ETV Bharat / state

ବନ୍ଧୁକ ମୁନରେ ଲୁଟ ଉଦ୍ୟମ, ଚିତ୍କାର କରିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

author img

By

Published : Jul 9, 2023, 8:56 PM IST

ନୂଆପଡ଼ା ଜିଲ୍ଲା ସ୍ଥିତ ଖଡ଼ିଆଳ ସହର ସ୍ଥିତ ଏକ ସୁନା ଦୋକାନରୁ ଲୁଟ ଉଦ୍ୟମ । ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

robbery attempt at a jewellery shop
ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ

ନୂଆପଡା: ଖଡ଼ିଆଳ ସ୍ଥିତ ସୁନା ଦୋକାନରୁ ଡକାୟତି ଉଦ୍ୟମ । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଗହଣା ଦୋକାନରୁ ସୁନା ଅଳଙ୍କାର ଲୁଟ କରିବା ନେଇ ଅଭିଯୋଗ ହୋଇଛି । ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ଦିନ ଦ୍ବିପ୍ରହରେ ସୁନା ଦୋକାନରେ ଡକାୟତି, ୧୫କୋଟିର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଖଡ଼ିଆଳ ସହର ଆଜାଦ ଚୌକ ପଟରୁ ନୀଳ ରଙ୍ଗର ଏକ ମୋଟର ସାଇକେଲରେ ତିନି ଜଣ ଡକାୟତ ମୁହଁରେ କପଡା ବାନ୍ଧି କୈଳାସ ସୁନାଗହଣା ଦୋକାନ ଭିତରକୁ ପଶିଥିଲେ । ମାଲିକ ବଜୁ ଅଗ୍ରୱାଲଙ୍କୁ ଦେଶୀ ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ । ସେ ଚିତ୍କାର କରିବାରୁ ତିନିଜଣ ଡକାୟତ ତରବରିଆ ଭାବରେ ଗହଣା ଦୋକାନରୁ ବାହାରି ମୋଟର ସାଇକଲରେ ସିନାପାଲି ରାସ୍ତା ପଟକୁ ଫେରାର ହୋଇଯାଇଥିଲେ । ଖବର ପାଇ ଖଡ଼ିଆଳ ପୋଲିସ ତତ୍କାଳୀନ ସୁନା ଗହଣା ଦୋକାନକୁ ପହଞ୍ଚି ଛାନ ଭିନ ଆରମ୍ଭ କରିଥିଲା । ତେବେ ଦୋକାନରୁ କୌଣସି ଗହଣା ଚୋରି ହୋଇନଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିିଛି । ଅପରପକ୍ଷେ ଡକାୟତ ମାନଙ୍କୁ ଗିରଫ କରିବାପାଇଁ ଖଡ଼ିଆଳ ପୋଲିସ ସହରର ବିଭିନ୍ନ ସ୍ଥାନରେ ଛାନଭିନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ସୁନା ସଫେଇ ଆଳରେ ଲୁଟିନେଲେ ୪ଲକ୍ଷ ଟଙ୍କାର ଅଳଙ୍କାର

ଏହା ମଧ୍ୟ ପଢ଼ନ୍ତୁ: ବଢ଼ୁଛି ଲୁଟପାଟ, ଗହଣା ଦୋକାନ ସଟର କାଟି ଲୁଟିନେଲେ ସୁନାରୂପା

ତେବେ ସୁନା ଦୋକାନ ମାଲିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ବଞ୍ଚି ଯାଇଛନ୍ତି । ଏନେଇ ସେ କହିଛନ୍ତି, " ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଦୋକାନ ଭିତରକୁ ପ୍ରବେଶ କରିଥିଲେ । ହାତରେ ଦେଶୀ ବନ୍ଧୁକ ସହ ଧାରୁଆ ଅସ୍ତ୍ର ମଧ୍ୟ ଧରିଥିଲେ । ଏହି ସମୟରେ ମୁଁ ଚିତ୍କାର କରି ଘରେ ଥିବା ବନ୍ଧୁକ ଆଣିବାକୁ ଯିବା ବେଳେ ସେମାନେ ଫେରାର ହୋଇଯାଇଥିଲେ । " ଦିନ ଦ୍ବିପ୍ରହରରେ ସହର ଉପରେ ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜକୁ ନେଇ ସ୍ଥାନୀୟବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ତାହା ପୁଣି ଦିନ ସମୟରେ ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.