାଗିତା କରିବା ଏବଂ ପୃଷ୍ଠପୋଷକତା କରିବା ପାଇଁ । ଆମେ ମିଳିତ ଭାବରେ ସ୍ୱାସ୍ଥ୍ୟ ସୁରକ୍ଷା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ, କାପାସିଟି ବିଲ୍ଡିଂ ଭଳି କ୍ଷେତ୍ରରେ ଅନେକ ସକରାତ୍ମକ ଆଲୋଚନା ସହ ପଦକ୍ଷେପ ନେଇଛୁ । କ୍ବାଡର ନେତା ଏପରି ସମୟରେ ଏକାଠି ହୋଇଛନ୍ତି, ଯେତେବେଳେ ବିଶ୍ବ ଦ୍ବନ୍ଦ୍ବ ଏବଂ ଆହ୍ବାନରେ ଘେରି ହୋଇ ରହିଛି । ଏହି ସମୟରେ କ୍ୱାଡର ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ମିଳିତ ଭାବେ କାର୍ଯ୍ୟ କରିବା ସମଗ୍ର ମାନବ ଜାତି ପାଇଁ ମହତ୍ବପୂର୍ଣ୍ଣ ଅଟେ । ''

ବାଇଡେନଙ୍କ ପାଇଁ ଏହା ବିଦାୟୀ ସମ୍ମିଳନୀ:

MODI US VISIT
MODI US VISIT (@narendramodi)

2021 ବାଇଡେନଙ୍କ ନେତୃତ୍ୱରେ ଆୟୋଜିତ ପ୍ରଥମ କ୍ୱାଡ ସମ୍ମିଳନୀକୁ ମୋଦି ମନେ ପକାଇ କହିଥିଲେ । ଏତେ କମ ସମୟ ମଧ୍ୟରେ ଆମେ ଆମର ସହଯୋଗକୁ ସବୁ ଦିଗରେ ଅଦ୍ଭୂତ ରୂପେ ବିସ୍ତାର କରିଛୁ । ତୁମର ନିରନ୍ତର ଦୃଢ ପ୍ରତିବଦ୍ଧତା, ଆପଣଙ୍କ ନେତୃତ୍ୱ ଏବଂ କ୍ବାଡରେ ଅବଦାନ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ବାଇଡେନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହା ତାଙ୍କ ପାଇଁ ବିଦାୟୀ ସମ୍ମିଳନୀ ବୋଲି କହିଥିଲେ ମୋଦି ।

ଆସନ୍ତା ବର୍ଷ ଭାରତରେ କ୍ବାଡ ସମ୍ମିଳନୀ:

MODI US VISIT
MODI US VISIT (@narendramodi)

ଆସନ୍ତା 2025ରେ ଭାରତରେ କ୍ୱାଡ ସମ୍ମିଳନୀ ଆୟୋଜନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବେଶ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ କ୍ୱାଡ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଅନୁରୋଧ କ୍ରମେ ଏହି କାର୍ଯ୍ୟକ୍ରମ ଆମେରିକାରେ ଆୟୋଜନ କରାଯାଇଛି । ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ 2017ରେ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍‌ର ଆକ୍ରମଣାତ୍ମକ ଆଚରଣକୁ ମୁକାବିଲା କରିବା ପାଇଁ “କ୍ୱାଡ୍” କିମ୍ବା ଚତୁର୍ଭୂଜ ମିଳିତ ମଞ୍ଚ ଗଠନ ପାଇଁ ଦୀର୍ଘ ଦିନର ବିଚାରାଧୀନ ପ୍ରସ୍ତାବକୁ ରୂପ ଦେଇଥିଲେ ।

କ୍ୱାଡ ଲିଡରଙ୍କୁ ଭେଟି ଖୁସି ବ୍ୟକ୍ତ କଲେ ମୋଦି:

ପ୍ରଧାନମନ୍ତ୍ରୀ Xରେ କହିଛନ୍ତି, ''ଡେଲାୱେରର ୱିଲିଂଟନରେ ଆୟୋଜିତ ସମ୍ମିଳନୀରେ କ୍ୱାଡ ଲିଡରଙ୍କୁ ଭେଟି ମୁଁ ଖୁସି । ବିଶ୍ବର ଉନ୍ନତି ପାଇଁ କିପରି କ୍ବାଡ କାର୍ଯ୍ୟ ଜାରି ରଖିପାରିବ ସେ ଉପରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ଦକ୍ଷତା ବିକାଶ ଭଳି ପ୍ରମୁଖ କ୍ଷେତ୍ରରେ ଆମେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବୁ । ''

ମୋଦି ଦେଖି ଭାବବିହ୍ବଳ ପ୍ରବାସୀ ଭାରତୀୟ:

ଶନିବାର ରାତିରେ ଫିଲାଡେଲଫିଆ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ମୋଦି ମୋଦି ନାରାରେ କମ୍ପି ଉଠିଥିଲା ବିମାନ ବନ୍ଦର । ମୋଦିଙ୍କୁ ପ୍ରବାସୀ ଭାରତୀୟ ମାନେ ସ୍ବାଗତ କରିଥିଲେ । ଏହାପରେ ମୋଦି ସେମାନଙ୍କ ପାଖକୁ ଯାଇ ହାତ ମିଳାଇବା ସହ ପିଲା ମାନେ ଆଣିଥିବା ପେଣ୍ଟିଂ ଦେଖିଥିଲେ । ମୋଦିଙ୍କୁ ପାଖରେ ଦେଖି ପ୍ରବାସୀ ଭାରତୀୟଙ୍କ ଖୁସି କହିଲେ ନସରେ ।

ମୋଦି ବାଇଡେନ ଭେଟଘାଟ:

ୱିଲିଂଟନରେ ଦୁଇ ବିଶ୍ବ ନେତା ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଉଭୟ ପରସ୍ପରକୁ ଦେଖି ଖୁସିରେ ଆଲିଙ୍ଗନ କରିଥିଲେ । ପରେ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷୀକ ବୈଠକ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରସଙ୍ଗରେ ଆଲେଚନା ହୋଇଥିଲା । ଭାରତର ପ୍ରିଡେଟର ଡ୍ରୋନ କ୍ରୟ ଓ ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା ହୋଇଥିଲା ।

MODI US VISIT
MODI US VISIT (@narendramodi)

ଏହା ମଧ୍ୟ ପଢନ୍ତୁ:

3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ

ଛୁଟି ନେଇ ରେକର୍ଡ କଲେ ବାଇଡେନ ! ରାଷ୍ଟ୍ରପତି କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସନ୍ତୁଳନ ପାଇଁ ଏକ ପ୍ରୟାସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.