ETV Bharat / state

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦ ଇଟାଭାଟିରୁ 10ମାସ ହେବ ନିଖୋଜ ଶ୍ରମିକ

author img

By

Published : Jul 28, 2020, 10:47 AM IST

ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖ। ହାଇଦ୍ରାବାଦ ଇଟାଭାଟିରୁ ଆଜକୁ 10ମାସ ହେବ ନିଖୋଜ ଥିବା ଅଭିଯୋଗ । ଆମ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ଅଭିଯୋଗ କରିଛନ୍ତି ନିଖୋଜ ଶ୍ରମିକଙ୍କ ବୃଦ୍ଧା ମାଆ ଓ ଭାଇ ।

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦ ଇଟାଭାଟିରୁ 10ମାସ ହେବ ନିଖୋଜ ଅଛନ୍ତି ଶ୍ରମିକ

ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗାଁରେ ପୁଣି ଦାଦନ ଶ୍ରମିକର କରୁଣ ଦୁଃଖ ସାମ୍ନାକୁ ଆସିଛି । କୋକିଳ ସୁନାନୀ ନାମକ ଦାଦନ ଶ୍ରମିକ ସୁଦୂର ହାଇଦ୍ରାବାଦ ଇଟାଭାଟିରୁ ଆଜକୁ 10ମାସ ହେବ ନିଖୋଜ ଥିବା ଅଭିଯୋଗ । ଆମ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ଅଭିଯୋଗ କରିଛନ୍ତି ନିଖୋଜ ଶ୍ରମିକଙ୍କ ବୃଦ୍ଧା ମାଆ ଓ ଭାଇ ।

ସୂଚନାମତେ, ରାଣୀମୁଣ୍ଡା ଗାଁର ଶ୍ରମିକ ଦଲାଲ ପାଇକନି ହିଆଲ ସ୍ୱାମୀ ତୁଲାରମ ହିଆଲ ଟଙ୍କାର ପ୍ରଲୋଭନ ଦେଖାଇ ବର୍ଷବର୍ଷ ଧରି ଶ୍ରମିକ ଚାଲାଣ ବେଉଷା କରେ । 2019 ମସିହା ଅକ୍ଟୋବର ମାସରେ ଅଗ୍ରୀମ ଟଙ୍କା ଦେଇ ରାଣୀମୁଣ୍ଡା ଗାଁର ଦାଦନ ଶ୍ରମିକ ଫକୀର ହିଆଲ,ସାବେଶ ହିଆଲ,ମାଧବୀ ହିଆଲ ଏବଂ କୋକିଳ ସୁନାନୀଙ୍କୁ ହାଇଦ୍ରାବାଦ ଚାଲାଣ କରିଥିଲା ଶ୍ରମିକ ଦଲାଲ ପାଇକନି ହିଆଲ । ଶ୍ରମିକ ମୁଖ୍ୟ ଫକୀର ହିଆଲଙ୍କ ଦାୟିତ୍ବରେ ସମସ୍ତ ଶ୍ରମିକ ହାଇଦ୍ରାବାଦ ସିକିନ୍ଦରାବାଦ ଇଟା ଭାଟିରେ କାମ କରୁଥିଲେ ।

ଦୁଃଖର ବିଷୟ ସମସ୍ତ ଶ୍ରମିକ ନିଜଗାଁ ରାଣୀମୁଣ୍ଡାକୁ ଫେରିଆସିଥିବା ବେଳେ,କୋକିଳ ସୁନାନୀ ନାମକ ଶ୍ରମିକ ଫେରି ନାହାନ୍ତି । ସାଥି ଶ୍ରମିକ ଫକୀର ହିଆଲଙ୍କୁ ପଚାରିଲେ କୋକିଳ ସୁନାନୀ କୁଆଡେ ନିଖୋଜ ହୋଇଯାଇଥିବା ସେ କହୁଛନ୍ତି ।

ନିଖୋଜ ଶ୍ରମିକଙ୍କୁ ଖୋଜି ବାହାର କରିବା ପାଇଁ ବୃଦ୍ଧା ମାଆ ଏବଂ ଭାଇ ନୂଆପଡା ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ନେହୁରା ହୋଇଛନ୍ତି । ଏନେଇ ନିଖୋଜ ଶ୍ରମିକଙ୍କ ବୃଦ୍ଧା ମାଆ ଓ ଭାଇ କଣ କହୁଛନ୍ତି ଆସନ୍ତୁ ଶୁଣିବା ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.