ETV Bharat / state

ପିକଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଲା ବାଇକ, ୨ ମୃତ - ନୂଆପଡା ସଡକ ଦୁର୍ଘଟଣା

Road accident: ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଗୌତମାଠାରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ୍ ଭ୍ୟାନ ସହ ବାଇକ ଧକ୍କାରେ ୨ ଜଣ ମୃତ୍ୟୁ । ଅଧିକ ପଢନ୍ତୁ

road accident
road accident
author img

By ETV Bharat Odisha Team

Published : Jan 3, 2024, 10:12 AM IST

ନୂଆପଡା: ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଗୌତମାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତକ ଦୁଇ ଜଣ ଭାଗତରାମ ଶବର ଓ ଗୁପ୍ତେ ଶବର ବୋଲି ପରିଚୟ ମିଳିଛି ।

ସୂଚନା ମୁତାବକ, ନୂଆପଡା ସଦର ବ୍ଲକ କରଚୁଲ ଗାଁର ଭାଗତରାମ, ଗୁପ୍ତେ ଶବର ଏବଂ କାଣ୍ଡେତରା ଗାଁର କବି ଶବର ମଙ୍ଗଳବାର କୌଣସି କାମ ପାଇଁ ନୂଆପଡାରୁ ଖରିଆର ରୋଡ଼ ଅଭିମୁଖେ ଗୋଟିଏ ମୋଟର ସାଇକଲରେ ଦ୍ରୁତଗତିରେ ଯାଉଥିଲେ । ବାଟରେ 353 ଜାତୀୟ ରାଜପଥ ଗୌତମାଠାରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଏକ ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ 2 ବାଇକ ଆରୋହୀ ଭାଗତରାମ ଶବର, ଗୁପ୍ତେ ଶବରଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ କାଣ୍ଡେତରା ଗାଁର କବି ଶବର ଗୁରୁତର ଆହତ ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କବି ଶବରଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଖରିଆର ରୋଡ଼ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ- ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଚେତନା ଓ ସତର୍କ କରାଯିବା ପରେ ମଧ୍ୟରେ ସଡ଼କ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟୁଛି । ଦ୍ରୁତ ଗତି ସବୁବେଳେ ବିପତ୍ତି ଆଣିଥାଏ । ଏ ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଗତ ଅକ୍ଟୋବର ମାସରେ ଜିଲ୍ଲାର ବୋଡେନ ଥାନା ରାଜପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଦଶହରା ଦେଖି ଘରକୁ ଫେରୁଥିବା ବେଳେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.