ETV Bharat / state

ନିଆଁରେ ପୋଡ଼ି ହୋଇ ଜଣେ ମୃତ, କାରଣ ଅସ୍ପଷ୍ଟ

author img

By

Published : Sep 13, 2020, 8:30 PM IST

Updated : Sep 14, 2020, 10:08 AM IST

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚନାବେଡ଼ା ଗାଁରେ ଅଘଟଣ । ଚନାବେଡ଼ାରେ ଦୁର୍ଯ୍ୟୋଧନ ଏକା ରହି ଆସୁଥିଲେ । ଶନିବାର ମଧ୍ୟରାତ୍ରୀରେ ଘର ନିକଟସ୍ଥ ବାରିପଟେ 90 ପ୍ରତିଶତ ନିଆଁରେ ପୋଡ଼ି ଦୁର୍ଯ୍ୟୋଧନ ମୃତ୍ୟୁ ମୁଖରେ ପଡିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

90 ପ୍ରତିଶତ ନିଆଁରେ ପୋଡ଼ି ଜଣେ ବ୍ୟକ୍ତି ମୃତ, କାରଣ ଅସ୍ପଷ୍ଟ

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ ଚନାବେଡ଼ା ଗାଁରେ ଅଘଟଣ । ଘର ବାରିପଟେ ଦୁର୍ଯ୍ୟୋଧନ ମାଝୀ ନାମକ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ, କାରଣ ଅସ୍ପଷ୍ଟ । ଉକ୍ତ ଗାଁର ମାଝୀପଡାରେ ବାସ କରନ୍ତି ଦୁର୍ଯ୍ୟୋଧନ ମାଝୀ ଓ ତାଙ୍କ ସ୍ତ୍ରୀ କୁନ୍ତି ମାଝୀ, 3 ନାବାଳକ ସନ୍ତାନ । ପାରିବାରିକ କଳହକୁ ନେଇ ସ୍ତ୍ରୀ କୁନ୍ତି ତାଙ୍କର 3 ପିଲାଙ୍କୁ ଧରି ନିଜ ବାପଘର କୋମନା ବ୍ଲକ ମାନିଗୁଡାରେ ରହି ଆସୁଥିଲେ । ଏପଟେ ନିଜ ଗାଁ ଚନାବେଡ଼ାରେ ଦୁର୍ଯ୍ୟୋଧନ ଏକା ରହି ଆସୁଥିଲେ । ଶନିବାର ମଧ୍ୟରାତ୍ରୀରେ ଘର ନିକଟସ୍ଥ ବାରିପଟେ 90 ପ୍ରତିଶତ ନିଆଁରେ ପୋଡ଼ି ହୋଇ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ନିଆଁରେ ପୋଡ଼ି ହୋଇ ଜଣେ ମୃତ, କାରଣ ଅସ୍ପଷ୍ଟ

ଖବରପାଇ ଖଡ଼ିଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀଙ୍କ ସମେତ ପୋଲିସବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କିରୋସିନି ଢ଼ାଳି ନିଆଁରେ ପୋଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଖଡ଼ିଆଳ ଥାନା ଆଇଆଇସି ସୂଚନା ଦେଇଛନ୍ତି । ଅପରପକ୍ଷେ ମୃତକଙ୍କ ସ୍ତ୍ରୀଙ୍କ କହିବା କଥା ହେଲା ‘ମୁଁ ମୋର ବାପ ଘରେ ପିଲାମାନଙ୍କ ସହ ଦୀର୍ଘ ଦିନରୁ ରହିଆସୁଥିଲି । ଏପଟେ କଣ ହୋଇଛି ମୁଁ ଜାଣିନାହିଁ ।’

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Sep 14, 2020, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.