ETV Bharat / state

ନୂଆପଡାରେ ପୁଣି ଲାଗିଲା ମାଓ ପୋଷ୍ଟର, PLGA ସପ୍ତାହ ସଫଳ ପାଇଁ ଆହ୍ୱାନ - ନୂଆପଡାରେ ମାଓବାଦୀ ପୋଷ୍ଟର

ବହୁ ଦିନର ନିରବତା ପରେ ନୂଆପଡାରେ ଦେଖିବାକୁ ମଳିଛି ଲାଲବାହିନୀଙ୍କ ପୋଷ୍ଟର । ଆଜି ଠାରୁ ମାଓବାଦୀ ସଂଗଠନର PLGA ସପ୍ତାହ ଆରମ୍ଭ ହୋଇଛି । ଚଳିତ ଡିସେମ୍ବର ମାସ 2 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ପାଳନ ହେବ PLGA ସପ୍ତାହ । ମାଓ ପ୍ରବଣ ଗାଁ ଗୁଡିକ ଜନ ଶୂନ୍ୟ ହୋଇପଡିଛି । ଏଥିପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି । ଅଧିକ ପଢନ୍ତୁ

ନୂଆପଡାରେ ପୁଣି ଲାଗିଲା ଲାଲବାହିନୀଙ୍କ ପୋଷ୍ଟର

author img

By ETV Bharat Odisha Team

Published : Dec 2, 2023, 4:24 PM IST

ନୂଆପଡାରେ ପୁଣି ଲାଗିଲା ଲାଲବାହିନୀଙ୍କ ପୋଷ୍ଟର

ନୂଆପଡା: ରାଜ୍ୟରେ ଦିନକୁ ଦିନ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । କେନ୍ଦ୍ର ଗୃହ ବିଭାଗ ମାଓ ଦମନରେ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପୁଣି ନୂଆପଡାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଜିଲ୍ଲାରେ ପୁଣି ନିଜର ଦବଦବା ଜାହିର କରିଛନ୍ତି ମାଓ ସଂଗଠନ । ବହୁ ଦିନର ନିରବତା ପରେ ଏଭଳି ଲାଲବାହିନୀଙ୍କ ପୋଷ୍ଟର ଦେଖିବାକୁ ମଳିଛି । ଆଜି ଠାରୁ ମାଓବାଦୀ ସଂଗଠନର PLGA ସପ୍ତାହ ଆରମ୍ଭ ହୋଇଛି । ଜିଲ୍ଲାର ମାଓ ପ୍ରବଣ ଗାଁ ଗୁଡିକରେ ଦେଖିବାକୁ ମଳିଛି ଲାଲ ରଙ୍ଗର ମାଓ ପୋଷ୍ଟର । ଚଳିତ ଡିସେମ୍ବର ମାସ 2 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ପାଳନ ହେବ PLGA ସପ୍ତାହ ।ଏଥିପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି ।

ନୂଆପଡା ଜିଲ୍ଲାରେ ବହୁ ଦିନର ପ୍ରତୀକ୍ଷା ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ ସଂଗଠନ ତାର ଉପସ୍ଥିତି ଜାହିର କରିଛି । ନୂଆପଡା ସଦର ଥାନା ଅନ୍ତର୍ଗତ ସାରାବଙ୍ଗ ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖାଦେଇଛି । ଲାଲ ରଙ୍ଗର କପଡ଼ାରେ ଧଳା ସାହିରେ ଲେଖା ଯାଇଛି ମାଓ ପୋଷ୍ଟର । ଚଳିତ ଡିସେମ୍ବର ମାସ 2 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା PLGA ସପ୍ତାହକୁ ସଫଳ କରିବା ପାଇଁ ମାଓ ସଂଗଠନ ଆହ୍ବାନ କରିଛି । ଗାଁ ଠାରୁ ଆରମ୍ଭକରି ସହରର ବିଭିନ୍ନ ଗଲି କନ୍ଧିରେ PLGA ସପ୍ତାହକୁ ଧୁମଧାମ ସହକାରେ ପାଳନ କରିବାକୁ ମାଓ ସଂଗଠନ ଆହ୍ବାନ କରିଛି ।

ଏହା ମଧ୍ୟ ପଢନ୍ତୁ......କନ୍ଧମାଳରେ ମାଓ ପୋଷ୍ଟର: ୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ମାଓ ସଂଗଠନ

ବିଶେଷ କରି ଯୁବକ ଯୁବତୀ ବହୁ ସଂଖ୍ୟାରେ PLGA ସପ୍ତାହରେ ନିଜକୁ ସାମିଲ କରି ଜନମୁକ୍ତି ଛାପାମାର ସେନା ଜିନ୍ଦା ବାଦ ବୋଲି ମାଓ ପୋଷ୍ଟର ରେ ଉଲ୍ଲେଖ କରାଯାଇଛି । ମାଓବାଦୀଙ୍କ PLGA ସପ୍ତାହ ପାଳନରେ ଲାଲ ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟବିତ ହୋଇପଡିଛନ୍ତି । PLGA ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବିଭିନ୍ନ ମାଓ ଇଲାକାର ଲୋକମାନେ ଭୟଭୀତ ଥିବାବେଳେ,ମାଓ ପ୍ରବଣ ଗାଁ ଗୁଡିକ ଜନ ଶୂନ୍ୟ ହୋଇପଡିଛି ।ତେଣୁ ପୋଲିସ ଏବଂ ଜମାବମାନଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଯାକୁ ବଢାଇ ଦିଆଯାଇଛି ।

ସେହିଭଳି ନଭେମ୍ବର ୨୨ ତରିଖ ଦିନ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମଳିଥିଲା ଲାଲ ବ୍ୟାନର ।ଏଥିରେ ଗଞ୍ଜେଇ ଗଛ ନ କଟାଇବା ପାଇଁ ଦାବି କଲାରିଥିଲା ମାଓ ସଂଗଠନ । ଜିଲ୍ଲାର ଫିରିଙ୍ଗିଆ ଥାନା କେଳାପଡା ପଞ୍ଚାୟତ ଅନ୍ତର୍ଗତ ବୈରି କୁମ୍ପା ମୁଖ୍ୟରାସ୍ତା କଡର ଏକ ବର ଗଛରେ ଲାଗିଥିଲା ଲାଲ ବ୍ୟାନର । ଯେଉଁଥିରେ ମାଓ ସଂଗଠନ ସିପିଆଇ ମାଓବାଦୀ କନ୍ଧମାଳ ଲେଖା ରହିଥିବା ବେଳେ ୫ ଗୋଟି ଦାବି ଉଲ୍ଲେଖ ରହିଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.