ETV Bharat / state

Suicide Attempt: ତହସିଲ ସମ୍ମୁଖରେ ଯୁବକଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ - ଆତ୍ମହତ୍ୟା ଉଦ୍ୟମ

ନୂଆପଡ଼ା ଜିଲ୍ଲାର ସଦର ମହୁକମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ । ତହସିଲକୁ ବାରମ୍ବାର ଦୌଡି ଅତିଷ୍ଠ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

man sets himself on fire
man sets himself on fire
author img

By

Published : Mar 16, 2023, 10:10 PM IST

ନୂଆପଡ଼ା: ଜିଲ୍ଲାର ସଦର ମହୁକମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ତହସିଲ କର୍ମଚାରୀ ଓ ସ୍ଥାନୀୟ ପୋଲିସ ଉଦ୍ଧାର କରି ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନତାରିତ କରାଯାଇଥିବା ଜଣାପଡ଼ିଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ଜିଲ୍ଲାର ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁ ୩୫ ବର୍ଷୀୟ ଯୁବକ ଜଗଦୀଶ ଚୌହାନ ।ମିଳିଥିବା ସୂଚନା ଅନୁସାରେ କୋରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକ୍‌ଡାଉନ ସଟ୍‌ଡାଉନ ସମୟରେ କାମଧନ୍ଦା ପାଇନଥିଲେ । ଫଳରେ ତାଙ୍କର ପରିବାର ପ୍ରତିପୋଷଣ ନେଇ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେତେବେଳେ ନିଜ ନାମରେ ଥିବା ଜମିକୁ ଅନ୍ୟତ୍ର ବିକ୍ରି କରିବା ପାଇଁ ତହସିଲଦାରଙ୍କ ଅନୁମତିର ଆବଶ୍ୟକତା ଥିଲା ।

ଏହା ବି ପଢନ୍ତୁ- ଖରା ଆରମ୍ଭରୁ ଜଳ ସଙ୍କଟ, ବୁନ୍ଦାଏ ପାଣି ପାଇଁ ଯିବାକୁ ପଡୁଛି 3KM

ଆବଶ୍ୟକତା ମୁତାବକ ନୂଆପଡା ତହସିଲଦାରଙ୍କ ପାଖରେ ଅନୁମତି ପାଇଁ ଦରଖାସ୍ତ କରିଥିଲେ ଜମି ମାଲିକ ଜଗଦୀଶ ଚୌହାନ । ଜମି ଅନୁମତି ଦେବା କାମରେ ତହସିଲଦାର ସମେତ କୌଣସି ଅଧିକାରୀ ଜଗଦୀଶଙ୍କୁ ସାହାଯ୍ୟ କରିନଥିଲେ କିମ୍ବା ଅନୁମତି ମିଳିପାରିବ ନାହିଁ ବୋଲି ଜଣାଇନଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ହୋଇଯିବ କହି ମହାମାରୀ କୋଭିଡ ପୂର୍ବରୁ ଦିନ ଗଡାଇ ନେଉଥିଲେ । ଜଗଦୀଶ ଦୀର୍ଘ ୪ବର୍ଷ କାଳ ଜମି ବିକ୍ରି ଲାଗି ଅନୁମତି ମିଳିବା ଆଶାରେ ନିଜଘର କଲ୍ୟାଣପୁରରୁ ତହସିଲ କାର୍ଯ୍ୟାଳୟ ନୂଆପଡାକୁ ଶତାଧିକ ଥର ଯିବା ଆସିବା କରିସାରିଥିଲେ ।

ହେଲେ ଜମି ବିକ୍ରି ପାଇଁ ତହସିଲେ କୌଣସି ଅନୁମତି ମିଳିନଥିବା ବେଳେ ସେ ହତାଶ ହୋଇପଡ଼ିଥିଲେ । ଏହି କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟର କୌଣସି ପଦାଧିକାରୀ ଜଗଦୀଶ ଚୌହାନକୁ ମଧ୍ୟ ସାହାଯ୍ୟ କରିନଥିଲେ । ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବା ସହ ପରିବରା ପ୍ରତିପୋଷଣ ଜଗଦୀଶଙ୍କୁ ଚିନ୍ତାରେ ପକାଇଥିଲା । ଫଳରେ ଅତିଷ୍ଠ ହୋଇ ଗୁରୁବାର ଦିବା ଦ୍ବିପ୍ରହରରେ ବିରକ୍ତି ଭାବ ପ୍ରକାଶ କରି ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଯୁବକଙ୍କ ଦେହରେ ନିଆଁ ଲାଗିବା ପରେ ତାଙ୍କ ଦେହର ଅନେକାଂଶ ଜଳିଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.