ETV Bharat / state

ବାଇପାସ୍‌ ନିର୍ମାଣ ଦାବିରେ 12 ଘଣ୍ଟିଆ ଖଡିଆଳ ବନ୍ଦ

author img

By

Published : Aug 3, 2022, 2:03 PM IST

ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳଠାରେ ସର୍ବଦଳୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ । ଅଧିକ ପଢନ୍ତୁ

SACHETAN NAGARIKA COMMITTEE CALLED 12HOURS STRIKE IN NUAPADA
ଖଡ଼ିଆଳରେ ସର୍ବଦଳୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ

ନୂଆପଡା: ଖଡ଼ିଆଳରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ । ବାଇପାସ ସଡକ ନିର୍ମାଣ ପାଇଁ ସହରବାସୀ ବିଭିନ୍ନ ସମୟରେ ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ । କିନ୍ତୁ ସରକାର ଏହାକୁ ଗୁରୁତ୍ବ ଦେଉନଥିବା ଯୋଗୁଁ ସଚେତନ ନାଗରିକ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ଠପ ରହିଛି । ଲୋକେ ଏହି ବନ୍ଦ ପାଳନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

କାହିଁକି ବନ୍ଦ ପାଳନ ?

ନୂଆପଡା ଜିଲ୍ଲାର ଜନଗହଳି ସହର ଖଡ଼ିଆଳ ହୋଇଥିବାବେଳେ,ଏଠାରେ ଅଣ ଓସାରିଆ ସଡକ ଲୋକଙ୍କୁ ମୃତ୍ୟୁ ମୁଖକୁ ଟାଣିନେଉଛି । ସହର ଭିତରେ ଭାରିଯାନ ମାଲଵୋଝେଇ ଟ୍ରକ ପଶି ଦୁର୍ଘଟଣା ଘଟାଉଛନ୍ତି । ଫଳରେ ଅକାରଣରେ ଲୋକଙ୍କ ଧନଜୀବନ ଚାଲିଯାଉଛି । ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ଭୁଶୁଡି ପଡିଛି, ଯାହା ଫଳରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି । ଯାହାକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି ।

ତେବେ ପ୍ରଶାସନ ତୁରନ୍ତ ବାଇପାସ ସଡକ ନିର୍ମାଣ କରି ଲୋକଙ୍କୁ ସୁରକ୍ଷା ନଦେଲେ ଆଗାମି ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବନ୍ଦ ପାଳନକାରୀ ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.