ETV Bharat / state

ଖଡ଼ିଆଳ ପୋଲିସକୁ ସଫଳତା, 5 ଲୁଟେରା ଗିରଫ

author img

By

Published : Sep 30, 2019, 9:07 PM IST

ଗତ 23 ତାରିଖ ଦିନ ଘଟିଥିବା ଡକାୟତିରେ ସାମିଲ ଥିବା 5ଜଣ ଲୁଟେରାଙ୍କୁ ଗିରଫ କରିଛି ଖଡ଼ିଆଳ ପୋଲିସ ।

ଖଡ଼ିଆଳ ପୋଲିସକୁ ସଫଳତା, 5 ଲୁଟେରା ଗିରଫ

ନୂଆପଡା: ସ୍ଥାନୀୟ ଖଡ଼ିଆଳ ପୋଲିସକୁ ଆଉ ଏକ ବଡ ସଫଳତା । ଗତ 23 ତାରିଖ ଦିନ ଘଟିଥିବା ଡକାୟତିରେ ସାମିଲ ଥିବା 5ଜଣ ଲୁଟେରାଙ୍କୁ ଗିରଫ କରିଛି ଖଡ଼ିଆଳ ପୋଲିସ । ଏଥି ସହିତ ସେମାନଙ୍କ ଠାରୁ ଡକାୟତି ହୋଇଥିବା 4211 ଟଙ୍କା, 6ଟି ମୋବାଇଲ ଫୋନ ଏବଂ 3ଟି ବାଇକ ଜବତ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ନୂଆପଡା

ଗିରଫ ଡକାୟତମାନେ ହେଲେ ମନୋରଞ୍ଜନ ସରାଫ, ତ୍ରିଲୋଚନ ଶବର, ବିଘ୍ନରାଜ ଶବର, ବଲାଙ୍ଗୀର ଜିଲ୍ଲାର ଲୋକନାଥ ସଗରିଆ ଓ ନିରଞ୍ଜନ ଖୁରା । ଗତ 23 ତାରିଖ ଦିନ ଖଡ଼ିଆଳ ବ୍ଲକ ଝୋଳପଥର ଗାଁର କପଡା ବ୍ୟବସାୟୀ କୋଶଳ ମେହେରଙ୍କ ଠାରୁ ଏମାନେ ଲୁଟ କରିଥିଲେ ।

ଏଥିସହିତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି 14ହଜାର ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ସ୍କ୍ବାଡ଼ ତଦନ୍ତ ଆରମ୍ଭ କରିଥିଲା । ସୋମବାର ପୋଲିସ ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro: ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ପୋଲିସ କୁ ସଫଳତା । ପାଞ୍ଚ ଜଣ ଡକାୟତା କୁ ଗିରଫ କରିବା ସହ ନଗଦ 4211 ଟଙ୍କା, 6 ଗୋଟି ମୋବାଇଲ ଫୋନ, ଏବଂ 3 ଗୋଟି ମୋଟର ସାଇକଲ ଜବତ କରିବାରେ ସଫଳ । ଗିରଫ ଡକାୟତ ମାନେହେଲେ ମାଷ୍ଟର ମାଇଣ୍ଡ ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ର ମାଷ୍ଟର ମାଇଣ୍ଡ ମନୋରଞ୍ଜନ ସରାଫ , ତ୍ରିଲୋଚନ ଶବର, ବିଗ୍ନରାଜ ଶବର, ବଲାଙ୍ଗୀର ଜ଼ୀଲ୍ଲାର ଲୋକନାଥ ସଗରିଆ, ନିରଞ୍ଜନ ଖୁରା ବୋଲିଜଣାପଡିଛି । ଗତ 23 ତାରିଖଦିନ ଖଡ଼ିଆଳ ବ୍ଲକ ଝୋଳପଥର ଗାଁର କପଡା ବ୍ୟବସାୟୀ କୋଶଳ ମେହେର ରାତ୍ରି ସମୟରେ ନିଜ ଗାଁ ଝୋଳପଥର କୁ ଯାଉଥିଲେ । ବାଟରେ ଯୋଜନା ବଦ୍ଦ ଭାବରେ 6 ଜଣ ଡକାୟତ ମାରଣାସ୍ତ୍ର ରେ ଆକ୍ରମଣକରୀ ବ୍ୟବସାୟୀ କୋଶଳ କୁ ଲହୁଲୁହାଣ କରି 14000 ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ । ଏନେଇ 23 ତାରିଖ ରାତ୍ରିରେ ଖଡ଼ିଆଳ ଥାନା କେଶ ନମ୍ବର 254/19 ରେ କେଶ ରୁଜୁ ହୋଇଥିଲା । ନୂଆପଡା sp ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ସ୍କୁଆଡ଼ ଦଳ ତଦନ୍ତ ଆରମ୍ଭ କରୁଥିଲା । ଆଜି ପୋଲିସ ବିଭିନ୍ନ ସ୍ଥାନରୁ 5 ଜଣ ଡକାୟତ କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ , ଆଉଜଣେ ଅଭିଯୁକ୍ତ ଫେରାର ଥିବା ଖଡ଼ିଆଳ sdpo ବିରଞ୍ଚି ନାରାୟଣ ଦେହୁରୀ ଶୁଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ନାମରେ ଅନ୍ୟାନ୍ୟ ଥାନାରେ ଚୋରି କେଶ ମଧ୍ୟ ଥିବା ଜଣାପଡିଛି ।
Byte-ବିରଞ୍ଚି ନାରାୟଣ ଦେହୁରୀ
(sdpo ଖଡ଼ିଆଳ ଥାନା)Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.