ETV Bharat / state

ନିର୍ମାଣ ହେବାର ୬ ବର୍ଷ ନପୂରୁଣୁ ଅବ୍ୟବସ୍ଥାରେ ମଡେଲ ଡିଗ୍ରୀ କଲେଜ - ମହାବିଦ୍ୟାଳୟ

ସମସ୍ୟା ଘେରରେ ନୂଆପଡାର ସରକାରୀ ମଡେଲ ଡିଗ୍ରୀ । ପିଇବା ପାଣି ସମସ୍ୟା ସହ ନାହିଁ କମରରୁମ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି । ଅଧିକ ପଢନ୍ତୁ...

ଅବ୍ୟବସ୍ଥାରେ ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ
ଅବ୍ୟବସ୍ଥାରେ ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ
author img

By

Published : Oct 6, 2021, 12:18 PM IST

ନୂଆପଡା: ସମସ୍ୟା ଘେରରେ ନୂଆପଡାର ସରକାରୀ ମଡେଲ ଡିଗ୍ରୀ ମହାବିଦ୍ୟାଳୟ । ହଜାରେରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢନ୍ତି । 2016 ମସିହାରୁ ସ୍ଥାପିତ ହୋଇଛି ଏ ମହାବିଦ୍ୟାଳୟ । ହେଲେ ଦୀର୍ଘ 5 ବର୍ଷ ହେବ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଭିତରେ ପାଠ ପଢୁଛନ୍ତି । କଲେଜର ଚତୁଃପାର୍ଶ୍ବ ଅନାବନା ବୁଦାରେ ଭରପୂର ଥିବାବେଳେ,କଣ୍ଟା ଗଛ ଗୁଡିକ ମାଳ ମାଳ ହୋଇ ଉଠିଛି । ଅଳିଆ ଆବର୍ଜନାରେ ଭରି ରହି କଲେଜ ପରିସର । କଲେଜର ବାଳକ ବାଳିକା ଉଭୟ ହଷ୍ଟେଲ ତାଲା ପଡି ଅଚଳ ହୋଇପଡିଛି । ଫଳରେ ଛାତ୍ରଛାତ୍ରୀ ଭଡାଘରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି । କଲେଜ ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି କ୍ଲାସରୁମ ପର୍ଯ୍ୟନ୍ତ ଆବର୍ଜନା ପଡିଥିବା ଦେଖିବାକୁ ମିଳିଛି ।

ଅବ୍ୟବସ୍ଥାରେ ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ

ଖଡିଆଳ ପୁଟୁପଡା PWD ରୋଡ ଠାରୁ ସରକାରୀ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯାତାୟତ କରିବାପାଇଁ ରାସ୍ତା ସାଜିଛି ମରଣଯନ୍ତା । କଲେଜ କେମ୍ପସ ଅସୁରକ୍ଷିତ ଥିବାବେଳେ, ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ । ସରକାର ଫ୍ରିଜର ଯୋଗାଇ ଦେଇଛନ୍ତି । ହେଲେ କଲେଜ କର୍ତ୍ତୃପକ୍ଷଙ୍କ ଇଛାଶକ୍ତି ଅଭାବ ଯୋଗୁଁ ଅଚଳ ହୋଇପଡିଛି ଫ୍ରିଜର । କ୍ଳାସ ସସପେଣ୍ଡ ସମୟରେ ଛାତ୍ରଛାତ୍ରୀ ବସିବାପାଇଁ କମରରୁମ ନାହିଁ । ଏହିସବୁ ସମସ୍ୟା ସୁଧାରିବା ପାଇଁ ଛାତ୍ରଛାତ୍ରୀ ବାରମ୍ବାର କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଆସୁଛନ୍ତି । ହେଲେ ଅଧ୍ୟକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଆଗକୁ ସମସ୍ୟା ସମାଧାନ ନହେଲେ ଛାତ୍ର ୟୁନିଅନ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ସରକାର ଅର୍ଥ ମଞ୍ଜୁର କଲେ ସବୁ କାମ କରିବେ ବୋଲି ରୋକଠୋକ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.