ETV Bharat / state

ଖଣି ଲୁଟୁଛନ୍ତି ମାଫିଆ; ବେଆଇନ ବ୍ଲାଷ୍ଟିଂରେ ହନ୍ତସନ୍ତ ବିସ୍ଥାପିତ - khadial tahasildar

ବେଆଇନ ପଥର ବ୍ଳାଷ୍ଟିଂ । ନୂଆପଡା ଜିଲ୍ଲା ନୂଆପଡାଗାଁ ପହରିଆପଡାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ବାସହରା ବିସ୍ଥାପିତ ଏହାର ତୀବ୍ର ବିରୋଧ କରିଛନ୍ତି । ବ୍ଳାଷ୍ଟିଂ ବେଳେ ପଥରଖଣ୍ଡ ଛିଟିକି ଘର ମୁହଁରେ ପଡୁଥିବାବେଳେ, ପଥରଗୁଣ୍ଡ ଅଣନିଶ୍ଵାସୀ କରିଦେଉଛି । ଘର ମୁହଁରେ ଡିନାମାଇଟ ଦ୍ଵାରା ପଥର ବ୍ଳାଷ୍ଟିଂ ହେବା କାରଣରୁ ପିଲାଠାରୁ ବୟସ୍କ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

mines-blasting-in-nuapada-faceing-various-problems-lower-indra-project-displaced-people
ଖଣି ଲୁଟୁଛନ୍ତି ମାଫିଆ; ବେଆଇନ ବ୍ଲାଷ୍ଟିଂରେ ହନ୍ତସନ୍ତ ବିସ୍ଥାପିତ
author img

By

Published : Jan 21, 2020, 5:26 PM IST

ନୂଆପଡା: ବେଆଇନ ପଥର ବ୍ଳାଷ୍ଟିଂ । ନୂଆପଡା ଜିଲ୍ଲା ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡାଗାଁ ପହରିଆପଡାରେ ଲୋକେ ତୀବ୍ର ବିରୋଧ କରିଛନ୍ତି । ବ୍ଳାଷ୍ଟିଂ ବେଳେ ପଥରଖଣ୍ଡ ଛିଟିକି ଘର ମୁହଁରେ ପଡୁଥିବାବେଳେ ପଥରଗୁଣ୍ଡ ଅଣନିଶ୍ଵାସୀ କରିଦେଉଛି । ଘର ମୁହଁରେ ଡିନାମାଇଟ ଦ୍ଵାରା ପଥର ବ୍ଳାଷ୍ଟିଂ ହେବା କାରଣରୁ ପିଲାଠାରୁ ବୟସ୍କ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଏହି ଲୋକମାନଙ୍କ ମୂଳଗାଁ କୋମନା ବ୍ଲକ ଲମିପାଣି ହୋଇଥିବା ବେଳେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଏମାନଙ୍କ ଘରଦ୍ଵାର ବୁଡିଯାଇଛି । ସରକାର ଏମାନଙ୍କୁ ବିସ୍ଥାପିତ କରି ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡା ଗାଁରେ ରହିବା ବ୍ୟବସ୍ଥା କରିଛନ୍ତି । ହେଲେ ଏଠାରେ କୌଣସି ମୌଳିକ ସୁବିଧା ନ ଥିବାବେଳେ ଡିନାମାଇଟ ବ୍ଳାଷ୍ଟିଂ ରେ ଅଣନିଶ୍ଵାସୀ ବିସ୍ଥାପିତ ।

ଖଣି ଲୁଟୁଛନ୍ତି ମାଫିଆ; ବେଆଇନ ବ୍ଲାଷ୍ଟିଂରେ ହନ୍ତସନ୍ତ ବିସ୍ଥାପିତ

ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଘରଦ୍ଵାର, ଜମିବାଡି ହରାଇଥିବା ବିସ୍ଥାପିତଙ୍କ ଦୁଃଖଦୁର୍ଦ୍ଦଶା ଥମିବାର ନାଁ ନେଉନାହିଁ । ଲୋୟର ଇନ୍ଦ୍ର ପ୍ରକଳ୍ପରେ ବୁଡିଯାଇଥିବା ହିତାଧିକାରୀ ମାନେ ପୁନଃର୍ବାସ ଥଇଥାନ ନିୟମକୁ ନେଇ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବାବେଳେ ଏବେ ପୁଣି ଏକ ବିସ୍ଥାପିତ ଗାଁର ସମସ୍ୟା ସାମନାକୁ ଆସିଛି । କୋମନା ବ୍ଲକ ଲମିପାଣି ଗାଁର ପହରିଆ ସମ୍ପ୍ରଦାୟର 17 ଗୋଟି ପରିବାରକୁ ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡାଗାଁ ପହରିଆପଡାକୁ ସରକାର ବିସ୍ଥାପିତ କରିଛନ୍ତି । ହେଲେ ସେଠାରେ ଗାଁର ଡାହାଣ ଏବଂ ବାମ ଦୁଇ ପାର୍ଶରେ ପଥର କୁଆଁରି ଏବଂ କ୍ରସର ରହିଛି । ପଥର କୁଆଁରୀରେ ଦିବା ରାତ୍ର ଡିନାମାଇଟ ବ୍ଳାଷ୍ଟିଂ ହେଉଥିବାବେଳେ କ୍ରସରର ପଥର ଗୁଣ୍ଡ ଉଡିଆସି ଖାଇବା ପିଇବା ପଦାର୍ଥରେ ପଡୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପଥର କୁଆଁରି ଏବଂ କ୍ରସର ବନ୍ଦ କରିବା ପାଇଁ ପହରିଆପଡା ଲୋକେ ଦାବି କରିଛନ୍ତି ।

ପହରିଆପଡାରେ ଥିବା ପଥରକୁଆଁରି, ପଥର କ୍ରସର ସ୍ଥାନୀୟ ଜନଜୀବନକୁ ଦୋହଳାଇ ଦେଇଛି । ପଥର ବ୍ଲାଷ୍ଟିଂରେ ଘର ଆଁକରି ଫାଟି ଯାଇଥିବାବେଳେ, ପଥର ଗୁଣ୍ଡରେ ଲୋକେ ଅଣନିଶ୍ଵାସୀ ହୋଇପଡିଛନ୍ତି । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ବିସ୍ଥାପିତଙ୍କୁ ସରକାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଇଥାନ କରିଛନ୍ତି । ବିସ୍ଥାପିତ ଜନବସତିରେ ବିଶୁଦ୍ଧ ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପ୍ରତ୍ୟେକ ମୌଳିକ ଅଧିକାର ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବାବେଳେ ନୂଆପଡା ପହରିଆପଡା ଲୋକଙ୍କୁ ମିଳିନାହିଁ ମୌଳିକ ଅଧିକାର ।

ଅପରପକ୍ଷେ ଏସଂପର୍କରେ ଆମ ପ୍ରତିନିଧି ନୂଆପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖଡିଆଳ ତହସିଲଦାର ଏବଂ ପୋଲିସଙ୍କୁ ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷେ ପଥରକୁଆଁରୀ ଏବଂ ପଥର କ୍ରସରକୁ ଜିଲ୍ଲା ପ୍ରଶାସନ ବନ୍ଦ ନ କଲେ ଆଗାମୀ ଦିନରେ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.