ETV Bharat / state

କର୍ଲାକୋଟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ତୃଟି ଅଭିଯୋଗ - nuapada pipeline water supply project

ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ବୋଡେନ ବ୍ଲକ କର୍ଲାକୋଟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ତୃଟି ଅଭିଯୋଗ । ନିମ୍ନ ମାନର ପାଇପଲାଇନ କାମ ଯୋଗୁଁ ଏକାଧିକ ସ୍ଥାନରେ ପାଇପ ଲାଇନ ଫାଟି ଦୂଷିତ ଜଳକୁ ସେବନ କରୁଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

କର୍ଲାକୋଟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ତୃଟି ଅଭିଯୋଗ

author img

By

Published : Apr 18, 2021, 10:43 PM IST

ନୂଆପଡା: ଜିଲ୍ଲା ଆଦିବାସୀ ବହୁଳ ବୋଡେନ ବ୍ଲକ କର୍ଲାକୋଟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ତୃଟି ଅଭିଯୋଗ । ନିମ୍ନ ମାନର ପାଇପଲାଇନ କାମ ଯୋଗୁଁ ଏକାଧିକ ସ୍ଥାନରେ ପାଇପ ଲାଇନ ଫାଟି ଦୂଷିତ ଜଳକୁ ସେବନ କରୁଛନ୍ତି ସ୍ଥାନୀୟ ଲୋକେ ।

କର୍ଲାକୋଟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ତୃଟି ଅଭିଯୋଗ

ସୂଚନା ମୁତାବକ କର୍ଲାକୋଟ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଦରଗାଁ ନିକଟସ୍ଥ ଇନ୍ଦ୍ର ନଦୀ କୂଳରେ ଅବସ୍ଥିତ । ପ୍ରକଳ୍ପରୁ ପାଇପଲାଇନ ଯୋଗେ କର୍ଲାକୋଟ ଛାତ୍ରୀ ନିବାସକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇଛି । ଏହି ପାଣି ଉପରେ ଗ୍ରାମର ଲୋକମାନେ ମଧ୍ୟ ନିର୍ଭର କରନ୍ତି । ହେଲେ ବିଶୁଦ୍ଧ ପାନୀୟ ଜଳ ବଦଳରେ ଏବେ ଦୂଷିତ ଜଳ ସେବନ କରୁଛନ୍ତି ଅନ୍ତେବାସୀ ଏବଂ ଗ୍ରାମବାସୀ ।

ଦରଗାଁ ଆଖ ପାଖରେ ଏକାଧିକ ସ୍ଥାନରେ ଜଳ ଯୋଗାଣ ପାଇପ ଫାଟି ଜଳମଗ୍ନ ହୋଇଥିବା ଦେଖା ଦେଇଛି । ଖରା ଦିନରେ ସେହି ପାଣିରେ ଗାଈ ବଳଦ ଶୋଷ ମେଣ୍ଟାଉଥିବା ବେଳେ, ଗାଈ ଜଗୁଆଳୀ ମାନେ ଶୌଚ କରୁଥିବା ଅଭିଯୋଗ ହେଉଛି । ଅପର ପକ୍ଷେ ସେହି ପାଣି ପାଇପ ଲାଇନରେ ଯାଇ କର୍ଲାକୋଟ ଗ୍ରାମର ଲୋକେ ସେବନ କରି ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବାପରେ ମଧ୍ୟ ପାଇପ ଲାଇନ ମରାମତି ହେଉନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଇପ ଲାଇନ ମରାମତି ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିବି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.