ETV Bharat / sports

ଚେନ୍ନାଇରେ ଚମକିଲେ ଅଶ୍ବିନ; ଭାଙ୍ଗିଲେ ଏକାଧିକ ରେକର୍ଡ - IND vs BAN 1st Test R Ashwin

IND vs BAN 1st Test R Ashwin : ଭାରତୀୟ ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ସହ 6ଟି ୱିକେଟ ହାସଲ କରିବା ପରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଅଧିକ ପଢ଼ନ୍ତୁ

IND vs BAN 1st Test R Ashwin
IND vs BAN 1st Test R Ashwin (ANI and IANS Photos)
author img

By ETV Bharat Sports Team

Published : Sep 22, 2024, 3:54 PM IST

ଚେନ୍ନାଇ : ଏମଏ ଚିଦାମ୍ବରମ୍ (ଚେପକ୍‌) ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ପ୍ରଥମ ପାଳିରେ ଶତକ ହାସଲ କରି ଭାରତକୁ ସଂକଟରୁ ଉଦ୍ଧାର କରିଥିବା ଅଶ୍ବିନ ଦ୍ବିତୀୟ ପାଳିରେ ଭାରତ ପାଇଁ ସର୍ବାଧିକ 6 ୱିକେଟ ଦଖଲ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ଏଥିପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ ଏହି ଭେଟେରାନ ସ୍ପିନର । ତେବେ ଅଶ୍ବିନ ଏହି ମ୍ୟାଚ୍‌ରେ ଏକାଧିକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସର୍ବାଧିକ 5 ୱିକେଟ ସଫଳତା ହାସଲ କରିବାରେ ସେ କିମ୍ବଦନ୍ତୀ ସ୍ପିନର ଶେନ୍‌ ୱର୍ନଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି ।

ଶେନ୍‌ ୱର୍ନଙ୍କ ସମକକ୍ଷ ହେଲେ ଅଶ୍ବିନ :-

38 ବର୍ଷୀୟ ଅଶ୍ବିନ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ପାଳିରେ ନିଜ ଟେଷ୍ଟ କ୍ୟାରିୟରର 37ତମ 5 ୱିକେଟ୍ ସଫଳତା ହାସଲ କରିଥିଲେ । ସେ 58ତମ ଓଭରରେ ନିଜ ସ୍ପେଲର 5ମ ୱିକେଟ୍ ନେଇଥିଲେ । ସେ ବାଂଲାଦେଶର ମେହିଡି ହାସନ ମିରାଜଙ୍କୁ ବୋଲିଂ କରିଥିଲେ ଏବଂ ବ୍ୟାଟj ଏହାକୁ ସୀମାରେଖା ବାହାରକୁ ମାରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ଫିଲ୍ଡର (ଜାଡେଜା)ଙ୍କ ହାତରେ ଧରାପଡିଥିଲେ ଏବଂ ଏହି ୱିକେଟ ସହ ଅଶ୍ବିନଙ୍କ ନାମରେ ଇତିହାସ ଲିପିବଦ୍ଧ ହୋଇଥିଲା ।

ଟେଷ୍ଟ କ୍ରିକେଟରେ 37ତମ 5 ୱିକେଟ୍ ସଫଳତା ହାସଲ କରି ଅଶ୍ବିନ କିମ୍ବଦନ୍ତୀ ସ୍ପିନର ଶେନ୍‌ ୱାର୍ନଙ୍କ ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କାର କିମ୍ବଦନ୍ତୀ ମୁଥିଆ ମୁରଲୀଧରନ୍ 133 ଟେଷ୍ଟ ମ୍ୟାଚରେ 67 ଥର 5 ୱିକେଟ୍ ସଫଳତା ହାସଲ କରି ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ରିଚାର୍ଡ ହେଡଲି ଏବଂ ଅନୀଲ କୁମ୍ବଲେ ଯଥାକ୍ରମେ 36 ଓ 35 ଥର 5 ୱିକେଟ୍‌ ସଫଳତା ପାଇଛନ୍ତି ।

5 ୱିକେଟ ସଫଳତା ହାସଲ କରିଥିବା ସବୁଠାରୁ ବୟସ୍କ କ୍ରିକେଟର :-

ଟେଷ୍ଟ କ୍ରିକେଟରେ ଏଭଳି ପ୍ରଦର୍ଶନ ଜାରି ରଖି ଅଶ୍ବିନ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା । ସେ ବାଂଲାଦେଶ ବିପକ୍ଷରେ 5 ୱିକେଟ୍ ହାସଲ କରିବା ପରେ ଏପରି ସଫଳତା ହାସଲ କରିଥିବା ସର୍ବାଧିକ ବୟସ୍କ ଭାରତୀୟ କ୍ରିକେଟର ହେବାର ରେକର୍ଡ ଅର୍ଜନ କରିଛନ୍ତି । 38 ବର୍ଷ ଏବଂ ପାଞ୍ଚ ଦିନ ବୟସରେ ଏଭଳି ସଫଳତା ହାସଲ କରି ସେ ଭିନୋ ମାନକଡଙ୍କ 68 ବର୍ଷର ପୁରୁଣା ରେକର୍ଡକୁ ପଛରେ ଛାଡିଛନ୍ତି । ମାନକଡ 1955 ମସିହାରେ 37 ବର୍ଷ ଏବଂ 307 ଦିନ ବୟସରେ ପାକିସ୍ତାନ ବିପକ୍ଷରେ 5 ଟେଷ୍ଟ ୱିକେଟ ସଫଳତା ହାସଲ କରିଥିଲେ ।

ବ୍ୟାଟିଂରେ ଶତକ ଓ ବୋଲିଂରେ 5 ୱିକେଟ ସଫଳତା :-

ଅଶ୍ବିନ ତାଙ୍କ କ୍ୟାରିୟରରେ 4ର୍ଥ ଥର ପାଇଁ ସମାନ ଟେଷ୍ଟ ମ୍ୟାଚରେ ଗୋଟିଏ ଶତକ ଏବଂ 5 ୱିକେଟ୍ ସଫଳତା ନେଇଛନ୍ତି । ସେ ବର୍ତ୍ତମାନ ରେଡ-ବଲ କ୍ରିକେଟରେ ଏଭଳି ଚମତ୍କାର କରିଥିବା ଖେଳାଳି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଟେଷ୍ଟ କ୍ରିକେଟରେ ଇଆନ୍ ବୋଥମ୍ 5 ଥର ଏଭଳି ଚମତ୍କାର କରିଛନ୍ତି ।

ଭାରତ ପାଇଁ 4ର୍ଥ ପାଳିରେ ସର୍ବାଧିକ ୱିକେଟ :-

କୌଣସି ମ୍ୟାଚ୍‌ର ଚତୁର୍ଥ ପାଳିରେ ଭାରତ ପାଇଁ ଅନୀଲ କୁମ୍ବଲେ ସର୍ବାଧିକ (94) ୱିକେଟ୍ ଅକ୍ତିଆର କରିବାର ରେକର୍ଡ କରିଥିଲେ । ହେଲେ କୁମ୍ବଲେଙ୍କ ରେକର୍ଡକୁ ମଧ୍ୟ ଅଶ୍ବିନ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.