ନୂଆପଡା: ଜିଲ୍ଲାର ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ ପକ୍ଷରୁ ଜିଲ୍ଲାର ବହୁ ପ୍ରସିଦ୍ଧ ପାତାଳ ଗଙ୍ଗା ନିକଟରେ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ ସ୍ଥାୟୀ ସଭାପତି ଅରୁଣ କୁମାର ଯୋଶୀଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଅନ୍ୟପଟେ ଆୟୋଜିତ ଏହି ଶିକ୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମହାସଚିବ ହାନେଶପାତ୍ର ବାଗ, ରାଜ୍ୟ ଉପସଭାପତି ସପ୍ତମ କିଶୋର ବେହେରା, ମିଡିଆ ସଂଯୋଜକ ରଞ୍ଜୁ ଅମାତ ପ୍ରମୁଖ ଯୋଗ ଦେଇ ଏକ୍ସକ୍ୟାଡର ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ପାତରଅନ୍ତର ନୀତି ବିରୁଦ୍ଧରେ ଗର୍ଜିଛନ୍ତି ।
ତେବେ ବଞ୍ଚିତ ଗଣ ଶିକ୍ଷକଙ୍କୁ ଇନ୍କ୍ରିମେଣ୍ଟ(Increment) ପ୍ରଦାନ କରିବା, NSP ପ୍ରଦାନ କରିବା, ତେଜରି ଜରିଆରେ ଅବିକଳ କେନ୍ଦ୍ର ହାରରେ ବେତନ ପ୍ରଦାନ କରିବା, ଅକାଳରେ ମୃତ୍ୟୁବରଣ କରିଥିବା ଗଣ ଶିକ୍ଷକଙ୍କ ପରିବାର ଲୋକଙ୍କୁ ଚାକିରି ଦେଇ ଥଇଥାନ କରିବା ଭଳି 8ଦଫା ଦାବି ପୂରଣ ନେଇ ସରକାରଙ୍କୁ ଅବଗତ କରାଇଛନ୍ତି । ଦାବି ପୂରଣ ନହେଲେ ଚଳିତ ମାସ 27 ତାରିଖ ଦିନ ହଜାର ହଜାର ଶିକ୍ଷକ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ସମ୍ମିଳନୀରେ ନୂଆପଡା ଜିଲ୍ଲାର ଶତାଧିକ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି ଶପଥ ନେଇଛନ୍ତି ।
ଇଟିଭି ଭାରତ, ନୂଆପଡା