ETV Bharat / state

ଶିକ୍ଷକଙ୍କୁ ବଦଳି ଦାବିରେ ଧାରଣା, ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By

Published : Nov 4, 2022, 10:39 AM IST

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଶିକ୍ଷକଙ୍କୁ ବଦଳି ଦାବିରେ ଧାରଣା
ଶିକ୍ଷକଙ୍କୁ ବଦଳି ଦାବିରେ ଧାରଣା

ନୂଆପଡା: ଶିକ୍ଷକଙ୍କୁ ବଦଳି ଦାବିରେ ବିଦ୍ୟାଳୟର ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅବିଭାବକ । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେଶ କୁମାର ଦୀପଙ୍କୁ ଅନ୍ୟତ୍ର ବଦଳି ଦାବିରେ ତୀବ୍ର ହେଲା ଆନ୍ଦୋଳନ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେଶ କୁମାର ଦୀପ ବିଦ୍ୟାଳୟକୁ ନିୟମିତ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ଗଣିତ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।

ଶିକ୍ଷକଙ୍କୁ ବଦଳି ଦାବିରେ ଧାରଣା

ଏଥିସହ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚଣ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଫଳରେ ଏଭଳି ଶିକ୍ଷକଙ୍କୁ ଗାଁ ସ୍କୁଲରେ ପୁରାଇ ନଦେବାକୁ ଚେତାବନୀ ଦେଇଛନ୍ତି ଅବିଭାବକ ଓ ସରପଞ୍ଚ । ଏ ଘଟଣା ସମ୍ପର୍କରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ଶିକ୍ଷକ ସୁରେଶ କୁମାର ଦୀପଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ହୋଇଥିଲା । କିନ୍ତୁ ବଦଳି ଅଡରକୁ ବାତିଲ କରି ପୁଣି ଡମଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସହକାରୀ ଶିକ୍ଷକ ରୂପେ ଯୋଗଦାନ କରି ଆସିଥିବାବେଳେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-President to Visit Odisha: ଆସନ୍ତା ୧୦ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ଉତ୍ସାହିତ କୌଳିକ ପଣ୍ଡା

ଏନେଇ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ କହିଛନ୍ତି, ''ଶିକ୍ଷକ ସୁରେଶ କୁମାର ଦୀପ ବିଦ୍ୟାଳୟରେ ପାଠ ନପଡାଇବା ସହ ଆମକୁ ଦୁର୍ବ୍ୟବହାର କରୁଛନ୍ତି । ତେଣୁ ଆମେ ଚାହୁଁଛି ଶିକ୍ଷକଙ୍କ ବଦଳି କରାଯାଉ ।'' ଏନେଇ ଜଣେ ଅଭିଭାବକ କହିଛନ୍ତି, ''ବିଦ୍ୟାଳୟରେ ଶିକ୍ଷକ ସୁରେଶ କୁମାର ଦୀପ ଭଲରେ ପାଠ ପଢାଉ ନାହାନ୍ତି, ଅନେକ ସମୟରେ ଛାତ୍ରୀଙ୍କୁ ଖରାପ ନଜରରେ ଦେଖୁଛନ୍ତି'' ।

ନୂଆପଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.