ETV Bharat / state

ନୂଆଁଖାଇ ପାଇଁ ଚଳଚଞ୍ଚଳ ନୂଆପଡା - କୃଷି ଭିତ୍ତିକ ପର୍ବ ନୂଆଁଖାଇ

ବର୍ଷକର ଅପେକ୍ଷା ପରେ ଆସିଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏନେଇ ପଶ୍ଚିମ ଓଡିଶାର ସମସ୍ତ ପୁରପଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର । ଆଉ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୂମଧାମରେ ନୂଆଁଖାଇ ପାଳିବେ ନୂଆପଡାବାସୀ। ନୂଆଁଖାଇ ପ୍ରସ୍ତୁତି ପାଇଁ ହାଟ ବଜାର ସବୁଠି ଜମୁଛି ଭିଡ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Sep 2, 2019, 12:41 AM IST

Updated : Sep 2, 2019, 11:01 PM IST

ନୂଆପଡା: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ହୋଇଉଛି ପଶ୍ଚିମ ଓଡିଶା । ଗାଁଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ନୂଆଁଖାଇ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଏନେଇ ହାଟ ବଜାରରେ ମଧ୍ୟ ପିଲା ଠାରୁ ବୁଢା ସମସ୍ତେ କିଣାବିକାରେ ମଜ୍ଜି ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଡାଲା, ଟୁପା, କୁଲା ଆଦି ଘରକରଣା ସାମଗ୍ରୀ ସହ ନୂଆଧାନ, ଚୂଡା, ନୂତନ ବସ୍ତ୍ର, ଘିଅ, ଗୁଡ, ପନିପରିବା ଆଦି କିଣିବାରେ ଲୋକେ ବ୍ୟସ୍ତ । ତେବେ ଚଳିତ ବର୍ଷ ଇନ୍ଦ୍ରଦେବଙ୍କ କରୁଣାରୁ ଭଲବର୍ଷା ହୋଇଛି । ଧାନ କିଆରିରେ ଭଲ ଫସଳ ମଧ୍ୟ ହୋଇଛି । ତେଣୁ ନୂଆଖାଇ ପର୍ବକୁ ନୂଆପଡାବାସୀ ବେଶ ଆନନ୍ଦରେ ପାଳନ କରିବେ ବୋଲି କହିଛନ୍ତି ।

ଏପଟେ ଗାଁର ଇଷ୍ଟଦେବୀଙ୍କ ଖଣ୍ଡା, ଘୁଙ୍ଗୁର, ପଏଁରୀ ଆଦି ସାମଗ୍ରୀକୁ ମଧ୍ୟ ତୁଲସୀପତ୍ର ଓ ଗଙ୍ଗା ଜଳରେ ସଫା କରାଯାଇଛି । ଖଡିଆଳ ରାଜାଙ୍କ ଦାୟଦ ଯୁବରାଜ ଦେବଦେବ ସିଂ ଦେଓ ମଧ୍ୟ ନୂଆଁଖାଇ ଲଗ୍ନ ଧାର୍ଯ୍ୟକରି ଲୋକଙ୍କୁ ସୂଚନା ଦେଇଛନ୍ତି ।

ଏହି ପର୍ବ ପାଇଁ ପଶ୍ଚିମ ଓଡିଶାର ଲୋକଗୀତ ଡାଳଖାଇ, ରସରକେଲି, ଚପକରାଟ, ରଙ୍ଗବତୀ ଗୀତବାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ନୂଆଁ ଖାଇ ସାରିବାପରେ ଧଙ୍ଗଡା ଧାଙ୍ଗିଡି ଲୋକଗୀତରେ ନାଚି ଉଠିବେ ନୂଆପଡା ବାସୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:Conclusion:
Last Updated : Sep 2, 2019, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.