ETV Bharat / state

ଟିଏମସି ସେଣ୍ଟରରେ ଅବ୍ୟବସ୍ଥା, ପ୍ରବାସୀ ଶ୍ରମିକଙ୍କ ଏନଏଚ୍ ଅବରୋଧ - ନୂଆପଡା ଟିଏମସି ସେଣ୍ଟରରେ ଅବବ୍ୟବସ୍ଥା

ନୂଆପଡା ଜିଲ୍ଲା ନ୍ୟାସନାଲ କଲେଜ ଟିଏମସି ସେଣ୍ଟରରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଅଶାନ୍ତି । ପିଇବା ଗାଧୋଇବା ପାଣି ସମେତ ଖାଇବା ସମସ୍ୟା ଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକଙ୍କ ସମସ୍ୟା ପ୍ରତି ଧ୍ୟାନଦେବାକୁ ସାଧାରଣରେ ଦାବି ହେଉଛି ।

ନୂଆପଡା ଟିଏମସି ସେଣ୍ଟରରେ ଅବବ୍ୟବସ୍ଥା, ଜାତୀୟ ରାଜପଥ ଅବରୋଧ କଲେ ଶ୍ରମିକ

author img

By

Published : Jun 13, 2020, 1:32 PM IST

ନୂଆପଡା: ଜିଲ୍ଲା ନ୍ୟାସନାଲ କଲେଜ ଟିଏମସି ସେଣ୍ଟରରେ ପ୍ରବାସୀ ଓଡ଼ିଆ ଶ୍ରମିକ ଅଶାନ୍ତ । ପିଇବା ଗାଧୋଇବା ପାଣି ସମେତ ଖାଇବା ସମସ୍ୟା ଥିବା ଅଭିଯୋଗ ହୋଇଛି। ଫଳରେ ଶ୍ରମିକମାନେ କଲେଜ କ୍ୟାମ୍ପସ ଟିଏମସି ଛାଡି 353 ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି । ଫଳରେ ଯାନବାହନ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।

ନୂଆପଡା ଟିଏମସି ସେଣ୍ଟରରେ ଅବବ୍ୟବସ୍ଥା, ଜାତୀୟ ରାଜପଥ ଅବରୋଧ କଲେ ଶ୍ରମିକ

ସୂଚନାନୁଯାୟୀ, ପ୍ରବାସୀ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଗତକାଲି ନୂଆପଡା ସଦର ବସଷ୍ଟାଣ୍ଡକୁ ଅଣାଯାଇଥିଲା । ପରେ ଏକ ବସ ଯୋଗେ ନ୍ୟାସନାଲ କଲେଜ ଟିଏମସି ସେଣ୍ଟରରେ ପହଞ୍ଚାଇଥିଲା ପ୍ରଶାସନ । ହେଲେ ଟିଏମସି ସେଣ୍ଟରରେ ପାଣିର ଘୋର ସମସ୍ୟା ଥିବାବେଳେ, ଖାଇବା ଅସୁବିଧା ଥିବା ଅଭିଯୋଗ କରି ଶନିବାର ସକାଳେ ଶ୍ରମିକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ତେଜନା ।

ସେହିଭଳି କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ସମସ୍ୟା ବୁଝିବାକୁ ପାଖରେ ନଥିବା କହିଛନ୍ତି ଶ୍ରମିକ । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକଙ୍କ ସମସ୍ୟା ପ୍ରତି ଧ୍ୟାନଦେବାକୁ ସାଧାରଣରେ ଦାବି ହେଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.