ETV Bharat / state

Republic Day: ଦିଲ୍ଲୀ ଦରବାରରୁ ଆସିଲା ଡାକରା, ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ଆଦିବାସୀ ଦମ୍ପତି

author img

By

Published : Jan 5, 2023, 7:20 PM IST

ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ପାଇଁ ନୂଆପଡାର ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟ ଦମ୍ପତିଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ । ଜିଲ୍ଲା ପ୍ରଶାସନ ନିଯୁକ୍ତ କଲା ଗାଇଡ ଅଫିସର (odia tribal couple invited to Republic day event )। 21ରେ ଦିଲ୍ଲୀରେ ପହଞ୍ଚିବେ ଦମ୍ପତି । ଖୁସିରେ ଆତ୍ମହରା ଭୁଞ୍ଜିଆ ସମ୍ପ୍ରଦାୟ । ଦେଶର ମିଳିବ ନୂଆ ପରିଚୟ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଯିବେ ଆଦିବାସୀ ଦମ୍ପତି, ରାଷ୍ଟ୍ରପତି ଭବନରୁ ଆସିଲା ନିମନ୍ତ୍ରଣ

ନୂଆପଡା: ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏବେ ଖୁସିର ଲହରୀ । ଅଭୟାରଣ୍ୟର ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଭୁଜବଲ ଭୁଞ୍ଜିଆ ଓ ପତ୍ନୀ କୁଞ୍ଜବାଇ ଭୁଞ୍ଜିଆ ଆଦିବାସୀ ଦମ୍ପତ୍ତିଙ୍କୁ ରାଜଧାନୀ ଦିଲ୍ଲୀ ଦରବାରରୁ ଆସିଛି ଡାକରା (odia tribal couple invited to Republic day event )। ଚଳିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ ଏହି ଜନଜାତି ଦମ୍ପତି । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।

ସ୍ୱତନ୍ତ୍ର ଚିଠି ଜରିଆରେ ରାଷ୍ଟ୍ରପତି ଭବନରୁ ଏହି ଡାକରା ପାଇଛନ୍ତି ଆଦିବାସୀ ଭୁଞ୍ଜିଆ ଦମ୍ପତି । ପାରମ୍ପରିକ ଭେଶଭୁଷା ପରିଧାନ କରି ଫୁଙ୍ଗୁଳା ପାଦରେ ବିମାନ ଯୋଗେ 21 ତାରିଖରେ ଏହି ଦମ୍ପତି ଦିଲ୍ଲୀରେ ପହଞ୍ଚିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଶେଷ କରିଛି । ଦମ୍ପତିଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତି ହୋଇଛନ୍ତି ଜଣେ ଗାଇଡ ଅଫିସର । ତେବେ ଦମ୍ପତିଙ୍କର ଦିଲ୍ଲୀ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଉତ୍ସାହ ଓ ଖୁସି ।

ଜିଲ୍ଲାର ସୁନାବେଡା ଅଭୟାରଣ୍ୟ ଏକ ମାଓପ୍ରବଣ ସ୍ଥାନ ଭାବେ ମଧ୍ୟ ପରିଚିତ । ଅଭୟାରଣ୍ୟ ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରେ ପ୍ରାୟ ଛୋଟ ବଡ 54ଟି ଗ୍ରାମରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଏମାନଙ୍କର ଖାଦ୍ୟ, ପାନୀୟ ଓ ଭିନ୍ନ ତଥା ସରଳ ଜୀନବଶୈଳୀ ଏମାନଙ୍କୁ ରାଜ୍ୟର ପ୍ରମୁଖ ଆଦିମ ଜନଜାତି ମଧ୍ୟରୁ ଅନ୍ୟତମ ଭାବେ ମଧ୍ୟ ପରିଚୟ ଦେଇଛି । ସହରୀ ଜୀବନ ଓ ଆଧୁନିକତା ଠାରୁ ବେଶ ଦୂରରେ ନଜର ଆସୁଥିବା ଏହି ସମ୍ପ୍ରଦାୟ ମଧ୍ୟରେ ଏବେ ଖୁସି କହିଲେ ନସରେ ।

ନିମନ୍ତ୍ରିତ ହୋଇଥିବା ଜନଜାତି ଭୂଞ୍ଜିଆ ଦମ୍ପତିଙ୍କ ସହ ପ୍ରଶାସନ ଦ୍ବାରା ନିଯୁକ୍ତ ଗାଇଡ ଅଫିସର ହିମାଂଶୁ କୁମାର ମହାପାତ୍ର ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି । ଗସ୍ତର ସମସ୍ତ ଖର୍ଚ୍ଚ ମଧ୍ୟ ପ୍ରଶାସନ ବହନ କରିବ । ସେଠାରେ ସାଧାରଣତନ୍ତ୍ର ଦିବସରେ ଦମ୍ପତି ସାମିଲ ହେବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏମାନେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଦିମ ଜନଜାତି ଭୁଞ୍ଜିଆଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ପିଠା, ଝାରି ଗୁର୍ଜି, ବାଜରା ଜାତୀୟ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପରଷି ପାରନ୍ତି ଏହି ଭୁଞ୍ଜିଆ ଦମ୍ପତି ।

କେବଳ ସାଧାରଣତନ୍ତ୍ର ଦିବସ ପାଳନ ନୁହେଁ, ବରଂ ଆଦିମ ଜନଜାତି ଚୋକଟିଆ ଭୁଞ୍ଜିଆଙ୍କ ଜୀବନ ଜୀବିକାର ଦୁଃଖ ସହ ସୁନାବେଡା ଅଞ୍ଚଳର ବିକାଶ ଦିଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଏହି ଦମ୍ପତି ଅବଗତ କରାଇବେ ବୋଲି ସମ୍ପ୍ରଦାୟର ଲୋକେ ଆଶା ବାନ୍ଧିଛନ୍ତି । ଆଦିବାସୀ ଦମ୍ପତି ଦିଲ୍ଲୀ ନିମନ୍ତ୍ରିତ ହେବା କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟ ସମେତ ସମଗ୍ର ସୁନାବେଡା ଅଞ୍ଚଳକୁ ଦେଶରେ ଏକ ନୂଆ ପରିଚୟ ଦେବା ନେଇ ସ୍ଥାନୀୟ ଲୋକେ ବେଶ ଆଶାବାଦୀ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.