ନୂଆପଡା: ଜିଲ୍ଲା ବହୁ ପ୍ରସିଦ୍ଧ ସୁନାଦେଇ ଛତର ଯାତ୍ରାରେ ଲାଗିଲା କୋଭିଡ କଟକଣା । କେବଳ ପରମ୍ପରା ରକ୍ଷା ପାଇଁ ଗୁଡାରାଇଜର ଲୋକେ ପାଳନ କଲେ ମା’ ସୁନାଦେଈ ଛତର ଯାତ୍ରା ।
ସୁନାବେଡା ଅଭୟାରଣ୍ୟ ପ୍ରତ୍ୟେକ ପ୍ରବେଶ ପଥକୁ ଆଜିଠୁ ସିଲ କରିଛି ନୂଆପଡା ପୋଲିସ । ଏନେଇ କୋମନା ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ, ତହସିଲଦାର, କୋମନା ପୋଲିସ ଏବଂ ଛତର ଯାତ୍ରା ପାଳନ କମିଟି ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତ ସୁନାଦେଈ ଛତର ଯାତ୍ରାକୁ ନ ଯିବାପାଇଁ ପ୍ରଶାସନ ତାଗିତ କରିଛି । ଗୁଡା ରାଇଜର ଅଧିଷ୍ଠାତ୍ରୀ ଦେବୀ ସୁନାଦେଈଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଯୁଗ ଯୁଗରୁ ଲୋକଙ୍କ ବିଶ୍ବାସ ରହିଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ଯାଇ ପାରୁନଥିବାରୁ ବେଶ ଦୁଃଖ ପ୍ରକାଶ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ