ETV Bharat / state

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସମାଧାନ ଫାଉଣ୍ଡେସନର ବୈଠକ - nuapada population control news

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ଡାକ ବଙ୍ଗଳାରେ ରାଜ୍ୟ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

population control
ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସମାଧାନ ଫାଉଣ୍ଡେସନର ବୈଠକ
author img

By

Published : Nov 5, 2020, 4:57 AM IST

ନୂଆପଡା: ରାଜ୍ୟ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆହ୍ବାନ କ୍ରମେ ବୁଧବାର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ଡାକ ବଙ୍ଗଳାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଫାଉଣ୍ଡେସନ ରାଜ୍ୟ ସଂଯୋଜକ ଯଦୁମଣି ପାଣିଗ୍ରାହୀ ଯୋଗଦେଇଛନ୍ତି ।

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସମାଧାନ ଫାଉଣ୍ଡେସନର ବୈଠକ

ରାଷ୍ଟ୍ର ତଥା ଓଡ଼ିଆ ରାଜ୍ୟରେ ଜନସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଜନସଂଖ୍ୟା ନିୟନ୍ତ୍ରଣ କରାନଗଲେ ଦେଶରେ ଅସାମାଜିକ କାର୍ଯ୍ୟକଳାପ ବଢିବା ସହ ଦେଶର ଅର୍ଥ ନୀତିରେ କୁପ୍ରଭାବ ପକାଉଛି । ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ତୁରନ୍ତ ଆଇନ ପ୍ରଣୟନକରି ରାଷ୍ଟ୍ରର ମଙ୍ଗଳପାଇଁ ତୁରନ୍ତ ବିଚାର କରି ପଦକ୍ଷେପ ନେବା ଜରୁରୀ ବୋଲି ମତ ପୋଷଣ କରିଛନ୍ତି । ଏହି ସଭାରେ ବରିଷ୍ଠ ସଦସ୍ୟ ଘନଶ୍ୟାମ କରୁଆଁ ଅଧ୍ୟକ୍ଷତା କରିଛନ୍ତି । ଯୁବ ସଦସ୍ୟ ପୃଥ୍ବୀରାଜ ମହାନ୍ତି ସଭା ପରିଚାଳନା କରିଛନ୍ତି । ଏନେଇ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ନୂଆପଡା ଜିଲ୍ଲା ଶାଖା ପକ୍ଷରୁ 13 ନଭେମ୍ବର ନୂଆପଡା ଜିଲ୍ଲା ସଦର ମହୁକମା ଠାରେ ପ୍ରତିଜ୍ଞା ଦିବସ ପାଳନ କରିବା ପାଇଁ ଜିଲ୍ଲା ସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ ସମ୍ପନ୍ନ ହୋଇଯାଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.