ETV Bharat / state

ନୂଆପଡା ଛତିଶଗଡ଼ ସୀମାନ୍ତ ସିଲ୍

author img

By

Published : Apr 20, 2021, 10:54 PM IST

ନୂଆପଡା ଛତିଶଗଡ଼ ସୀମାନ୍ତ ଖରିଆର ରୋଡ଼ ସହରରେ ନାଇଟ କର୍ଫ୍ୟୁ ସ୍ଥିତି ଅନୁଧ୍ୟାନ କଲେ ନୂଆପଡା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଲ୍ ହେଲା ନୂଆପଡା ଛତିଶଗଡ଼ ସୀମାନ୍ତ । ଅଧିକ ପଢନ୍ତୁ...

ନୂଆପଡା ଛତିଶଗଡ଼ ସୀମାନ୍ତ ସିଲ୍
ନୂଆପଡା ଛତିଶଗଡ଼ ସୀମାନ୍ତ ସିଲ୍

ନୂଆପଡା: ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଖରିଆର ରୋଡ଼ ସହରରେ ନାଇଟ କର୍ଫ୍ୟୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ନୂଆପଡା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଖରିଆର ରୋଡ଼ ପହଞ୍ଚିଛନ୍ତି । ଖରିଆର ରୋଡ଼ 353 ଜାତୀୟ ରାଜପଥ ଛତିଶଗଡ଼ ସୀମାନ୍ତରେ ନୂଆପଡାରେ ପୋଲିସ ପକ୍ଷରୁ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଖରିଆର ରୋଡ଼ ଛତିଶଗଡ଼ ସୀମାନ୍ତ ସହର ହୋଇଥିବାରୁ ସଂଧ୍ୟା 6ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଡାକଡି ଭାବରେ ପାଳନ କରାଯାଉଛି ।

ନୂଆପଡା ଛତିଶଗଡ଼ ସୀମାନ୍ତ ସିଲ୍

ଏନେଇ ଖରିଆର ରୋଡ଼ ସହରର ଆମସେନା ଛକ,ଡାଗାଛକ,ପୋଲିସ ଥାନା ଛକ,ରେଳ ଷ୍ଟେସନ ଛକ ଆଦି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଛତିଶଗଡ଼ ଲିଙ୍କ ନେଇ ନୂଆପଡା ଜ଼ିଲ୍ଲାରେ କୋଭିଡ ବ୍ୟାପୁଥିବାରୁ ଜନ ସାଧାରଣ ସତର୍କ ରହିବା ପାଇଁ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ କାମ ନଥିଲେ ବାହାରକୁ ନ ବାହାରିବା ସହ ସାନିଟାଇଜର ମୁହଁରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ମାନିବାକୁ ଆରକ୍ଷୀ ଅଧୀକ୍ଷକ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.