ETV Bharat / state

Ollywood Controversy: ମନୋଜ ମିଶ୍ର ବ୍ୟାନକୁ ବିରୋଧ, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ବିକ୍ଷୋଭ ପ୍ରଦର୍ଶନ - ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ

ବଢ଼ୁଛି ଓଲିଉଡ଼ ବିବାଦ । ଥମିବାର ନାଁ ଧରୁନି କଳାକାର କଳି । ଆରୋପ ପ୍ରତ୍ୟାରୋପ ମଧ୍ୟରେ ତୀବ୍ର ହେବାରେ ଲାଗିଛି ବିବାଦ । ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

Ollywood Controversy
Ollywood Controversy
author img

By ETV Bharat Odisha Team

Published : Nov 5, 2023, 7:26 AM IST

Ollywood Controversy

ନୂଆପଡ଼ା: କମିବା ବଦଳରେ ବଢ଼ୁଛି ଓଲିଉଡ୍‌ ବିବାଦ । ଥମିବାର ନାଁ ଧରୁନି କଳାକାର କଳି । ଆରୋପ ପ୍ରତ୍ୟାରୋପ ମଧ୍ୟରେ ତୀବ୍ର ଦେବାରେ ଲାଗିଛି ବିବାଦ । ଅଭିନେତା ତଥା ପ୍ରଯୋଜକ ମନୋଜ ମିଶ୍ରଙ୍କୁ ହୋଇଥିବା ବ୍ୟାନ ପ୍ରତ୍ୟାହାର ଏବଂ କୋଶଳୀ ଭାଷା ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ଫେରାଇ ନେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖଡ଼ିଆଳରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଯୋଜକ ଟୁଟୁ ନାୟକ, ଅଭିନେତା ଅରିନ୍ଦମ, ଅନୁଭବ ଏବଂ ପ୍ରଯୋଜକ ଜିତୁ ମଙ୍ଗରାଜଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଏବଂ କୋଶଳୀ ଭାଷାର ଅପମାନ ପ୍ରତିବାଦରେ ଶନିବାର ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଛକଠାରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ନେତୃତ୍ୱରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଅନୁଷ୍ଠାନର ନେତୃତ୍ୱରେ ସମଲେଇ ସେନା ଏବଂ କେସିଏସଏର କର୍ମକର୍ତ୍ତାମାନେ ସାମିଲ ହୋଇ ଏକ ରାଲିରେ ବାହାରି ଖଡିଆଳ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।

ଖଡିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମଲେଇ ସେନା ସଭାପତି ପ୍ରଦୀପ ଡିଣ୍ଡିଆ, ବରିଷ୍ଠ କଳାକାର ପବିତ୍ର ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ମନୋଜ ମିଶ୍ରଙ୍କ ବ୍ୟାନ୍‌ ସହ କୋଶଳୀ ଭାଷାର ଅପମାନକୁ ନିନ୍ଦା କରିବା ସହ ଉପକୂଳ ଅଞ୍ଚଳର କଳାକାର ତଥା ରାଜନେତା କୋଶଳୀ ଭାଷା ପ୍ରତି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ କ୍ଷମା ପାର୍ଥନା କରିବାକୁ ଦାବି କରିଛନ୍ତି । ତେବେ କ୍ଷମା ନମାଗିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେବା ସହ ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ । ଏହାସହ ଓଡ଼ିଆ ସିନେମା, ଅପେରା ଆଦିକୁ ନିଜ ଅଞ୍ଚଳରେ ବୟକଟ୍‌ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ଜଣେ ରାଜନେତା ହୋଇ କୋଶଳୀ ଭାଷା ବିରୋଧୀ ମନ୍ତବ୍ୟ ଦେଇଥିବା ଯୋଗୁଁ ଅଭିନେତା ସହ ସାଂସଦ ଅନୁଭବ ମହାନ୍ତି, ଓଡ଼ିଆ ଫିଲ୍ମ ଜଗତ ଜିତୁ ମଙ୍ଗରାଜ, ପ୍ରଯୋଜକ ଟୁଟୁ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....Ollywood Controversy: କଳାକାର କଳିରେ ବଳି ପଡ଼ିଲା ଯାତ୍ରା ଦୁନିଆ, ଯାତ୍ରା ବନ୍ଦ କଲେ କୋଶଳ ସେନା

ପୂର୍ବରୁ ବଲାଙ୍ଗୀରରେ ମନୋଜ ମିଶ୍ରଙ୍କୁ ଓଲିଉଡ୍‌ରୁ ଦୁଇ ବର୍ଷ ବ୍ୟାନକୁ ନେଇ ଜୋରଦାର ବିରୋଧ କରାଯାଇଥିଲା । ଏହାରି ମଧ୍ୟରେ ଓଡ଼ିଆ ସିନେମା ପରେ ଯାତ୍ରାକୁ ବିରୋଧ କରିବା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ବଲାଙ୍ଗୀର ଜିଲ୍ଲା ବେଳାପଡ଼ା ଠାରେ ରାଜଧାନୀ ଓଡ଼ିଆ ଯାତ୍ରା ଚାଲିଥିବା ବେଳେ କୋଶଳ ସେନା ସଦସ୍ୟ ଓ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଯାଇ ହଙ୍ଗାମା କରିଥିଲେ । ଏପରିକି ମଞ୍ଚ ଉପରକୁ ଚଢ଼ି ଯାତ୍ରା ବନ୍ଦ କରି ଦେଇଥିଲେ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.